୧୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ୨୦ ହଜାର କୋଟି ଟଙ୍କା ସହ ନୁହେଁ, ଚିଟଫଣ୍ଡ ଲୁଟେରାଙ୍କ ସହ ଅଛି ବିଜେଡି : ବିଜେପି

 ପାପ କରିଛନ୍ତି ଅଥଚ ପ୍ରାୟଶ୍ଚିତ କରିବାକୁ ଡରୁଛନ୍ତି
 ପ୍ରଭାତ ବିଶ୍ୱାଳଙ୍କୁ ରାଜରାସ୍ତାରେ ବିଜେଡିର ସମର୍ଥନକୁ ନିନ୍ଦା
 ଚିଟଫଣ୍ଡ ଲୁଟେରାଙ୍କୁ ସାଥ ଦେଉଥିବା ବିଜେଡି ବିରୁଦ୍ଧରେ ଏକାଠି ହୋଇ ସ୍ୱର ଉତୋଳନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ
 ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟମନ୍ତ୍ରୀତ୍ୱ କାଳରେ ଚିଟ୍ଫଣ୍ଡ କମ୍ପାନୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅନୁକମ୍ପା ସମ୍ପର୍କରେ ସ୍ପଷ୍ଟିକରଣ ରଖିବାକୁ ଶ୍ରୀ ଆଚାର୍ଯ୍ୟଙ୍କୁ ବିଜେପିର ଆହ୍ୱାନ
 ୨୦୧୨ ରେ ବିଷାକ୍ତ େଓ÷ାଷଧଜନିତ ୧୨ ଜଣଙ୍କ ମୃତୁ୍ୟରେ ତଦନ୍ତ କରିଥିବା ନାୟୁଡୁ କମିଶନ ରିପୋର୍ଟ ଖୁଲାସା କରନ୍ତୁ ରାଜ୍ୟ ସରକାର
Photo_PC_PradeepPurohit_20

ରାମାୟଣ ଯୁଗରେ ପୁତ୍ର ଇନ୍ଦ୍ରଜିତର ମୃତୁ୍ୟରେ ବିଚଳିତ ହୋଇ ରାବଣର ଅଯଥା ଅହଂକାର ପାଇଁ ଯେଉଁ ଭଳି ପତନ ହୋଇଥିଲା, ସେହି ଭଳି ଚିଟ୍ ଫଣ୍ଡ ଦୁର୍ନୀତିରେ ଅଭିଯୁକ୍ତ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀରେ ଅହଂକାରୀ ଶାସକ ବିଜେଡିର ପତନ ଘଟିବ । ଧନ, ଜୀବନ ଆଦିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିକୁ ଶାସନ କ୍ଷମତା ଦେଇଥିଲେ । ସିବିଆଇ ଦ୍ୱାରା ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସୁରକ୍ଷା ଦାବୀରେ ରାଜରାସ୍ତାକୁ ବିଜେଡି ବାହାରିବା ପରିପ୍ରେକ୍ଷୀରେ ରାଜ୍ୟର ଶାସକ ଦଳ ଚିଟ ଫଣ୍ଡ କ୍ଷତିଗ୍ରସ୍ତ ୧୦ ଲକ୍ଷ ଗରୀବ ଓଡିଆଙ୍କ ୨୦ ହଜାର କୋଟି ଟଙ୍କା ସହିତ ନା ଚିଟଫଣ୍ଡ ଲୁଟେରାଙ୍କ ସହିତ ଅଛି, ତାହା ସ୍ପଷ୍ଟ କରିବାକୁ ଏକ ସାମ୍ବାଦିକ ସମ୍ମିଳନରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି ।
ପ୍ରଭାତ ବିଶ୍ୱାଳଙ୍କୁ ରାଜନୈତିକ ଓ ନୈତିକ ସମର୍ଥନ ଦେଇ ବିଜୁ ଜନତା ଦଳର ରାଜରାସ୍ତାରେ ବିକ୍ଷୋଭ ଆୟୋଜନକୁ ଦୃଢ ଶବ୍ଦରେ ନିନ୍ଦା କରିଛନ୍ତି ଶ୍ରୀ ପୁରୋହିତ । ଚିଟ ଫଣ୍ଡ ଲୁଟେରାଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କ ଅର୍ଥରେ ପ୍ରଚୁର ମାତ୍ରାରେ ଲାଭବାନ ହୋଇଥିବା ଦଳୀୟ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ରାଜ ରାସ୍ତାରେ ସମର୍ଥନ କରି ବିଜେଡି ଚିଟଫଣ୍ଡ ଲୁଟର ଶୀକାର ହୋଇଥିବା ସାଧାରଣ ଗରୀବ ଓଡିଆ ମାନଙ୍କ ସ୍ୱାର୍ଥକୁ କୁଠାରାଘାତ କରିଛନ୍ତି । ନିରୀହ ଜମାକାରୀଙ୍କ ଅର୍ଥକୁ ଲୁଟ୍ କରି ପାପ କରିଥିବାବେଳେ ବର୍ତମାନ ପ୍ରାୟଶ୍ଚିତ କରିବାକୁ କାହିଁକି ଡରୁଛନ୍ତି ବୋଲି ଶ୍ରୀ ପୁରୋହିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ବିଜେଡି ନେତାମାନେ ପ୍ରଭାତ ବିଶ୍ୱାଳ ଚିଟ ଫଣ୍ଡ ଲୂଟରେ ଭାଗିଦାର ନାହାନ୍ତି ବୋଲି କହିବାକୁ ସତସାହାସ କରି ପାରୁ ନାହାନ୍ତି । ମାତ୍ର ରାଜରାସ୍ତାରେ ସମର୍ଥନ କରି ଚିଟଫଣ୍ଡ ଲୂଟର ଶୀକାର ଓଡିଆଙ୍କ ସମର୍ଥନରେ ନୁହେଁ ବରଂ ବିଜେଡି ଚିଟ ଫଣ୍ଡ ଲୁଟେରାଙ୍କ ସାଥିରେ ଅଛି ବୋଲି ପ୍ରମାଣିତ କରୁଛି ।
ଓଡିଶାର ଲକ୍ଷ ଲକ୍ଷ ଚିଟ ଫଣ୍ଡ କ୍ଷତିଗ୍ରସ୍ତମାନେ ବିଜେଡିର ଚିଟ ଫଣ୍ଡ ଲୁଟେରାଙ୍କ ସାଥ ଦେବା ବିରୁଦ୍ଧରେ ଏକାଠି ହୋଇ ସ୍ୱର ଉତୋଳନ କରିବାକୁ ଶ୍ରୀ ପୁରୋହିତ ଆହ୍ୱାନ ଜଣାଇଛନ୍ତି ।
(ପୃÂା: ୧/୨)

