ଆଜିଠୁ ଭୂବନେଶ୍ୱରରେ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଆଜି ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ବୈଠକ

Press Release_21
 ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ)ଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଯୋଗ ଦେବେ
 ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ଅତ୍ୟାଧିକ ଦୁର୍ନୀତି ଏବଂ ଏହି କାରଣରୁ ଯୋଜନାର ସଫଳ ରୂପାୟନ ବିଫଳ ହେବା ଆଦି ହେବ ମୁଖ୍ୟ ପ୍ରସଙ୍ଗ
 ଦୁର୍ନୀତି ବିରୋଧରେ ପଂଚାୟତଠୁ ଆରମ୍ଭ କରି ବ୍ଲକ, ତହସିଲ, ଉପ ଜିଲ୍ଲାପାଳ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ଭାରତୀୟ ଜନତା ପାର୍ଟି
 ମିଶନ ୧୨୦+କୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ନିଦେ୍ର୍ଧଶର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ

ଆଜିଠୁ ଭୂବନେଶ୍ୱରରେ ଆରମ୍ଭ ହେଉଛି ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆଜି ପ୍ରଥମ ଦିନ ସଂଧ୍ୟାରେ ଅନୁÂିତ ହେବ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁÂିତ ହେବାକୁ ଥିବା ଏହି ବୈଠକରେ ସମସ୍ତ ରାଜ୍ୟ ପଦାଧିକାରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂହ, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ରାଜ୍ୟ ବିଜେପି ଉପ-ସଭାପତି ଶ୍ରୀ ସମୀର ମହାନ୍ତି ସୁଚନା ଦେଇଛନ୍ତି ।
ଶ୍ରୀ ମହାନ୍ତି ସୁଚନା ଦେଇ କହିଛନ୍ତି ଯେ, ବିଶେଷ କରି ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାଠାରୁ ଆରମ୍ଭ କରି ରାସ୍ତା ଘାଟ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ଓ ବିଜୁଳି ଯୋଗାଣ, ରାସନ କାର୍ଡ ଆବଂଟନ, ପକ୍କାଘର ଓ ଶୋଚାଳୟ ନିର୍ମାଣ ଆଦିରେ ବ୍ୟାପକ ଅନୀୟମତା ଏବଂ ଦୁର୍ନୀତି ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ହେବ ।
ପଂଚାୟତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ସିଧାସଳଖ ଅର୍ଥ ବରାଦ କରୁଛନ୍ତି । ମାତ୍ର ଅତ୍ୟାଧିକ ଦୁର୍ନୀତି କାରଣରୁ ପଂଚାୟତ ଗୁଡିକର ସଠିକ ବିକାଶ ହୋଇ ପାରୁନାହିଁ । ଏ ସମସ୍ତ ଅର୍ଥ ଲୁଟ ହେଉଛି । ତେଣୁ ଏହାକୁ ବିରୋଧ କରି ସ୍ଥାନୀୟ ସମସ୍ୟା ଆଧାରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ତୃଣମୁଳ ସ୍ତରରୁ ପଂଚାୟତଠୁ ଆରମ୍ଭ କରି ବିଡିଓ, ତହସିଲ, ଉପ ଜିଲ୍ଲାପାଳ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ଏବଂ ଆନେ୍ଦାଳନ କରିବେ । ଏହାକୁ ସମୀକ୍ଷା ଏବଂ ଆଲୋଚନା କରାଯାଇ ଏହି ବୈଠକରେ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି ।
ରାଜ୍ୟରେ ବିଜେପିର ମିଶନ ୧୨୦+ କୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହାଙ୍କ ନିଦେ୍ର୍ଧଶର କାର୍ଯ୍ୟକାରିତା ଉପରେ ମଧ୍ୟ ଆସନ୍ତା ଦୁଇ ଦିନ ଧରି ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME