“ରାଜନୀତି ବନାମ ପଲିଟିକ୍ସ’

ଡା. ଦାମୋଦର ରାଉତ
ସ୍ୱାଧୀନତା ପରେ ୧୯୫୦ ମସିହାରେ ଦେଶ ଶାସନ ନିମିତ୍ତ ସମ୍ବିଧାନ ପ୍ରଣୟନ ହେଲାା ସମ୍ବିଧାନ ପ୍ରଣେତାମାନେ ପ୍ରଶାସନିକ ବ୍ୟବସ୍ଥାରେ ବିଚାରସିଦ୍ଧ ପଦ୍ଧତି ସ୍ଥିର କରି ସମ୍ବିଧାନରେ ସନ୍ନିବସିତ କଲୋ ୧୯୫୦ ଜାନୁଆରୀ ୨୬ ତାରିଖ ଦିନ ସମ୍ବିଧାନ ଗୃହୀତ ହେଲାବେଳେ ଦେଶବାସୀଙ୍କୁ ଶପଥ ପାଠ କରାଗଲା ଯେ ଗୀତା ଓ ଭାଗବତ ଭଳି ଏ ହେଉଛି ଆମର ପବିତ୍ର ସମ୍ବିଧାନ ଏବଂ ପ୍ରତ୍ୟେକ ନାଗରିକ ସମ୍ବିଧାନକୁ ମାନି ଚଳିବୋ ସେବା ଓ ତ୍ୟାଗର ଭିତ୍ତିଭୂମି ଉପରେ ଗଣତନ୍ତ୍ର ପ୍ରତିଷ୍ଠା ହେଲାା ତେବେ ଆମ ଗଣତନ୍ତ୍ରର ଆୟୁଷ ଯେତିକି ବଢି ବଢି ଚାଲିଛି ସମ୍ବିଧାନକୁ ଶାସକବର୍ଗଙ୍କ ସୁବିଧା ପାଇଁ ଥରକୁ ଥର ସଂଶୋଧନ କରାଯାଉଛିା ଗୀତା ଓ ଭାଗବତକୁ ସଂଶୋଧନ ପାଇଁ କେହି ପ୍ରୟାସ କରି ନାହିାଁ ସେ ଯାହା ହେଉ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର ଓଲଟପାଲଟ ଅବସ୍ଥାକୁ ଲକ୍ଷ୍ୟ କରି ଆମ ରାଜ୍ୟର ପ୍ରଥ#ତଯଶା ରାଜନୀତିଜ୍ଞ ଡ. ହରେକୃଷ୍ଣ ମହତାବ ଥରେ ପରିହାସ ବ୍ୟଞ୍ଜକ ସ୍ୱରରେ କହିଥ#ଲେ “ସମୟ ଏମିତି ହେଲାଣି ଯେ ଏବେ ଚାରିଆଡେ଼ ରାଜନୀତିରେ ପଲିଟିକ୍ସ ପଶିଗଲାଣିା’ ସେହିଭଳି ରାଜନୀତିକ ଆଦର୍ଶ ଓ ସଂକଳ୍ପବଦ୍ଧରେ ଅବକ୍ଷୟକୁ ନିରୀକ୍ଷଣ କରି ଦିନେ ପରିହାସରେ ବାରମ୍ବାର ଦଳବଦଳକୁ ଉପଲକ୍ଷ୍ୟ କରି କହିଥ#ଲେ “ଆବଶ୍ୟକ ସ୍ଥଳେ ମତ ପରିବର୍ତ୍ତନକୁ ରାଜନୀତି କୁହାଯାଏା’ ଏ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ କହିଥ#ଲେ “ଭଦ୍ରକରୁ ଗାଡ଼ିରେ ଆସିଲାବେଳେ ଚଣ୍ଡୀଖୋଲ ପାଖରେ ଗାଡ଼ି ଖରାପ ହୋଇଗଲାା ଲକ୍ଷ୍ୟ ଥ#ଲା ଭୁବନେଶ୍ୱରରେ ଆସି ପହଞ୍ଚ#ବାା ସେ ଦୃଷ୍ଟିରୁ ଖରାପ ଗାଡ଼ିକୁ ଛାଡ଼ି ମୁଁ ଅନ୍ୟ ଗାଡ଼ିରେ ଆସିବି ନା ଚଣ୍ଡିଖୋଲରେ ଠିଆ ହୋଇରହିବିା’ ରାଜନୀତିର ପ୍ରତି କ୍ଷେତ୍ରରେ ଏହି ଦୁର୍ନୀତି ଯାଦୁଭଳି ମାଡ଼ି ଚାଲିଲା ଏବଂ ଲୋକମୁଖରେ ଓ ସମ୍ବାଦପତ୍ରରେ ଦୁର୍ନୀତି ଅଭିଯୋଗର ସ୍ରୋତ ବୋହିଲାା ସେସବୁ ଦେଖ# ସ୍ୱର୍ଗତ ଡ. ମହତାବ କହିଲେ “ଏବେ ଚାଲ ଦୁର୍ନୀତିକୁ ନୀତିରେ ପରିଣତ କରିଦେବା ତେବେ ଆଉ କେହି ସମାଲୋଚନା କରିବେ ନାହିାଁ’
