ଛାତ୍ର ବିଜେଡିର ବାଜିମାତ୍‍, ୯୫% ବିସିଜେଡି ସମର୍ଥିତ ପ୍ରାର୍ଥ ବିଜୟୀ

DSC_9007
ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳଗୁଡିକରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି । ନବ ନିର୍ବାଚିତ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନଙ୍କୁ ସମର୍ଥନ ଦେଇଥିବା ଛାତ୍ରଛାତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ
ସଭାପତି ରାଣାପ୍ରତାପ ପାତ୍ର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ୯୫% କଲେଜ୍‍ରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି । ବିଜୁ ଛାତ୍ର ଜନତା ପୂର୍ବ ବର୍ଷ ପରି ତା’ର ବିଜୟର ଧାରା ବଜାୟ ରଖିବା ସହ କେତୋଟି କ୍ୟାମ୍ପସ୍‍ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଏହି ସଫଳତାର ଶ୍ରେୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର । ତାଙ୍କ ନେତୃତ୍ୱ, ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମ, ଓଡ଼ିଶାର ସମୃଦ୍ଧି ଓ ସ୍ୱାଭିମାନ ପାଇଁ ସାଲିସବିହୀନ ସଂଗ୍ରାମ ଉପରେ ଛାତ୍ର ସମାଜର ଆସ୍ଥା ଓ ଭରସା ଅତୁଟ ରହିଛି ।

ପ୍ରତିପକ୍ଷଙ୍କ ପ୍ରଲୋଭନ, ଚକ୍ରାନ୍ତ ଓ ଅନୈତିକ କାର୍ଯ୍ୟକଳାପକୁ ପ୍ରତ୍ୟାଖ୍ୟାନ କରି ଛାତ୍ରଛାତ୍ରୀମାନେ ବିଜୁ ଜନତା ଦଳର ଯୁବ-ଛାତ୍ର ସଶକ୍ତିକରଣ ଓ ବିକାଶର ଧାରାକୁ ସମର୍ଥନ କରିଛନ୍ତି । ବିଜୁ ଜନତା ଦଳ ସରକାର ନୂତନ ପ୍ରଗତିଶୀଳ ଯୁବ ନୀତିର ପ୍ରଣୟନ ଓ କାର୍ଯ୍ୟକାରିତା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବହୁବିଧ କାର୍ଯ୍ୟ କରିଛନ୍ତି । ରାଜ୍ୟରେ ଶୈକ୍ଷିକ ମାନ ବୃଦ୍ଧି ନିମନ୍ତେ ଅନୁକୂଳ ବାତାବରଣ ଓ ପରିବେଶ ନିର୍ମାଣ ସହ ଦକ୍ଷତା ବୃଦ୍ଧି ନିମନ୍ତେ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ପ୍ରଗତି ପ୍ରକ୍ରିୟାରେ ଯୁବ-ଛାତ୍ରଙ୍କୁ ପ୍ରାଥମିକତା ଓ ଅଗ୍ରାଧିକାର ଦେବା ବିଜେଡି ସରକାରଙ୍କ ବିଶେଷତା । ରାଜ୍ୟରେ ସଦ୍ୟ ସମାପ୍ତ ଛାତ୍ର ସଂସଦ ନିର୍ବାଚନ ଓ ବିଜୁ ଛାତ୍ର ଜନତା ଦଳର ବିପୁଳ ସଫଳତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଯୁବ-ଛାତ୍ରଛାତ୍ରୀ ସମାଜର ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

ହିଂସା, ଘୃଣା ଏବଂ ସାମ୍ପ୍ରଦାୟିକତାର ରାଜନୀତିକୁ ଶିକ୍ଷିତ ସମାଜ ପ୍ରତ୍ୟାଖାନ କରିଛନ୍ତି । ଓଡ଼ିଶା ମାଟିରେ କୁଚକ୍ରୀଙ୍କର ବିଦ୍ୱେଷର ରାଜନୀତିକୁ ଛାତ୍ରଛାତ୍ରୀମାନେ ଦୃଢ଼ ଜବାବ ଦେଇଛନ୍ତି । ଆଜିର ଛାତ୍ର ସଂସଦ ନିର୍ବାଚନରେ ଫଳାଫଳ ହେଉଛି ଏହାର ପ୍ରତିଫଳ । ଏଥିସହ ଚକ୍ରାନ୍ତ କରି ନିର୍ବାଚନ ବନ୍ଦ କରାଯାଇଥିବା କଲେଜ ଏବଂ ୟୁନିଭର୍‍ସିଟିରେ ନିର୍ବାଚନ ହୋଇଥିଲେ ବିଜୁ ଛାତ୍ର ଜନତା ଦଳ ବିପୁଳ ମାତ୍ରାରେ ବିଜୟଲାଭ କରିଥାନ୍ତା ବୋଲି ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଚିନ୍ମୟ ସାହୁ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଆଜି ଅନୁÂିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ରଜନତା ଦଳର ପୂର୍ବତନ ସଭାପତି ତଥା ବିଧାୟକ ବ୍ୟୋମୋକେଶ
ରାୟ, ଛାତ୍ରବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ, ଜିଲ୍ଲା ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ଜୋନ୍‍ ସଭାପତି ଅଜିତ ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ଅପୂର୍ବ ଅପରୁପା, ବିଶ୍ୱରଞ୍ଜନ ସାହୁ, ସୁଜିତ ପାଲଟା ସିଂ, ଦୀପକ ଜେନା, ସମ୍ପାଦକ ଏସ୍‍ କେ ଇମ୍ରାନ, ପ୍ରମୋଦ ପାତ୍ର, ସ୍ଥିତିପ ରଞ୍ଜନ ପଣ୍ଡା, ବି. ମନୋଜ କୁମାର ଦୋରା, ଅମରଜିତ ଗୌଡ଼ଙ୍କ ସମେତ ଅନ୍ୟାନ୍ୟ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରାପ୍ତ ସୂଚନାନୁସାରେ ରାଜ୍ୟର ବିଭିନ୍ନ କଲେଜରେ ବିଜୁ ଛାତ୍ର ଦଳର ସମର୍ଥିତ ପ୍ରାର୍ଥୀଙ୍କ ଫଳାଫଳ ।

Share in top social networks!
Powered By Indic IME