ଚିଟ ଫଣ୍ଡ ମହାଦୁର୍ନୀତିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସାମିଲ ଅଭିଯୋଗ ପରିପ୍ରେକ୍ଷୀରେ ତାଙ୍କୁ ତଦନ୍ତ ପରିସର ଭୂକ୍ତ କରାଯାଉ: ବିଜେପି

 ବିନା ଅଭିଜ୍ଞତାରେ ସିସୋର ଓ ଗ୍ରୀନରେ ଭଳି ଦୁଇଟି ଠକ ଚିଟଫଣ୍ଡ କମ୍ପାନୀକୁ ଗୁରୁତ୍ୱପୂର୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ କାମରେ ନିୟୋଜିତ କରିଥିଲେ ଶ୍ରୀ ଆଚାର୍ଯ୍ୟ
 ଗ୍ରୀନରେ କମ୍ପାନୀର ଔଷଧ ତିଆରି ବ୍ୟବସାୟ ସହ ଆଦୌ କୌଣସି ସମ୍ପର୍କ ନ ଥିବା ସତ୍ୱେ ଫାର୍ମାସିଟିକାଲ ବ୍ୟବସାୟରେ କମ୍ପାନୀ ୮୦ କୋଟି ଟଙ୍କା ବିନିଯୋଗ କରିଥିଲା
 ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି କମ୍ପାନୀକୁ କିପରି ଲାଇସେନ୍ସ ପ୍ରଦାନ କଲା ?
 ଗ୍ରୀନରେ କମ୍ପାନୀର ମାଲିକ ମୀର ସାହିରୁଦ୍ଧିନ ଏହି ଲାଇସେନ୍ସ ଆଧାରରେ ନିଶାଯୁକ୍ତ ଔଷଧ ତିଆରି କରି ବଜାରରୁ ପ୍ରଚୁର ମୁନାଫା କମାଇଥିଲା
 ମୀର ସାହିରୁଦ୍ଧିନକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରଚୁର ମୁନାଫା କମାଇବାର ପଥ ପରିଷ୍କାର ପ୍ରସନ୍ନ ଆଚାର୍ଯ୍ୟ କରିଥିଲେ କି ନାହିଁ ?
 ବାଲେଶ୍ୱର ଠାରେ ଗ୍ରୀନରେ କମ୍ପାନୀର ଉଦଘାଟନ ଉତ୍ସବରେ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ତାଙ୍କର କମ୍ପାନୀ ପ୍ରୀତିର ପ୍ରମାଣ ନୁହେଁ କି ?
 ସ୍ୱାସ୍ଥ୍ୟ ସେବାରେ ଅନଭିଜ୍ଞ ସିସୋରକୁ ସରକାରୀ ଡାକ୍ତରଖାନା ଚଳାଇବା ଦାୟିତ୍ୱ ଦେଇ ସିସୋର ଦ୍ୱାରା ରାଜ୍ୟରେ ମେଡିକାଲ କଲେଜ ଓ ଡାକ୍ତରଖାନା ଖୋଲିବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ ଶ୍ରୀ ଆଚାର୍ଯ୍ୟ
 ପ୍ରସନ୍ନ ଆଚାର୍ଯ୍ୟ ଚିଟ ଫଣ୍ଡ ଲୁଟେରାଙ୍କ ଅର୍ଥରେ ଅନୁଗ୍ରହୀତ ହେବାର ସନେ୍ଦହ ଘେରରେ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ
 ଉପଯୁକ୍ତ ତଦନ୍ତ ହେଲେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅସଲ ମୁଖା ଖୋଲିଯିବ
 ଏହି ପ୍ରସଙ୍ଗରେ ବରଗଡ଼ରେ ଦଳ ପକ୍ଷରୁ କରାଯିବ ବିକ୍ଷୋଭ ପ୍ରଦର୍ଶନ

Press Release_21

ଚିଟ ଫଣ୍ଡ ମହାଘୋଟାଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପରେ ଦଳକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆଗକୁ ଆସିିଥିବା ଦଳର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନିଜେ ଏହି ମହାଦୁର୍ନୀତିରେ ସଂପୃକ୍ତ ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି ।