ସେ ସମୟର ଡ. ମହତାବଙ୍କର ଏହିସବୁ ପରିହାସ ବ୍ୟଞ୍ଜକ ଉକ୍ତିକୁ ଅବତାରଣା କରିବାର ଉଦ୍ଦେଶ୍ୟ ହେଲା ଯେ ସଂପ୍ରତି ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ, କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ, ଜାତୀୟ ଦଳରୁ ଆଞ୍ଚଳିକ ଦଳ ପର୍ଯ୍ୟନ୍ତ ପ୍ରତିଦିନ ଯାହା ସବୁ ଘଟୁଛି ସେ ସବୁଥ#ରେ ଆତ୍ମଚିନ୍ତନର ଆବଶ୍ୟକତା ଅଛି ନା ନାହିଁ ସେଥ#ପ୍ରତି ସମ୍ୟକ୍ ଦୃଷ୍ଟିପାତ କରିବାା ଅବଶ୍ୟ ସ୍ୱାଧୀନତା ଆନ୍ଦୋଳନ ବେଳେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଏକ ରାଜନୈତିକ ଦଳ ଭାବେ କଂଗ୍ରେସର ପ୍ରମୁଖ ଭୂମିକା ଥ#ଲାା ସ୍ୱାଧୀନତା ପରେ ଜାତୀୟ କଂଗ୍ରେସ ଦଳ ହିଁ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତର ଶାସନ ଭାର ଗ୍ରହଣ କଲାା ୧୯୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ଜବାହରଲାଲ ନେହେରୁ ଦାୟିତ୍ୱ ନେଲୋ ତାଙ୍କ ମନ୍ତ୍ରିମଣ୍ଡଳରେ ଯେଉଁମାନେ ଶାସନ ଦଣ୍ଡ ହାତରେ ଧରିଲେ ସେମାନଙ୍କର ରାଜନୀତିକ ଜୀବନରେ ସେବା ଓ ଆଦର୍ଶ ସ୍ପଷ୍ଟ ଭାବେ ଆଲେଖ୍ୟ ରହିଥ#ଲାା ଆମର ସଂଘୀୟ ରାଷ୍ଟ୍ରର ଲକ୍ଷ୍ୟଥ#ଲା ସବୁ ରାଜ୍ୟର ସମବିକାଶା ଏହା କେନ୍ଦ୍ରରେ ପ୍ରତିଷ୍ଠିତ ସଂଘୀୟ ରାଷ୍ଟ୍ରର ନୈତିକ ଓ ସାମ୍ବିଧାନିକ ଦାୟିିତ୍ୱା ଏହାର ଅନ୍ତର୍ନିିହିତ ଉଦ୍ଦେଶ୍ୟ ଥ#ଲା, ସବୁ ରାଜ୍ୟ ସମଭାବରେ ବିକଶିତ ହେଲେ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର, ଆମ ଭାରତବର୍ଷ ବିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପରିଗଣିତ ହେବା ଉପନିବେଶ ଶାସନର ଧୂସର ଭିତ୍ତିଭୂମି ଉପରେ ଏବଂ ଆଥ#ର୍କ ସଂକଟ ଭିତରେ ସରକାର ନୂଆ ଭାରତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ ଆରମ୍ଭ କରିଥ#ଲୋ ସେଥ#ପାଇଁ ୧୯୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନ, ୧୯୫୭ର ଦ୍ୱିତୀୟ ସାଧାରଣ ନିର୍ବାଚନ ଏବଂ ତୃତୀୟ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦିଲ୍ଲୀରେ ଏକକ ସଂଖ୍ୟା ଗରିଷ୍ଠ ଦଳର ନେତା ଓ ପ୍ରଧାନମନ୍ତ୍ରୀ ଭାବରେ ପଣ୍ଡିତ ନେହେରୁ ରାଜ୍ୟମାନଙ୍କର ସମବିକାଶ ପାଇଁ ରାଷ୍ଟ୍ରୀୟ ଭାବନା ନେଇ ନିଷ୍ଠାର ସହିତ କାମ କଲୋ ମାତ୍ର ତାଙ୍କର ଦେହାନ୍ତ ପରେ ଯେଉଁମାନେ କେନ୍ଦ୍ରରେ କ୍ଷମତାକୁ ଆସିଲେ ସେମାନଙ୍କଠାରେ ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ଦଳୀୟ ଭାବନା ଏବଂ ଆଞ୍ଚଳିକ ଭାବନା ଧୀରେ ଧୀରେ କାୟା ବିସ୍ତାର କରିବାକୁ ଲାଗିଲାା ମଝିରେ ସ୍ୱଳ୍ପ ସମୟ ପାଇଁ ସ୍ୱର୍ଗତ ଲାଲବାହାଦୁର ଶାସ୍ତ୍ରୀ ଓ ୭୦ ଦଶକରେ ସ୍ୱର୍ଗତ ମୋରାର୍ଜୀ ଦେଶାଇ ଏବଂ ୯୦ ଦଶକରେ ଶ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବରେ ରାଷ୍ଟ୍ରୀୟ ଭାବନା ନେଇ କାର୍ଯ୍ୟ କରିଥ#ଲୋ ଯଦିଓ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନୟୁପିଏ ସରକାର ପ୍ରତିଷ୍ଠା ହେଲା ଏବଂ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଭାବରେ ଖ୍ୟାତି ଅର୍ଜନ କରିଥ#ବା ଡ. ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଲେ, ସେ ବସ୍ତୁତଃ “କା’ ପ୍ରଧାନମନ୍ତ୍ରୀ ଥ#ଲୋ ସବୁ ଅବ୍ୟବସ୍ଥା ସତ୍ତେ୍ୱ ବି ସାମାନ୍ୟତମ ହେଲେ ବି ରାଷ୍ଟ୍ରୀୟ ଭାବନାର କିଛିଟା ନିର୍ଯ୍ୟାସ ଥ#ଲାା ମାତ୍ର ଗତ ୨୦୧୪ ନିର୍ବାଚନ ପରେ ୩ବର୍ଷରୁ ଅଧ#କ କାଳ ହେଲା ସଂଘୀୟ ରାଷ୍ଟ୍ରର ସମବିକାଶ ନିର୍ଯ୍ୟାସ କିମ୍ବା ସଂଘୀୟ ପ୍ରଧାନମନ୍ତ୍ରୀଙ୍କର