ବେଦାନ୍ତ ଝାରସୁଗୁଡ଼ା ପ୍ରକଳ୍ପର ୩ଟି ଶକ୍ତିକେନ୍ଦ୍ର ଚାଲିବା ପାଇଁ ଅନୁମତି

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ ନିଦେ୍ର୍ଧଶକ୍ରମେ ବେଦାନ୍ତର ଝାରସୁଗୁଡ଼ାଠାରେ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ୫ଟି ଶକ୍ତି କେନ୍ଦ୍ର ମଧ୍ୟରୁ ୩ଟି ୟୁନିଟ ଗତକାଲିଠାରୁ ଚାଲିବା ଆରମ୍ଭ କରିଛି । ଏବେ ଏହି ୩ଟି ଶକ୍ତି କେନ୍ଦ୍ର ମଧ୍ୟରୁ ୨ଟି ୟୁନିଟରୁ ୧୩୫ ମେଗାୱାଟ ଲେଖାଁଏ ଓ ଗୋଟିଏ ୟୁନିଟରୁ ୬୦୦ ମେଗାୱାଟ ବିଦ୍ୟୁତ ଉପôାଦନ ହେବ । ବେଦାନ୍ତର ୫ଟି ଶକ୍ତି କେନ୍ଦ୍ର ମଧ୍ୟରୁ ୧୩୫ ମେଗାୱଟ ସଂପନ୍ନ ୩ଟି ୟୁନିଟ ରହିଥିବାବେଳେ ୬୦୦ ମେଗାୱଟସଂପନ୍ନ ୨ଟି ୟୁନିଟ ରହିଛି । ଏହି ଶକ୍ତି କେନ୍ଦ୍ରର କ୍ଷମତା ଯଥାକ୍ରମେ ୧୨୧୫ ଓ ୨୪୦୦ ମେଗାଓା୍ୱଟ । ଇତିମଧ୍ୟରେ ରାଜ୍ୟ ପ୍ରଦୂଷଣ ବୋଡର଼୍ ପୂର୍ବରୁ ଜାରି କରିଥିବା ବନ୍ଦ ନିଦେ୍ର୍ଧଶନାମ ପ୍ରତ୍ୟାହାର କରିବା ଫଳରେ ବେଦାନ୍ତର ଶକ୍ତି ଉପôାଦନ ପୂର୍ବ ଅବସ୍ଥାକୁ ଫେରିଆସିଛି । ଏହାଫଳରେ ବିଶୋଧନ କାର୍ଯ୍ୟ ପାଇଁ ଆବଶ୍ୟକ ୨୦୦ ମେଗାୱଟ ବିଦ୍ୟୁତଶକ୍ତି ଏବେ ନିଜସ୍ୱ କେନ୍ଦ୍ରରୁ ଭରଣା ହୋଇପାରିବ । ଏହା ବାହାରୁ କ୍ରୟ କରିବା ପାଇଁ ପଡ଼ିବ ନାହିଁ ।

Share in top social networks!