ଆଇସ୍ଲ୍ୟାଣ୍ଡର ବୈଷୟିକ ସହାୟତାରେ ଗଭୀର ସମୁଦ୍ରରୁ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଯୋଜନା

IMG-20170923-WA0003
ରାଜ୍ୟରେ ସାମୁଦି୍ରକ ମାଛ ଉତ୍ପାଦନ ବୃଦ୍ଧିର ପର୍ଯ୍ୟାପ୍ତ ସୁଯୋଗ ରହିଥ#ବା ବେଳେ ଆଧୁନିକ ବୈଜ୍ଞାନିକ
ଜ୍ଞାନକୌଶଳ ଉପଯୋଗ କରି ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତି
ହେଉଛିା ଏହି ପରିପ୍ରେକ୍ଷୀରେ ଗଭୀର ସମୁଦ୍ରରୁ ମାଛ ଉତ୍ପାଦନ ନିମନ୍ତେ ଆଇସ୍ଲ୍ୟାଣ୍ଡର ବୈଷୟିକ ସହଯୋଗ
ନିମନ୍ତେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ପଦକ୍ଷେପ ନେଇଛନ୍ତିା
ଭାରତରେ ଅବସ୍ଥାପିତ ଆଇସ୍ଲ୍ୟାଣ୍ଡର ରାଷ୍ଟ୍ରଦୂତ ଶ୍ରୀ ଥୋରିର ଇବ୍ସେନ୍ଙ୍କ ଓଡ଼ିଶା ଗସ୍ତ ସମୟରେ
ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ପଦାଧ#କାରୀଙ୍କ ସହ ରାଜୀବ ଭବନଠାରେ ଏ ସଂପର୍କରେ ଅନୁଷ୍ଠିତ
ବୈଠକରେ ସବିଶେଷ ଆଲୋଚନା ହୋଇଥ#ଲାା କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ରାଜ୍ୟର ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର
ତଥା ଶାସନ ସଚିବ ଶ୍ରୀ ବିଶାଲ ଗଗନ, ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଡାଃ ବିଜୟ କେତନ ଉପାଧ୍ୟାୟ, ସାମୁଦି୍ରକ
ଦ୍ରବ୍ୟ ରପ୍ତାନୀ ସଂଘର ସଭାପତି ଓ ଅନ୍ୟାନ୍ୟ ପଦାଧ#କାରୀ, ଏମ୍ପିଇଡ଼ିଏ ଓ ଇଆଇଏର ପଦାଧ#କାରୀ,
ୟୁସିସିଆଇର ସଭାପତି ଓ ସଂପାଦକଙ୍କ ସମେତ ମତ୍ସ୍ୟ ବିଭାଗର ବରିଷ୍ଠ ଅଧ#କାରୀମାନେ ଯୋଗଦେଇଥ#ଲୋ
ସାମୁଦି୍ରକ ଖାଦ୍ୟ ଓ ଦ୍ରବ୍ୟ ଉତ୍ପାଦନ ଓ ରପ୍ତାନୀ ଦିଗରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି
ବୈଠକରେ ଶ୍ରୀ ଧଳ କହିଥ#ଲୋ ଏଥ# ସହିତ ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନର ସ୍ଥିତି ଓ ଆଗାମୀ ଦିନରେ ବିଭାଗ
ପକ୍ଷରୁ ନିଆଯିବାକୁ ଥ#ବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥ#ବା ବେଳେ ଗଭୀର ସମୁଦ୍ରରୁ ମାଛ
ଧରିବା ନିମନ୍ତେ ଆଇସ୍ଲ୍ୟାଣ୍ଡଠାରୁ ଉପଯୁକ୍ତ ଜ୍ଞାନକୌଶଳର ସହଯୋଗିତା ଲାଗି ସେ ଆଶାବ୍ୟକ୍ତ କରିଥ#ଲୋ
ଶ୍ରୀ ବିଶାଲ ଗଗନ ଆଇସ୍ଲ୍ୟାଣ୍ଡର ଆଧୁନିକ ଜ୍ଞାନକୌଶଳରେ କିପରି ରାଜ୍ୟରେ ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ
ବୃଦ୍ଧି କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥ#ଲୋ ଏହା ଦ୍ୱାରା ରାଜ୍ୟରେ ମାଛର ଉପଲବ୍ଧତା
ବୃଦ୍ଧି ପାଇବା ସହିତ ଆନ୍ତର୍ଜାତିକ ବଜାରକୁ ବିପୁଳ ପରିମାଣରେ ସାମୁଦି୍ରକ ମତ୍ସ୍ୟ ରପ୍ତାନୀ ହୋଇପାରିବ ବୋଲି
କମିଶନର ମତବ୍ୟକ୍ତ କରିଥ#ଲୋ
ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ଆଇସ୍ଲ୍ୟାଣ୍ଡ ଅତ୍ୟନ୍ତ କ୍ଷୁଦ୍ର ରାଷ୍ଟ୍ର ହୋଇଥ#ଲେ ହେଁ ସାମୁଦି୍ରକ ମତ୍ସ୍ୟ
ଉତ୍ପାଦନ ଓ ଏହାର ପ୍ରକ୍ରିୟାକରଣ ତଥା ରପ୍ତାନୀରେ ଏହା ପୃଥ#ବୀରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧ#କାର କରିଛି
ବୋଲି ରାଷ୍ଟ୍ରଦୂତ ଶ୍ରୀ ଥୋରିର ଇବସେନ୍ ତାଙ୍କ ବକ୍ତବ୍ୟରେ କହିଥ#ଲୋ ଏଥ# ସହିତ ଆଗାମୀ ଦିନମାନଙ୍କରେ
ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ ନିମନ୍ତେ ଓଡ଼ିଶାକୁ ଆବଶ୍ୟକୀୟ ଜ୍ଞାନକୌଶଳ ସହାୟତା ଯୋଗାଇଦେବ ବୋଲି ଶ୍ରୀ
ଇବ୍ସେନ୍ ପ୍ରତିଶ୍ରୁତି ଦେଇଥ#ଲୋ
ବୈଠକରେ ଯୁଗ୍ମ ମତ୍ସ୍ୟ ନିର୍ଦ୍ଦେଶକ ପ୍ରତାପ ରଞ୍ଜନ ରାଉତ ମତ୍ସ ସଂପଦ ଓ ରାଜ୍ୟରୁ ରପ୍ତାନୀ ହେଉଥ#ବା
ସାମୁଦି୍ରକ ଖାଦ୍ୟ ସଂପର୍କରେ ସୂଚନା ଦେଇଥ#ବାବେଳେ ଏସ୍ଇଏଆଇ ଓୟୁସିସିଆଇ ତରଫରୁ ରାଜନ ପାଢ଼ୀ ଓ
କମଳେଶ ମିଶ୍ର ଓଡ଼ିଶାର ସାମୁଦି୍ରକ ଦ୍ରବ୍ୟ ରପ୍ତାନୀର ସ୍ଥିତି ଓ ଏ ସଂପର୍କରେ ଆଇସ୍ଲ୍ୟାଣ୍ଡର ସମ୍ଭାବ୍ୟ
ସହଯୋଗିତା ସଂପର୍କରେ ବକ୍ତବ୍ୟ ରଖ#ଥ#ଲୋ ପରିଶେଷରେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଡାଃ ବିଜୟ କେତନ
ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥ#ଲୋ

Share in top social networks!
Powered By Indic IME