ଶ୍ରୀ ପୁରୋହିତ କହିଛନ୍ତି ଯେ, ମୂଳରୁ ଚୁଳ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଚିଟ ଫଣ୍ଡ ଦୁର୍ନୀତିରେ ବୁଡି ରହିଛି । ଏହି ଦୁର୍ନୀତି ନବୀନ ନିବାସରୁ ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଛି । ଓଡିଶାର ସାଧାରଣ ଗରୀବ ଲୋକ ମାନଙ୍କୁ ନ୍ୟାୟ ଦେବା ପାଇଁ ଯେ କେହି ବି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହି ମହାଦୁର୍ନୀତିରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ହେବାର ଆବଶ୍ୟକତା ଅଛି । ଦୋଷୀଙ୍କୁ ସୁରକ୍ଷା ନ ଦେଇ ଗରୀବ ଜମାକାରୀଙ୍କୁ ନ୍ୟାୟ ଦେବା ପାଇଁ ନବୀନ ବାବୁ ଆଗେଇ ଆସନ୍ତୁ ବୋଲି ଶ୍ରୀ ପୁରୋହିତ ପରାମର୍ଶ କରିଛନ୍ତି ।
ବିଜେଡି ସାଂସଦ ତଥା ଚିଟ ଫଣ୍ଡ ମାମଲାରେ ଦଳକୁ ସୁରକ୍ଷା ଦେଉଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ପୁରୋହିତ । ଶ୍ରୀ ପୁରୋହିତ କହିଛନ୍ତି ଯେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ବିଷାକ୍ତ େଓ÷ାଷଧ ସେବନ କାରଣରୁ ୧୨ ଜଣ ପ୍ରାଣ ହରାଇଥିଲେ । ଏହି ଘଟଣାର ତଦନ୍ତ ଦାୟୀତ୍ୱ ଜଷ୍ଟିସ ନାୟୁଡୁଙ୍କ ଦ୍ୱାରା କରାଯାଇଥିଲା । ନାୟୁଡୁ କମିଶନ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିବା ସତ୍ୱେ ତାହାକୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଚପାଇ ରଖିଛନ୍ତି । ନାୟୁଡୁ କମିଶନଙ୍କ ରିପୋର୍ଟ ଖୁଲାସା ହେଲେ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ରାଜ୍ୟ ସରକାରଙ୍କ ପାଇଁଁ ଅସୁବିଧା ସୃଷ୍ଟି ହେବାର ଶଙ୍କା ଘାରିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । କେଉଁ କେଉଁ ଚିଟ ଫଣ୍ଡ କମ୍ପାନୀ ସହ କଣ କଣ ବୁଝାମଣା ପତ୍ର ହୋଇ କାହାକୁ କେଉଁ କେଉଁ ସୁବିଧା ଦିଆ ଯାଇଛି ଓ ଏଥିରୁ ଶ୍ରୀଯୁକ୍ତ ଆଚାର୍ଯ୍ୟ ବ୍ୟକ୍ତିଗତ ଭାବରେ ଓ ଦଳ ତଥା ଦଳର ନେତା ମାନଙ୍କ ପାଇଁ କଣ କଣ ସୁବିଧା ନେଇଛନ୍ତି ତାହା ସ୍ପଷ୍ଟ କରିବାକୁ ଆହ୍ୱାନ ଜଣାଇବା ସହ ନାୟୁଡୁ କମିଶନଙ୍କ ରିପୋର୍ଟକୁ ଖୁଲାସା କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।
ଶ୍ରୀଯୁକ୍ତ ଆଚାର୍ଯ୍ୟ ତାଙ୍କର ସ୍ୱାସ୍ଥ୍ୟମନ୍ତ୍ରିତ୍ୱ କାଳରେ ତାଙ୍କର କଳା କାରନାମା ସମ୍ପର୍କରେ ସ୍ପଷ୍ଟୀକରଣ ନ ରଖିଲେ ତାଙ୍କ ଦଳ ତରଫରୁ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇ ଶ୍ରୀ ଆଚାର୍ଯ୍ୟଙ୍କର ମୁଖା ଖୋଲି ଦିଆ ଯିବ ବୋଲି ଶ୍ରୀ ପୁରୋହିତ ଚେତାବନୀ ଦେଇଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।