ଲୋକାର୍ପିତ ହେଲା ଓଏନଜିସି ଅଫିସ ଦୀନ ଦୟାଲ ଉର୍ଜା ଭବନ ସହ ସୌଭାଗ୍ୟ ଯୋଜନା

ବିଜୁଳି ପହଂଚି ନ ଥିବା ସବୁ ଘରକୁ ବିନା ଶୁଳ୍କରେ
ସଂଯୋଗ ହେବ ବିଜୁଳି – ନରେନ୍ଦ୍ର ମୋଦି
• ବିଜୁଳି ପାଇଁ ଅଫିସକୁ ଯିବାକୁ ପଡିବ ନାହିଁ, ସରକାର ନିଜେ ଯାଇ ଘରେ ଘରେ ପହଂଚାଇବେ ବିଜୁଳି
• ଗରୀବ କଲ୍ୟାଣ ହିଁ ତାଙ୍କ ସରକାରଙ୍କ ମୂଳ ପରିଚୟ ବୋଲି କହିଲେ ମୋଦି
• ଅନ୍ୟ ସରକାରଙ୍କ ପରି ମୋଦି ସରକାରରେ ଯୋଜନା ସ୍ଲୋଗାନ ନୁହେଁ, ନିର୍ଧାରିତ ସମୟ ପୂର୍ବରୁ
ଯୋଜନା ସମ୍ପୂର୍ଣ ମୋଦିଙ୍କ କୁଶଳ ନେତୃତ୍ୱ ଯୋଗୁ ସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ

The Prime Minister Shri Narendra Modi unveiling the plaque to mark dedication of Deendayal Urja Bhawan in New Delhi on September 25 2017
ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନାକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ଦିଲ୍ଲୀ ଠାରେ ଓଏନଜିସି କର୍ପୋରେଟ ଅଫିସ ପଣ୍ଡିତ ଦୀନଦୟାଲ ଉର୍ଜା ଭବନ ଉଦଘାଟନ ଅବସରରେ ସବୁ ଘରକୁ ବିନା ଶୁଳ୍କରେ ବିଜୁଳି ସଂଯୋଗ ଯୋଜନା ସୌଭାଗ୍ୟକୁ ଲୋକାର୍ପିତ କରିଛନ୍ତି । ଗରୀବ କଲ୍ୟାଣ ହିଁ ତାଙ୍କ ସରକାରଙ୍କ ମୂଳ ପରିଚୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଜନ ଧନ ଯୋଜନା ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନ ପର୍ଯ୍ୟନ୍ତ, ଉଜ୍ୱଳା ଠାରୁ ଆରମ୍ଭ କରି ମୁଦ୍ରା ଯୋଜନା ଷ୍ଟାର୍ଟ ଅପ ଠାରୁ ଷ୍ଟାଣ୍ଡ ଅପ ଇଣ୍ଡିଆ ଉଜାଲା ଠାରୁ , ଉଡାନ ତାଙ୍କ ସରକାର ଗରୀବ ମାନଙ୍କ ପାଇଁ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।

ସୌଭାଗ୍ୟ ଯୋଜନାରେ ସରକାର ଦେଶର ଗାଁରେ ହେଉ ବା ସହରରେ ହେଉ ସମସ୍ତ ଘରକୁ ବିଜୁଳି ବିନା ଶୁଳ୍କରେ ବିଜୁଳି ସଂଯୋଗ ଯୋଗାଇ ଦେବେ । । କୌଣସି ଗରୀବ ଠାରୁ ବିଜୁଳି ସଂଯୋଗ ପାଇଁ କୌଣସି ଶୁଳ୍କ ନିଆ ଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ରକାର ଗରୀବଙ୍କ ଘରେ ପହଂଚି ବିଜୁଳି ସଂଯୋଗ ପ୍ରଦାନ କରିବେ । ଯେଉଁ ବିଜୁଳି ସଂଯୋଗ ପାଇଁ ଗରୀବ ଲୋକକୁ ଗାଁ ମୁଖିଆଙ୍କ ଘର କିମ୍ବା ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦଉଡିବାକୁ ପଡୁଥିଲା, ସେହି ଗରୀବଙ୍କ ଘରକୁ ଯାଇ ସରକାର ନିଜେ ବିଜୁଳି ସଂଯୋଗ ପ୍ରଦାନ କରିବ । କୌଣସି ନ ଟଙ୍କା ଶୁଳ୍କ ନ ନେଇ ବିଜୁଳି ସଂଯୋଗ ମିଳିବ ବୋଲି ସେ କହିଛନ୍ତି
.
ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଗରୀବର ଘରକୁ ବିଜୁଳି ସଂଯୋଗ ପହଂଚାଇବା ପାଇଁ ୧୬ ହଜାର କୋଟି ଟଙ୍କାରୁ ଉର୍ଧ ଖର୍ଚ ହେବ । ଏହାର ବୋଝ କୌଣସି ଗରୀବ ବ୍ୟକ୍ତି ଉପରେ ନ ପଡିବ ଏବା ଆମେ ସ୍ଥିର କରିଛୁ ବୋଲି ସେ କହିଛନ୍ତି । ଏହି ସରକାର ଗରୀବ ମାନଙ୍କୁ ସୌଭାଗ୍ୟ ଦେବାର ସଂକଳ୍ପ ନେଇଛି । ଗରୀବଙ୍କ ସୌଭାଗ୍ୟର ଏହି ସଂକଳ୍ପକୁ ଆମେ ସିଦ୍ଧ କରି ରହିବୁ ବୋଲି ସେ କହିଛନ୍ତି ।

