ପ୍ରବାଦ ପୁରୁଷ ନାଟ୍ୟକାର ବ୍ୟୋମକେଶ ତ୍ରିପାଠୀଙ୍କ ୧୬ଟି ନାଟକ ଉନ୍ମୋଚିତ

16 plays of Legendry Byomakesh Tripathy Unveiled
ବହୁମୁଖୀ ପ୍ରତିଭାର ଅଧିକାରୀ ଶ୍ରୀ ବ୍ୟୋମକେଶ ତି୍ରପାଠୀଙ୍କ ରଚିତ ୧୩ଟି ନାଟକ ଏବଂ ୩ଟି ଅନୁବାଦ ନାଟକ ୫ଟି ଭାଗରେ ଆଜି ଭୁବନେଶ୍ୱରସ୍ଥିତ ପ୍ରେସକ୍ଲବରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଅଛି । ଏହି ଅବସରରେ ପ୍ରଖ୍ୟାତ ନାଟକ ଲେଖକ ତଥା ଅଭିନେତା ପ୍ରଫେସର ଶ୍ରୀ ରଜତ କର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱନାମଧନ୍ୟା ଓଡ଼ିଆ କବି ତଥା ଲେଖିକା ପ୍ରଫେସର ଶ୍ରୀମତୀ ସଂଘମିତ୍ରା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରସିଦ୍ଧ ରଙ୍ଗମଂଚ କଳାକାର ଶ୍ରୀ ଅନନ୍ତ ମହାପାତ୍ର, ପ୍ରତିÂିତ ଲେଖକ ଶ୍ରୀ ବିଶ୍ୱକେଶ ତି୍ରପାଠୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ କରିଥିଲେ ।
ବ୍ୟୋମକେଶ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବ୍ୟୋମକେଶ ୬୮ ଟି ନାଟକର ନିଦେ୍ର୍ଧଶନା ଦେବା ସହ ଏଥିରୁ ଅନେକଗୁଡ଼ିଏ ନାଟକରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କୁ ଓଡ଼ିଶାର ସତ୍ୟଜିତ୍ ରାୟ ବୋଲି ମଧ୍ୟ ଦର୍ଶାଯାଏ, ଯାହା କି ଓଡ଼ିଶାର ଜଣେ ମଂଚ କଳାକାର ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବା ସମ୍ମାନ । ଶ୍ରୀ ବ୍ୟୋମକେଶ ଥିଲେ ଏକ ବିରଳ ବ୍ୟକ୍ତିତ୍ୱ ଯିଏ କି ନାଟକ ଲେଖିବା ସଙ୍ଗେ ସଙ୍ଗେ ତାକୁ ନିଦେ୍ର୍ଧଶନା ମଧ୍ୟ ଦେଇଛନ୍ତି । ସେ ଏକାଧାରରେ ଥିଲେ ଜଣେ ଲେଖକ, ନିଦେ୍ର୍ଧଶକ ତଥା ନିଖୁଣ ଅଭିନେତା । ବିଶେଷ କରି ସେ ନୂତନ ଭଙ୍ଗୀର ମଂଚଶୈଳୀକୁ ଓଡ଼ିଶାର ରଙ୍ଗମଂଚରେ ଆରମ୍ଭ କରିଥିଲେ, ଯାହାକି ଓଡ଼ିଶାରେ ପୂର୍ବରୁ ଦେଖିବାକୁ ମିଳି ନଥିଲା । ଓଡ଼ିଆ ସିନେମା ଜଗତକୁ ମଧ୍ୟ ତାଙ୍କ ଦାନ ଅତୁଳନୀୟ । ସେ କେତେଗୁଡ଼ିଏ ଓଡ଼ିଆ ସିନେମାର ନିଦେ୍ର୍ଧଶନା ଦେବା ସହ କେତୋଟି ସିନେମାରେ ଅଭିନୟ ମଧ୍ୟ କରିଛନ୍ତି । ସୁନାମଧନ୍ୟ ଅଧ୍ୟାପକ ଶ୍ରୀ ରାଜକିଶୋର ରାୟ ତାଙ୍କୁ ଓଡ଼ିଶାର ଏକ୍ଟrୟକ୍ଟଦ୍ଭ ଉrବସଶ (୧୮୭୨-୧୯୬୬) ବୋଲି ସମ୍ବୋଧନ କରନ୍ତି । କ୍ରେଗ୍ ଥିଲେ ଇଂଲଣ୍ଡର ଜଣେ ପ୍ରସିଦ୍ଧ ଅଭିନେତା, ନିଦେ୍ର୍ଧଶକ ଏବଂ ଆଧୁନିକ ରଙ୍ଗମଂଚର ପ୍ରବାଦ ପୁରୁଷ ଯିଏ କି ମଂଚଶୈଳୀରେ ନୂତନ ବିଚାରର ସଙ୍କଳ୍ପନ କରିଥିଲେ ।
ବ୍ୟୋମକେଶ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ନାଟକ ରଚନା କରିଛନ୍ତି ଏବଂ ତାଙ୍କର ପ୍ରତ୍ୟେକଟି ନାଟକ ଥିଲା ପରୀକ୍ଷାମୂଳକ । ଏହା ମଧ୍ୟରୁ କେତେକ ନାଟକ ସମାଜର ବିଦ୍ରୂପାତ୍ମକ ଏବଂ କେତେକ ବ୍ୟଙ୍ଗାତ୍ମକ ଭାବେ ରଚନା କରିଛନ୍ତି । ମାତ୍ର ତାଙ୍କର ପ୍ରତିଟି ନାଟକରେ ରହିଥିଲା ସତ୍ୟ, ସଚ୍ଚୋଟତା ଓ ଶୁଦ୍ଧତାର ବାର୍ତା । ଆଧ୍ୟାତ୍ମିକ ଏବଂ ଐତିହାସିକ ବିଷୟବସ୍ତୁ ବ୍ୟତୀତ ଦୁର୍ନୀତି, ବେଶ୍ୟାବୃତି, ନାରୀମାନଙ୍କ ପ୍ରତି ଅନ୍ୟାୟ ଭଳି ସାମାଜିକ ପ୍ରସଙ୍ଗ ତାଙ୍କ ନାଟକରେ ଦେଖିବାକୁ ମିଳେ ।
ଶ୍ରୀ ତି୍ରପାଠୀ ଓଡ଼ିଆ ସିନେମା ପାଇଁ ସଂଳାପ ଲେଖିବା ସହ ନାଟକ ନିମନ୍ତେ ସଙ୍ଗୀତ ରଚନା ମଧ୍ୟ କରିଛନ୍ତି – ଯାହାକି ଓଡ଼ିଶାର କଳାକାରଙ୍କ କ୍ଷେତ୍ରରେ ଏଭଳି ବ୍ୟକ୍ତିତ୍ୱ ମିଳିବା ବିରଳ । ୧୯୯୫ ମସିହାରେ ଧରିତ୍ରୀ ଖବରକାଗଜ ତରଫରୁ ତାଙ୍କୁ ଭୁବନେଶ୍ୱରରେ ତାଙ୍କର ନିଜସ୍ୱ କିଛି ନାଟକ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଥିଲା । ୧୯୯୭ ମସିହାରେ ଭାରତ ସ୍ୱାଧିନତାର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ବ୍ୟୋମକେଶଙ୍କୁ ଓଡ଼ିଶା ରଙ୍ଗମଂଚର ଇତିହାସ ଉପରେ ଏକ ଡକୁ୍ୟମେଂଟାରୀ ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଥିଲା ।
ବ୍ୟୋମକେଶ ତି୍ରପାଠୀଙ୍କ ଅନୁଜ ଶ୍ରୀ ବିଶ୍ୱକେଶ ତି୍ରପାଠୀ ତଥା ଜଣେ ପ୍ରତିଯୋଗୀମୂଳକ ଲେଖକଙ୍କ ଏହା ହେଉଛି ଏକ ବିନମ୍ର ପ୍ରୟାସ, ଯିଏ କି ଶ୍ରୀ ବ୍ୟୋମକେଶ ତି୍ରପାଠୀଙ୍କ ସମସ୍ତ ନାଟକକୁ ୫ ଟି ଭାଗରେ ଶ୍ରେଣୀଭୁକ୍ତ କରି ପାଠକଙ୍କୁ ରଙ୍ଗମଂଚର ମନମୁଗ୍ଧକର ଦୁନିଆକୁ ପୁର୍ନବାର ଫେରାଇନେବାକୁ ଉଦ୍ୟମ କରିଛନ୍ତି ଯାହାକୁ ବ୍ୟୋମକେଶ ଖୁବ୍ ଭଲ ପାଉଥିଲେ ।