ଏ ସମ୍ପର୍କରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ବକ୍ତବ୍ୟ ପରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଚିଟ ଫଣ୍ଡ କମ୍ପାନୀକୁ କାମ ଦେଇ ଓଡିଶା ସରକାରଙ୍କୁ ଲାଭ ପହଂଚାଇଥିଲେ ବୋଲି ଯୁକ୍ତି ବାଢିବା ସହ ବିଜେପି ବିଧାୟକଙ୍କ ଅଳ୍ପ ବିଦ୍ୟା ଭୟଙ୍କରୀ ବୋଲି ବକ୍ତବ୍ୟ ରଖିଥିଲେ ।

ଏ ସମ୍ପର୍କରେ ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି ପ୍ରସନ୍ନ ଆଚାର୍ଯ୍ୟଙ୍କ ଠକ ଚିଟଫଣ୍ଡ କମ୍ପାନୀ ମାନଙ୍କୁ ତାଙ୍କର ସ୍ୱାସ୍ଥ୍ୟମନ୍ତ୍ରୀତ୍ୱ ସମୟରେ ଦେଖାଇଥିବା ଅନୁକମ୍ପା ଓ ଏହା ଦ୍ୱାରା ଶ୍ରୀ ଆଚାର୍ଯ୍ୟ ନିଜେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇଥିବା ସନେ୍ଦହକୁ ଗଣମାଧ୍ୟମ ଆଗରେ ଉପସ୍ଥାପିତ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ।
ଶ୍ରୀ ପୁରୋହିତ କହିଛନ୍ତି ଯେ, ଶ୍ରୀ ଆଚାର୍ଯ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ସିସୋର ଓ ଗ୍ରୀନରେ ଭଳି ଦୁଇଟି ଠକ ଚିଟଫଣ୍ଡ କମ୍ପାନୀକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନ ଥିବା ସତ୍ୱେ ଗୁରୁତ୍ୱପୂର୍ଣ ସ୍ୱାସ୍ଥ୍ୟ ସମ୍ପର୍କିତ କାମରେ ନିୟୋଜିତ କରିଥିଲେ ।
ଶ୍ରୀ ପୁରୋହିତ କହିଛନ୍ତି ଯେ, ଗ୍ରୀନରେ କମ୍ପାନୀର ଔଷଧ ତିଆରି ବ୍ୟବସାୟ ସହ ଆଦୌ କୌଣସି ସମ୍ପର୍କ ନ ଥିବା ସତ୍ୱେ ଫାର୍ମାସିଟିକାଲ ବ୍ୟବସାୟରେ ଏହି କମ୍ପାନୀ ୮୦ କୋଟି ଟଙ୍କା ବିନିଯୋଗ କରିଥିଲା । ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି କମ୍ପାନୀକୁ କିପରି ଲାଇସେନ୍ସ ପ୍ରଦାନ କଲା ଏହାର ଉତର ଦେବାର ଦାୟିତ୍ୱ ପ୍ରସନ୍ନ ଆଚାର୍ଯ୍ୟଙ୍କର ବୋଲି ବିଜେପି କହିଛି ।
ଗ୍ରୀନରେ କମ୍ପାନୀର ମାଲିକ ମୀର ସାହିରୁଦ୍ଧିନ ଏହି ଲାଇସେନ୍ସ ଆଧାରରେ ନିଶାଯୁକ୍ତ ଔଷଧ ତିଆରି କରି ବଜାରରୁ ପ୍ରଚୁର ମୁନାଫା କମାଉଥିବାର ଅଭିଯୋଗ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ମୀର ସାହିରୁଦ୍ଧିନକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରଚୁର ମୁନାଫା କମାଇବାର ପଥ ପରିଷ୍କାର ପ୍ରସନ୍ନ ଆଚାର୍ଯ୍ୟ କରିଥିଲେ କି ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି ।
ବାଲେଶ୍ୱର ଠାରେ ଏହି କମ୍ପାନୀର ଉଦଘାଟନ ଉତ୍ସବରେ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ କାହିଁକି ଯୋଗ ଦେଇଥିଲେ ବୋଲି ଏ ସମ୍ବନ୍ଧରେ ସ୍ପଷ୍ଟୀକରଣ ରଖିବାକୁ ବିଜେପି ତରଫରୁ ଆହ୍ୱାନ କରାଯାଇଛି ।
ଅହେତୁକ ଅନୁକମ୍ପା ଦେଖାଇ ପ୍ରସନ୍ନ ଆଚାର୍ଯ୍ୟ ଗ୍ରୀନରେ ଅର୍ଥରୁ କେତେ ଲାଭବାନ ହୋଇଛନ୍ତି ଏହା ମଧ୍ୟ ସ୍ପଷ୍ଟ କରିବାକୁ ଶ୍ରୀ ପୁରୋହିତ ଆହ୍ୱାନ ଜଣାଇଛି ।
ଗ୍ରୀନରେ ସହ ଚିଟ ଫଣ୍ଡ କେଳେଙ୍କାରୀ ଦୁନିଆର ମହାରାଜ ସିସୋର କମ୍ପାନୀର ସ୍ୱାସ୍ଥ୍ୟ ସେବା ସହ କୌଣସି ସମ୍ପର୍କ ନ ଥିବା ବେଳେ ୯ଟି ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚଲାଇବାକୁ ଅନୁମତି ଦେବା ପଛରେ ଥିବା ଅପରାଧିକ ଷଡଯନ୍ତ୍ରରେ ପ୍ରସନ୍ନ ଆଚାର୍ଯ୍ୟ ଥିବା ବିଜେପି ଅଭିଯୋଗ କରିଛି ।
ବିଜେପି କହିଛି ଯେ ସ୍ୱାସ୍ଥ୍ୟ ସେବାରେ ଅନଭିଜ୍ଞ ସିସୋରକୁ ସରକାରୀ ଡାକ୍ତରଖାନା ଚଳାଇବା ଦାୟିତ୍ୱ ଦେଇ ତକ୍ରାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟ ସିସୋର ଦ୍ୱାରା ରାଜ୍ୟରେ ମେଡିକାଲ କଲେଜ ଓ ଡାକ୍ତରଖାନା ଖୋଲିବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛି ।
ମେଡିକାଲ ଶିକ୍ଷାରେ ପ୍ରଚୁର ଲାଭ ଥିବା କାରଣରୁ ସରକାରୀ ଡାକ୍ତରଖାନା ଚଳାଇବା ସହ ଡାଇଗ୍ନୋଷ୍ଟିକ ସେଂଟର ଚଲାଇବା ପାଇଁ ରାଜ୍ୟ ସରକାର ସିସୋର ଭଳି ଅନଭିଜ୍ଞ ଓ ଠକ ସଂସ୍ଥାକୁ ଶ୍ରୀ ଆଚାର୍ଯ୍ୟଙ୍କ ଅନୁଗ୍ରହରେ ଅନୁମତି ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛି ।
ବିଜେପି ତରଫରୁ ଦାବି କରାଯାଇଛି ଯେ, ପ୍ରସନ୍ନ ଆଚାର୍ଯ୍ୟ ଚିଟ ଫଣ୍ଡ ଲୁଟେରାଙ୍କ ଅର୍ଥରେ ଅନୁଗ୍ରହୀତ ହେବାର ସନେ୍ଦହ ଘେରରେ ଥିବାରୁ ତାଙ୍କୁ ଏହି ଦୁଇ ସଂସ୍ଥାର ତଦନ୍ତ ପ୍ରକ୍ରିୟାରେ ତଦନ୍ତ ପରିସରଭୁକ୍ତ କରାଯାଉ । ଉପଯୁକ୍ତ ତଦନ୍ତ ହେଲେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅସଲ ମୁଖା ଖୋଲିଯିବ ବୋଲି ବିଜେପି ତରଫରୁ ପ୍ରକାଶ କରାଯାଇଛି ।
ଏହି ପ୍ରସଙ୍ଗରେ ଦଳ ତରଫରୁ ବରଗଡ଼ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ପୁରୋହିତ ଘୋଷଣା କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।