ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍-ସୋ

IMG_9162
ଦେଶର ବଡ଼ ବଡ଼ ସହରଗୁଡ଼ିକରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ରୋଡ୍-ସୋ ଆୟୋଜନ କରାଯିବା ସହିତ ନିକଟ ଭବିଷ୍ୟତରେ ସିଙ୍ଗାପୁର ସମେତ ଲଣ୍ଡନ୍ ଓ ବର୍ଲିନ୍ରେ ଆୟୋଜିତ ହେବାକୁ ଥ#ବା ଓ୍ୱାଲïର୍ ଟ୍ରାଭେଲ୍ ମାର୍ଟ ଓ ଆଇଟିବିରେ ଓଡ଼ିଶା ଅଂଶଗ୍ରହଣ କରିବା ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଅଂଶୀଦାରମାନଙ୍କୁ ଆଗ୍ରହୀ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପର୍ଯ୍ୟଟନ ଉଦ୍ୟମ ଅବ୍ୟାହତ ରଖ#ଛି ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତିା
ଆଜି ପୂର୍ବାହ୍ନରେ ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନ ରୋଡ୍-ସୋରେ ମୁଖ୍ୟଅତିଥ# ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଅନୁକୂଳ ପର୍ଯ୍ୟଟନ ନୀତି ଓ ଅନ୍ୟାନ୍ୟ ପ୍ରୋତ୍ସାହନମୂଳକ ପଦକ୍ଷେପ ଯୋଗୁଁ ୨୦୧୬ରେ ୭୬ ହଜାରରୁ ଅଧ#କ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଭ୍ରମଣରେ ଆସିଥ#ଲୋ ପର୍ଯ୍ୟଟନ ପରି କ୍ଷେତ୍ରରେ ଅଧ#କ ପୁଞ୍ଜିବିନିଯୋଗ ସହିତ ଭିତ୍ତିଭୂମିର ବିକାଶ ଦିଗରେ ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥ#ଲୋ “ଫିକି’ ସହଯୋଗରେ ମୁମ୍ବାଇରେ ଅନୁଷ୍ଠିତ ଏହି ରୋଡ୍-ସୋରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିତୀନ ବି. ଜଓ୍ୱାଲେ ଓଡ଼ିଶାର ପର୍ଯ୍ୟଟନ ସଂପଦ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ନେଇ ଦୃଶ୍ୟଶ୍ରବ୍ୟ ଉପସ୍ଥାପନ କରିଥ#ଲୋ ରୋଡ୍-ସୋରେ ସମବେତ ଦର୍ଶକମାନଙ୍କ ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ଅନେକ ତଥ୍ୟ ପ୍ରଦାନ କରାଯାଇଥ#ଲାା
“ଫିକି’ର ପର୍ଯ୍ୟଟନ କମିଟି ଅଧ୍ୟକ୍ଷ ତଥା ଇଣ୍ଡିଆ-ଗଲ® ଟୁରିଜିମ୍ ଆସୋସିଏସନ୍ର ସଭାପତି ରାଜନ୍ ସେହ୍ଗାଲ୍ ସ୍ୱାଗତ ଭାଷଣ ଦେଇଥ#ବାବେଳେ “ଓ୍ୱିଜ୍କ୍ରାଫଫ’ର ପରିଚାଳନା ନିର୍ଦ୍ଦେଶକ ସାବାସ୍ ଯୋଶେଫ୍ ଓ କାମାତ୍ ହୋଟେଲ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭିଥଲ୍ କାମାତ୍ ମଧ୍ୟ ବକ୍ତବ୍ୟ ରଖ#ଥ#ଲୋ “ଫିକି’ର ପର୍ଯ୍ୟଟନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ମନୀଷ ଆହୂଜା ଧନ୍ୟବାଦ ଅର୍ପଣ କରିଥ#ବାବେଳେ ମହାରାଷ୍ଟ୍ର ଶାଖାର ପ୍ରମୁଖ ଦୀପକ୍ ମୁଖୀ କାର୍ଯ୍ୟକ୍ରମ ସଂଚାଳନ କରିଥ#ଲୋ

Share in top social networks!