ବ୍ୟୋମକେଶ ତି୍ରପାଠୀଙ୍କର ନିଜସ୍ୱ ରଚନା-
୧. ଏକ-ଦୁଇ-ତିନ ୨. ରଜ ମୁକୁତା ୩. କଂସାକବାଟ ୪. ସିଂହଦ୍ୱାରା ୫. ଜାଗରଣ ୬. ତୋଳାକନିଆ ୭. ଅଖଣ୍ଡଜ୍ୟୋତି ୮. ସୁନାଫରୁଆ ୯. ମାଟିର ସ୍ୱର୍ଗ ୧୦. ହେମହରିଣୀ ୧୧. ଗୋପନ କଥା ୧୨. ସତୀ ପରୀକ୍ଷା ୧୩. ଶ୍ରୀ କୃଷ୍ଣଲୀଳା
ଅନୁବାଦ ନାଟକ-
୧. ରାଜା ଅଡିପସ ୨. ଆଂଟିଗନ ୩. ମୁଦ୍ରା ରାକ୍ଷସ

ଏହି ଅବସରରେ ଅନୁଭବୀ ଓଡ଼ିଆ ଲେଖକ ଶ୍ରୀ ଗୋବିନ୍ଦ ତି୍ରପାଠୀଙ୍କ ସଂଗୃହୀତ ପୁସ୍ତକ, ବିଶ୍ୱକେଶ ତି୍ରପାଠୀ ଏବଂ ବିୟୋତକେଶ ତି୍ରପାଠୀଙ୍କ ରଚିତ ପୁସ୍ତକ ବିକି୍ରି ତଥା ପ୍ରଦର୍ଶନ କରାଯାଇଥିଲା ।

Share in top social networks!