ଆଜି ଆମ ଦେଶର ଚାରି କୋଟି ଘରେ ବଲ୍ବ ତ ଦୂରର କଥା ବିଜୁଳି ପହଂଚି ପାରି ନାହିଁ । ଆଜି ମଧ୍ୟ ଏହି ଘର ମାନଙ୍କରେ ଲଣ୍ଠନ ଓ ମହମବତୀ ଜଳୁଛି । ବିନା ବିଜୁଳିରେ ଜୀବନ କିପରି ଚାଲେ ତାହା ବିଜୁଳି ସଂଯୋଗ ଥିବା ଲୋକ ମାନଙ୍କ ପାଇଁ ଜରୁରୀ ବୋଲି ସେ କହିଛନ୍ତି । ବିଜୁଳି ନ ଥିବା ଘର ମାନଙ୍କରେ ବିଜୁଳିର ସଂଯୋଗ ପହଂଚିଲେ ସେମାନଙ୍କର ଭାଗ୍ୟ ଚମକିବ, ସେମାନଙ୍କ ପାଇଁ ସୌଭାଗ୍ୟ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ବର୍ଷ ଶାସନରେ ପୂର୍ବ ସରକାର ମାନଙ୍କ ପରି ଯୋଜନାକୁ ସ୍ଲୋଗାନ ବା ନାରାରେ ସୀମିତ କରି ନାହାନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ ନିର୍ଧାରିତ ସମୟ ସୀମା ପୂର୍ବରୁ ଲକ୍ଷ୍ୟ ହାସଲ କରିବା ମୋଦି ସରକାରର ପରିଚୟ ହୋଇଛି ।
ସେ କହିଛନ୍ତି ଯେ ୩୬ ମାସରେ ପାଂଚ କୋଟି ଉଜ୍ୱଳା ଗ୍ୟାସ ସଂଯୋଗ ଦେବାର ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ ଦେଇଥିବା ବେଳେ ୧୭ ମାସରେ ତିନି କୋଟିରୁ ଉର୍ଧ ଗରୀବ ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରା ଯାଇ ଘରୋଇ ଧୁଆଁରୁ ମୁକ୍ତି ପ୍ରଦାନ କରାଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା ଲାଗୁ କରି ୩୦ ହଜାର କୋଟି ଟଙ୍କା ବଂଚା ଯାଇ ପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଏନଜିସି ସ୍ୱଚ୍ଛ ଭାରତ ଯୋଜନାରେ ସ୍କୁଲ, ବିଶେଷ ଭାବରେ ଛାତ୍ରୀ ମାନଙ୍କ ପାଇଁ ୩ ଶହ କୋଟି ଟଙ୍କା ବ୍ୟୟରେ ଟଏଲେଟ ନିର୍ମାଣ କାର୍ଯ୍ୟ କରିଛି । ଯୁବ ଶକ୍ତିକୁ ରୋଜଗାର ସହ ଯୋଡିବା ପାଇଁ ୧୦୦ କୋଟିର ଷ୍ଟାର୍ଟ ଅପ ଫଣ୍ଡ ଓଏନଜିସି ତିଆରି କରିଛି ବୋଲି ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କହିଥିଲେ ।

Share in top social networks!
Powered By Indic IME