୫୦ ବର୍ଷ ପରେ ପ୍ରୋଷ୍ଟେଟ୍ ବୃଦ୍ଧି ପ୍ରତି ସତର୍କତା ଆବଶ୍ୟକ

Dr

ପୁରୁଷଙ୍କ କ୍ଷେତ୍ରରେ ୫୦ ବର୍ଷ ପରେ ପ୍ରୋଷ୍ଟେଟ୍ ସମସ୍ୟା ଦେଖା ଦେଇଥାଏ । ବାରମ୍ବାର ମୁତ୍ର ଲାଗିବା, ରାତିରେ ଏହି ସମସ୍ୟା ବଢ଼ିବା, ବ୍ଳାଡର ସମ୍ପୂର୍ଣ୍ଣ ଖାଲି ନ ହେବା । ଏହାଦ୍ୱାରା ପୁରୁଷଙ୍କ ସାଧାରଣ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥାଏ । ତେଣୁ ଏଥି ପ୍ରତି ଧ୍ୟାନ ଦେବାର ଏକାନ୍ତ ଆବଶ୍ୟକତା ରହିଛି ।
ପ୍ରୋଷ୍ଟେଟ୍ ଗ୍ଲାଣ୍ଡ୍ର ଆକାର ୱାଲନଟ୍ ପରି । ଏହା ପୁରୁଷ ପ୍ରଜନନ ପ୍ରଣାଳୀର ଅଂଶବିଶେଷ । ଏହା ବ୍ଳାଡରରୁ ମୁତ୍ର ବହନ କରୁଥିବା ମୁତ୍ରବାହୀ ନଳୀ ବା ୟୁରେଥ୍ରା ଚାରିପରେ ଗୁଡେଇ ହୋଇ ରହିଥାଏ । ଏହାର କଆର ବୃଦ୍ଧି ପାଇଲେ ମୁତ୍ରବାହୀ ନଳୀ ସଂକୁଚିତ ହୋଇଯାଇଥାଏ । ଫଳରେ ମୁତ୍ର ତ୍ୟାଗ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଏହାକୁବେନଗିନ୍ ପ୍ରୋଷ୍ଟାଟିକ୍ ହାଇପର୍ପ୍ଲାସିଆ(ବିପିଏଚ) କୁହାଯାଇଥାଏ ।

ବିପିଏଚ୍ ଯୋଗୁ ସାଧାରଣ ମୁତ୍ରତ୍ୟାଗ ପ୍ରକି୍ରୟା ବାଧା ଉପôନ୍ନ ହୁଏ । ଫଳରେ ସମ୍ପୂର୍ଣ୍ଣ ମୁତ୍ର ବାହାରକୁ ଆସି ନ ଥାଏ ଏବଂ ବାରମ୍ବାର ଶୌଚାଳୟ ଯିବାକୁ ପଡିଥାଏ । ରାତିରେ ଏହା ବୃଦ୍ଧି ପାଇଥାଏ । ହଠାତ୍ ପରିସ୍ରା ଲାଗିଥାଏ ଓ ସମ୍ପୂର୍ଣ୍ର ମୁତ୍ରତ୍ୟାଗ ହୋଇ ନ ଥାଏ ତଥା ପରିସ୍ରା ସମୟରେ ବାଧା ସୃଷ୍ଟି ହେବା ଦ୍ୱାରାେ ରୋଗୀ କୁନ୍ଥାଇଥାଏ । ଏସବୁ ଲକ୍ଷଣ ରୋଗୀର ସାଧାରଣ ଜୀବନଶୈଳୀକୁ ପ୍ରଭାବିତ କରିଥାଏ ।

ବିପିଏଚ୍ ବୟସ ବଢ଼ିବା ସହିତ ଏକ ସାଧାରଣ ପ୍ରକ୍ରିୟାରେ ପରିଣତ ହୋଇଥାଏ । ପ୍ରାୟତଃ ୬୦ ବର୍ଷ ପରେ ୫୦ ପ୍ରତିଶତରୁ ଅଧିକ ପୁରୁଷଙ୍କଠାରେ ଏହା ଦେଖାଯାଉଥିବାବେଳେ ୮୫ବର୍ଷ ପରେ ୯୦ ପ୍ରତିଶତ ପୁରୁଷଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ ।

ଏସମ୍ପର୍କରେ ଡାକ୍ତର ମାନସ ପ୍ରଧାନ, ଏମ୍ଏସ୍ ଏମ୍ସିଏଚ୍, ୟୁରୋଲୋଜି କୁହନ୍ତି, “ବିପିଏଚ୍ ପୁରୁଷଙ୍କ କ୍ଷେତ୍ରରେ ଏକ ନିଦ୍ଧିଷ୍ଟ ବୟସ ପରେ ସାଧାରଣ ରୋଗ ଭାବେ ପରିଗଣିତ ହୋଇଥାଏ । କିନ୍ତୁ ଏହାର ଚିକିତ୍ସା ବେଶ୍ ସହଜ ଜନକ । ବଜାରରେ ଏହାର ନିାଦନ ପାଇଁ ବିଭିନ୍ନ ଔଷଧ ଉପଲବ୍ଧ ହେଉଛି । ପୂର୍ବରୁ ଅପରେଶନ୍ ଏହାର ଏକମାତ୍ର ବିକଳ୍ପ ଥିଲା । ସମ୍ପ୍ରତି ମଧୁମେହ ରୋଗରେ ଜୀବନସାରା ଔଷଧର ବ୍ୟବହାର କରିବାକୁ ପଡୁଛି । ଔଷଧ ଚିକିତ୍ସାରେ ସଫଳ ନ ମିଳିଲେ କେତେକ ରୋଗୀ ଅପରେଶନ୍ କରୁଥିବା ଦେଖାଯାଇଥାଏ ।”

ବଜାରରେ ଏହାର ନିଦାନ ପାଇଁ ଦୁଇ ପ୍ରକାର ଔଷଧ ଉପଲବ୍ଧ ହେଉଛି । ସେଥି ମଧ୍ୟରୁ ଗୋଟିଏ ପ୍ରୋଷ୍ଟେଟ୍ର ଅକାର ହ୍ରାସ କରିବା ସହିତ ଏହାର ବୃଦ୍ଧିକୁ ରୋକି ଥାଏ । ଅନ୍ୟ ପ୍ରକାର ଔଷଧ ପ୍ରୋଷ୍ଟେଟ୍କୁ କୋମଳ କରିଥାଏ । ଫଳରେ ପରିସ୍ରା ତ୍ୟାଗ ସମୟରେ ରୋଗୀକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନ ଥାଏ । ଏସବୁ ଔଷଧ ରୋଗୀର ପରିସ୍ରା ସମସ୍ୟାକୁ ନିରାକରଣ କରିଥାଏ । ଏହି ଔଷଧ ଶୀଘ୍ର ଫଳ ପ୍ରଦାନ କରିଥାଏ କିନ୍ତୁ, ଏହାକୁ ଦୀର୍ଘଦିନ ଧରି ପ୍ରତିଦିନ ସେବନ କରିବାକୁ ପଡିଥାଏ । ରୋଗର ଅବସ୍ଥା ଅନୁସାରେ ରୋଗୀଙ୍କୁ ଏହାର ସେବନ କରିବାକୁ ପରାର୍ମା ଦିଆଯାଇଥାଏ ।

Share in top social networks!
Powered By Indic IME