କ୍ୟାପିଟାଲ ହସପିଟାଲରେ ଉଦ୍ଘାଟିତ ହେଲା ଅତ୍ୟାଧୁନିକ ହାଇ-ଏଣ୍ଡ ମାଇକ୍ରୋସ୍କୋପ ସହ “ଇନଫିନାଇଟ ଫିକୋ” ଯନ୍ତ୍ର ଏବଂ ମୋବାଇଲ ଆପ୍

20-9-2017=7

ରାଜ୍ୟରେ ମୋତିଆ ବିନ୍ଦୁ ଏବଂ ମଧୁମେହ ଜନିତ ଅନ୍ଧତ୍ୱ ଦୁରିକରଣ ଦିଗରେ ଏକ ବଳିÂ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ପାଇଁ କ୍ୟାପିଟାଲ ହସପିଟାଲ ଚକ୍ଷୁ ବିଭାଗରେ ଏକ ଅତ୍ୟାଧୁନିକ “ଇନଫିନାଇଟ ଫିକୋ” ଯନ୍ତ୍ର ହାଇ-ଏଣ୍ଡ ମାଇକ୍ରୋସ୍କୋପ ସହ ସ୍ଥାପନ କରାଯାଇଅଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି ଏହାକୁ ଆନୁÂାନିକ ଭାବେ ଉଦ୍ଘାଟନ କରିବା ସହ ଏକ ମୋବାଇଲ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଖୁବ୍ଶୀଘ୍ର ରାଜ୍ୟର ୩ଟି ପୁରୁଣା ମେଡିକାଲ କଲେଜ , ଏସ୍.ସି.ବି , ଏମ୍.କେ.ସି.ଜି ଏବଂ ଭିମ୍ସାରରେ ମଧ୍ୟ ଉପଲବ୍ଧ କରାଯିବ । ରାଜ୍ୟରେ ଅନ୍ଧତ୍ୱ ଦୁରିକରଣ ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଭିତିଭୂମିର ବିକାଶ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା କରୁଛନ୍ତି । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଅନ୍ଧତ୍ୱ ଦୁରିକରଣ ଲକ୍ଷ୍ୟ ହାସଲ କରିବା ଦିଗରେ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି ସାଧାରଣତଃ ମଧୁମେହ ରୋଗୀମାନଙ୍କର ଅନେକ ସମୟରେ ରେଟିନା ଆକ୍ରାନ୍ତ ହୋଇ ନଷ୍ଟ ହେବା କାରଣରୁ ଚକ୍ଷୁ ସମସ୍ୟା ଯୋଗୁଁ ଦୃଷ୍ଟି ହିନତାର ଶିକାର ହୋଇ ଥାଆନ୍ତି । ଯଦି ପ୍ରାରମ୍ଭରୁ ଏହାର ଚିକିତ୍ସା କରାଯାଏ ତାହା ହେଲେ ସେମାନେ ଅନ୍ଧତ୍ୱରୁ ରକ୍ଷା ପାଇପାରନ୍ତି । ଏଥି ନିମନ୍ତେ ସେହି ଭଳି ଆକ୍ରାନ୍ତ ବ୍ୟକ୍ତିଙ୍କ ରେଟିନାରେ ରାନିବିଜୁମାବ୍ ନାମକ ଏକ ଇଂଜେକ୍ସନ ଦେବାକୁ ପଡେ । ଏହା କେବଳ ସ୍ୱଳ୍ପ ସଂଖ୍ୟକ ଘରୋଇ ଡାକ୍ତରଖାନା ମାନଙ୍କରେ ଉପଲବ୍ଧ । ଏଥି ପାଇଁ ରୋଗୀଙ୍କୁ ପ୍ରାୟ ୪୦ ହଜାରରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ । ରାଜ୍ୟ ସରକାର ବର୍ତମାନ ପ୍ରଥମ ଥର ପାଇଁ କ୍ୟାପିଟାଲ ହସପିଟାଲରେ ଏହାକୁ ମାଗଣାରେ ଉପଲବ୍ଧ କରାଇଛନ୍ତି । ଫଳରେ ଅନେକ ମଧୁମେହ ରେଟିନୋପାଥି ରୋଗୀ ଉପକୃତ ହୋଇ ପାରିବେ । ସେହିରି ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ ଓ ଯୋଗା ଯୋଗ କରି ମାଗଣାରେ ସେମାନଙ୍କର ଚକ୍ଷୁ ପରୀକ୍ଷା କରି ବିହିତ ପ୍ରତିକାର ନିମନ୍ତେ ରାଜ୍ୟ ସରକାର ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି । ଏହା ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଚିକିତ୍ସାଳୟର ଚକ୍ଷୁ ବିଭାଗରେ ଏହାର ବ୍ୟବହାର ସହ ରାଜ୍ୟର ମୁଖ୍ୟ ଚକ୍ଷୁ କେନ୍ଦ୍ର ସହ ଯୋଗସୂତ୍ର ରକ୍ଷା କରାଯାଇପାରିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ
ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଅନୁÂାନ ମାନଙ୍କର ବିକାଶ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରି ବିଭାଗୀୟ ପଦାଧିକାରୀମାନେ ନିÂା ଓ ଆନ୍ତରିକତାକ ସହ କାର୍ଯ୍ୟ ସମାପନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯେଉଁ ସବୁ ସ୍ୱାସ୍ଥ୍ୟ ଅନୁÂାନମାନଙ୍କରେ ଯାହା କିଛି ସମସ୍ୟା ଦେଖା ଦେଉଛି ଆଲୋଚନା ମାଧ୍ୟମରେ ଉପରିସ୍ଥ ଅଧିକାରୀମାନେ ସେ ସବୁର ସମାଧାନ କରିବା ଏବଂ ଆବଶ୍ୟକ ସ୍ଥଳେ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦେଇଥିଲେ । କ୍ୟାପିଟାଲ ହସପିଟାଲ ନିଦେ୍ର୍ଧଶକ ଡାଃ ସି.ଆର୍.ଦାଶ ସ୍ୱାଗତ ଭାଷଣ
ପ୍ରଦାନ କରିଥିଲେ । ଚକ୍ଷୁ ବିଭାଗ ବିଶେଷଜ୍ଞ ଡାଃ ଅଶ୍ୱନୀ ମେହେର୍ଦ୍ଧା ଏଠାରେ ଅବସ୍ଥାପିତ କରାଯାଇଥିବା ନୂତନ ମେସିନ୍ ଏବଂ ଅନ୍ଧତ୍ୱ ଦୁରିକରଣ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

Share in top social networks!
Powered By Indic IME