ରାଷ୍ଟ୍ରୀୟ ଭାବନା ବିନାବାଧାରେ ବିଲୁପ୍ତ ପାଇଲାା ଅଣବିଜେପି ଶାସିତ ରାଜ୍ୟମାନଙ୍କରେ କେନ୍ଦ୍ର ଦାୟିତ୍ୱରେ ଥ#ବା ଭାରତୀୟ ଜନତା ପାର୍ଟି ଦଳୀୟ ଓ ଆଞ୍ଚଳିକ ସ୍ୱାର୍ଥ ହାସଲ ପାଇଁ ନେତୃତ୍ୱ,ଦଳ ଏବଂ କର୍ମୀମାନେ ଅବାଧ#ତ ଉଦ୍ୟମ ଚଳେଇଛନ୍ତିା ଏବଂ ଏଥ#ରେ ପ୍ରଥମ ଶିକାର ହୋଇଛି ଓଡ଼ିଶାର ଆଞ୍ଚଳିକ ବିଜୁ ଜନତା ଦଳ ଓ ଏହି ଦଳର ସରକାରା ବିଜେପି ଏକ ଜାତୀୟ ଦଳ ଏବଂ କଂଗ୍ରେସ ମଧ୍ୟ ଅନ୍ୟ ଏକ ଜାତୀୟ ଦଳା କଂଗ୍ରେସ ସର୍ବାଧ#କ କାଳ ଦେଶକୁ ଶାସନ କରିଛିା ଆମ ରାଜ୍ୟରେ ପ୍ରାୟ ୪୫ ବର୍ଷ ଶାସନ ଦାୟିତ୍ୱ ନେଇଛିା ସେ ଦଳରେ ଅନ୍ତଦ୍ୱର୍ନ୍ଦ, କ୍ଷମତାଲିପ୍ସା ଦଳକୁ ତଳିତଳାନ୍ତ କରିସାରିଲାଣି ଏବଂ ବିଜେପି ଏକ ଜାତୀୟ ଦଳ ହେଲେ ମଧ୍ୟ ଗତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମାତ୍ର ଗୋଟିଏ ଲୋକସଭା ଆସନ ଏବଂ ୧୦ଟି ବିଧାନସଭା ଆସନ ପାଇଛିା ମାତ୍ର ଆଞ୍ଚଳିକ ଦଳ ବିଜୁ ଜନତା ଦଳ ୨୦୦୦ ମସିହାଠାରୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ସୁପୁତ୍ର ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ରାଜ୍ୟ ଶାସନ ଚାଲି ଆସିଛିା ୨୦୧୪ ନିର୍ବାଚନରେ ଲୋକସଭାରେ ୨୧ରୁ ୨୦ ଜଣ ସାଂସଦ ଏବଂ ବିଧାନସଭାରେ ୧୪୭ ଆସନରୁ ୧୧୭ଟି ଆସନ ବିଜୁ ଜନତା ଦଳ ଜିତି କ୍ଷମତାକୁ ଆସିଛିା ପାରମ୍ପରିକ ଭାବେ ଓଡ଼ିଶା ମାଟିରୁ ହିଁ ଧର୍ମ ନିରପେକ୍ଷତାର ବାଣୀ ସମଗ୍ର ମାନବ ସମାଜକୁ ବିଚ୍ଛୁରିତ ହୋଇଛି ଏବଂ ବିଜୁ ଜନତା ଦଳ ଓଡ଼ିଆ ଜାତିର ସ୍ୱାଭିମାନ ଓ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନବ୍ୟାପୀ ସଂଗ୍ରାମରୁ ଜନ୍ମ ନେଇଛିା ତେବେ ଏବେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ଏବଂ ତା’ର କେନ୍ଦ୍ର ସରକାର ଯେଭଳି ହଟଚମଟ ସୃଷ୍ଟି କରୁଛି ସେଥ#ରେ ଜାତୀୟ ଦଳ ଭାବରେ କଂଗ୍ରେସ ତଳିତଳାନ୍ତ ହେବାରେ ଲାଗିଛିିନ୍ତ ଆଞ୍ଚଳିକ ବିଜୁ ଜନତା ଦଳର ଶିବିରରେ ମଧ୍ୟ ସ୍ୱର୍ଗତ ମହତାବଙ୍କର ସେତେବେଳର ବାଣୀ “ସ୍ଥଳ ବିଶେଷରେ ମତ ପରିବର୍ତ୍ତନକୁ ରାଜନୀତି କୁହାଯାଏ’ ଜାଲ ବିଛାଇ ସାରିଲାଣିା ବିଜ୍ଞାନରେ କୁହାଯାଏ “ଏଞ୍ଚr eଠery ଚ୍ଚcଟ୍ଟiଞ୍ଚn ଟ୍ଟhere iଟ ଚ୍ଚn eଞ୍ଜଫଚ୍ଚଝ ଚ୍ଚnଛ ଞ୍ଚଞ୍ଛଞ୍ଛଞ୍ଚଟiଟ୍ଟe reଚ୍ଚcଟ୍ଟiଞ୍ଚn’ା ସେଥ#ପାଇଁ ବିଜୁ ଜନତା ଦଳକୁ ଭାଙ୍ଗିବା, ଶକ୍ତିହୀନ କରିବା ଏବଂ ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ରାଜନୀତି କରିବାର ଯେଉଁ ପ୍ରବଞ୍ଚନାର ପ୍ରୟୋଗ କରିବାକୁ ଅପଚେଷ୍ଟା ଚାଲିଛି, ତାକୁ ପ୍ରତିରୋଧ କରିବା ପାଇଁ ବିଜୁ ଜନତା ଦଳରେ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛିା ଛୁଞ୍ଚ# ଚାଲୁଣିକୁ କହିବା ଭଳି ଭାରତୀୟ ଜନତା ପାର୍ଟିର ଅନୁଚିତ ଅର୍ଥ ସଂଗ୍ରହ କରିବାର ପ୍ରବୃତ୍ତିକୁ ଓଡ଼ିଶା ସରକାର ଏବଂ ଓଡ଼ିଶା ଶାସନରେ ପ୍ରତିଫଳିତ କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରୋତ୍ସାହିତ କରାଯାଉଛିା ଅବସ୍ଥା ଏଭଳି ହୋଇଛି ଯେ ବିଜୁ ଜନତା ଦଳର କର୍ମୀଙ୍କୁ ପ୍ରବଞ୍ଚନାର ସହିତ ପ୍ରଲୋଭିତ କରି ବିଜେପି ନିଜ ଆଡ଼କୁ ଟାଣି ନେବାକୁ ଯେଭଳି ଉଦ୍ୟମ ଜାରି ରଖ#ଛି ସେହିଭଳି ନାନା ପ୍ରକାର ଅସନ୍ତୋଷରେ ଭାଙ୍ଗି ପଡ଼ିଥ#ବା ବିଜେପିର କର୍ମୀମାନେ ବିଜେଡ଼ିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତିା ଅନ୍ତଦ୍ୱର୍ନ୍ଦ, କ୍ଷମତାଲିପ୍ସା ଏବଂ ନେତୃତ୍ୱ କନ୍ଦଳ ଯୋଗୁଁ କଂଗ୍ରେସର ରାଜ୍ୟସ୍ତରୀୟ ନେତା ଓ କର୍ମୀମାନେ ସେ୍ୱଚ୍ଛାକୃତ ଭାବେ ବିଜୁ ଜନତା ଦଳ ଓ ବିଜେପିରେ ଯୋଗଦେବା ପାଇଁ ଧସେଇ ପଶୁଛନ୍ତିା ଏସବୁ କଥାକୁ ଲକ୍ଷ୍ୟ କଲେ ମନେ ହେଉଛି “ଏବେ ରାଜନୀତିରେ ପଲିଟିକ୍ସ ପଶିଗଲାଣିା’ ତେବେ ଶ୍ରେଷ୍ଠ ନୀତି ରାଜନୀତିରୁ ଏ ପଙ୍କିଳ ପଲିଟିକ୍ସକୁ ଅବରୋଧ କରିହେବ କି?

Share in top social networks!