ସାଙ୍ଗମାଙ୍କ ପାଇଁ ସହମତି ଜରୁରୀ : ନବୀନ

 ଳେଖକ ଜ୍ୟୋତିପ୍ରକାଶ; ରାଷ୍ଟ୍ରପତି ପଦ ପାଇଁ ମଇଦାନକୁ ଡେଇଁ ଥିବା ପି.ଏ ସାଙ୍ଗମାଙ୍କ ପାଇଁ ଜାତୀୟ ସ୍ତରରେ ସହମତି ପ୍ରକାଶ ପାଇବା ଜରୁରୀ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭାରତଜ ସର୍ବୋଚ ପଦବୀ ନିମନ୍ତେ ଜଣେ ଆଦିବାସୀଙ୍କୁ ନିର୍ବାଚିତ କରିବାର ସମୟ ଏବେ ଆସିଛି ବୋଲି ନବୀନ କହିଛନ୍ତି।

“ଧୀରେ ଧୀରେ ସାଙ୍ଗମା ନିଜର ସମର୍ଥନ ବଢାଇବାରେ ଲାଗିଛନ୍ତି । ଜାତୀୟ ସ୍ତରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ସମସ୍ତେ ନିଜର ବିବେକ ଅନୁସାରେ ଭୋଟ ଦେବେ” ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, ଗୋଟିଏ ଆଞ୍ଚଳିକ କାହାରିକୁ ଯୋଗାଯୋଗ କରିନାହିଁ । ଉତ୍ତର-ପୂର୍ବ ଅଞ୍ଚଳର ସାଙ୍ଗମା ଜଣେ ଆଦିବାସୀ । ସେହି ଇଲକରୁ କେହି ଦେଶର ସର୍ବୋଚ ପଦବୀକୁ ଯାଇ ନାହାନ୍ତି। ତେଣୁ ସାଙ୍ଗମା ହିନ ଯୋଗ୍ୟ ପ୍ରାର୍ଥୀ ବୋଲି ନବୀନ ପ୍ରକାଶ କରିଛନ୍ତି ।

ଗତକାଲି ସାଙ୍ଗମାଙ୍କୁ ବିଜେପି ସମର୍ଥନ କରିବା ବୋଲି କହିବା ପରେ ନବୀନ ଏହାକୁ ସ୍ଵାଗତ କରି ଥିଲେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ଜରୁରୀ ବୋଲି ସାଙ୍ଗମା ଆଜି କହିବା ପରେ ଏହା ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଛି ।

Share in top social networks!