ଦୁର୍ଗା ପୂଜାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଗଦଜନନୀ ମାଙ୍କର ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରି ଦେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନ୍ୟାୟ ଉପରେ ନ୍ୟାୟର, ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟର ଉତ୍ସବ ହେଉଛି ମା ଦୂର୍ଗାଙ୍କ ଧରାବତରଣର ସନେ୍ଦଶ । ଦୁର୍ଗା ପୂଜା ନାରୀ ଜାତିର ଶକ୍ତି ଓ ସାମର୍ଥ୍ୟ ସହ ଅଧର୍ମ ସହ ଲଢିବାର ପ୍ରେରଣାର ମନ୍ତ୍ର ବୋଲି ଶ୍ରୀ ପ୍ରଧାନ ତାଙ୍କ ବାର୍ତାରେ କହିଛନ୍ତି ।