ବ୍ୟୋମକେଶ ତି୍ରପାଠୀ- ଓଡ଼ିଆ ରଙ୍ଗମଂଚର କର୍ଣ୍ଣଧାର

Byomakesh Tripathy_3
ସୁପ୍ରସିଦ୍ଧ ଓଡ଼ିଆ ଲେଖକ ଶ୍ରୀ ଗୋବିନ୍ଦ ତ୍ରିପାଠୀଙ୍କ ପ୍ରଥମ ସନ୍ତାନ, ବ୍ୟୋମକେଶ ପିଲାଟି ଦିନରୁ ସିନେମା ତଥା ରଙ୍ଗମଂଚ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କିଶୋର ଅବସ୍ଥାରେ ପୁରୀ ଜିଲାର ପ୍ରତିÂିତ ସାଂସ୍କୃତିକ ଅନୁÂାନ ଜଟଣୀସ୍ଥିତ ଉତରାୟଣୀ କ୍ଲବରେ ତାଙ୍କର ରଙ୍ଗମଂଚ ଶିକ୍ଷାର ମୂଳଦୁଆ ପଡ଼ିଥିଲା । ପ୍ରସିଦ୍ଧ ଅଭିନେତା ତଥା ନିଦେ୍ର୍ଧଶକ ଶ୍ରୀ ରାମମାଣିଆ ଥିଲେ ତାଙ୍କର ପ୍ରଥମ ଗୁରୁ । ପରେ ତାଙ୍କ ପ୍ରତିଭା ବିକଶିତ ହେବା ସହ ଅଭିଜ୍ଞ ଅଭିନେତା ଓ ନିଦେ୍ର୍ଧଶକ ଶ୍ରୀ ବଲାଇ ବାନାର୍ଜୀ, ଶ୍ରୀ ଆଶ୍ୱିନୀ ଘୋଷ ଓ ଶ୍ରୀ କାର୍ତିକ ଘୋଷଙ୍କ ନଜରକୁ ଆସିଥିଲା ଏବଂ ସେମାନଙ୍କଠାରୁ ବ୍ୟୋମକେଶ ଥିଏଟର ବିଷୟରେ ଜ୍ଞାନ ଲାଭ କରିବା ସହ ଶିଖିଥିଲେ ଅଭିନୟର ବିଭିନ୍ନ କଳା ଓ କୌଶଳ ।
୧୯୫୮ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ବିଏସ୍ସି ପାସ୍ କଲା ପରେ, ବ୍ୟୋମକେଶ ଦିଲ୍ଲୀସ୍ଥିତ ଏସିଆନ୍ ଥିଏଟର ଇନ୍ଷ୍ଟିଚୁ୍ୟଟ୍ରେ ଯୋଗ ଦେଇଥିଲେ । ସେଠାରେ ଇଂଲଣ୍ଡ ଓ ଫ୍ରାନ୍ସର ପ୍ରଶିକ୍ଷକମାନେ ତାଙ୍କୁ ରଙ୍ଗମଂଚ ତଥା ଥିଏଟର ବିଷୟରେ ନୂତନ ଶୈଳୀ ଓ ତଥ୍ୟ ବିଷୟରେ ଶିକ୍ଷା ଦେଇଥିଲେ । ଯାହା କି ପରବର୍ତୀ ସମୟରେ ଶ୍ରୀ ବ୍ୟୋମକେଶ ତାଙ୍କ ନାଟକରେ ଏହି ଶୈଳୀ ତଥା କୌଶଳଗୁଡ଼ିକୁ ଆପଣାଇଥିଲେ । ବିଶେଷ କରି ସାଇକ୍ଲୋରାମାର ପ୍ରୟୋଗ ଦ୍ୱାରା ରଙ୍ଗମଂଚରେ ସେ ଅନେକ ଯାଦୁକାରୀ ଅଭିନୟ ବିଦ୍ୟା ଦେଖାଇଥିଲେ ଯାହା ଓଡ଼ିଶା ରଙ୍ଗମଂଚରେ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା କି ଅନୁଭବ ମଧ୍ୟ କରାଯାଇନଥିଲା । ୧୯୫୯ ମସିହାରୁ ୧୯୮୦ ମସିହା ମଧ୍ୟରେ ଶ୍ରୀ ତି୍ରପାଠୀ ଅନେକ ନାଟକ ରଚନା କରିଥିଲେ । ତାଙ୍କର ପ୍ରତ୍ୟେକଟି ନାଟକ ଥିଲା ପରୀକ୍ଷାମୂଳକ । ସେ କେତେବେଳେ ସମାଜର କେଉଁ ବିଭାଗକୁ ବିଦ୍ରୂପ କରିଛନ୍ତି ପୁଣି କେତେବେଳେ ବ୍ୟଙ୍ଗାତ୍ମକ ରୂପ ଦେଇଛନ୍ତି । କିନ୍ତୁ ତାଙ୍କର ପ୍ରତିଟି ନାଟକରେ ରହିଛି ସତ୍ୟ, ସଚ୍ଚୋଟତା ଓ ଶୁଦ୍ଧତାର ବାର୍ତା । ଆଧ୍ୟାତ୍ମିକ ଏବଂ ଐତିହାସିକ ବିଷୟବସ୍ତୁ ବ୍ୟତୀତ ଦୁର୍ନୀତି, ବେଶ୍ୟାବୃତି, ନାରୀମାନଙ୍କ ପ୍ରତି ଅନ୍ୟାୟ ଭଳି ସାମାଜିକ ପ୍ରସଙ୍ଗ ତାଙ୍କ ନାଟକରେ ଦେଖିବାକୁ ମିଳେ ।
ତାଙ୍କର ୧୩ଟି ନାଟକ ଓ ୩ଟି ଅନୁବାଦ ନାଟକ (୨ଟି ଗ୍ରୀକ୍ ଏବଂ ଗୋଟିଏ ସଂସ୍କୃତ ନାଟକ) ୫ଟି ଭାଗରେ ଆସନ୍ତା ଶୁକ୍ରବାର ସନ୍ଧ୍ୟା ୬.୩୦ ମିନିଟ ସମୟରେ ସ୍ଥାନୀୟ ଓଡିଶା ପ୍ରେସ୍ କ୍ଲବ୍ଠାରେ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ନାଟକଗୁଡ଼ିକ ୬୦, ୭୦ ଓ ୮୦ ଦଶକରେ ବେଶ୍ ଲୋକପ୍ରିୟ ହୋଇପାରିଥିଲା ।
ବ୍ୟୋମକେଶ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବ୍ୟୋମକେଶ ୬୮ ଟି ନାଟକର ନିଦେ୍ର୍ଧଶନା ଦେବା ସହ ଏଥିରୁ ଅନେକଗୁଡ଼ିଏ ନାଟକରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କୁ ଓଡ଼ିଶାର ସତ୍ୟଜିତ୍ ରାୟ ବୋଲି ମଧ୍ୟ ଦର୍ଶାଯାଏ, ଯାହା କି ଓଡ଼ିଶାର ଜଣେ ମଂଚ କଳାକାର ପାଇଁ ଏକ ସ୍ୱତନ୍ତ୍ର ଅଭିନନ୍ଦନ ବା ସମ୍ମାନ । ଶ୍ରୀ ବ୍ୟୋମକେଶ ଥିଲେ ଏକ ବିରଳ ବ୍ୟକ୍ତିତ୍ୱ ଯିଏ କି ନାଟକ ଲେଖିବା ସଙ୍ଗେ ସଙ୍ଗେ ତାକୁ ନିଦେ୍ର୍ଧଶନା ମଧ୍ୟ ଦେଇଛନ୍ତି । ସେ ଥିଲେ ଜଣେ ନିଖୁଣ ଅଭିନେତା ଏବଂ ବିଶେଷ କରି ସେ ନୂତନ ଭଙ୍ଗୀର ମଂଚଶୈଳୀକୁ ଓଡ଼ିଶାର ରଙ୍ଗମଂଚରେ ଆରମ୍ଭ କରିଥିଲେ, ଯାହାକି ଓଡ଼ିଶାରେ ପୂର୍ବରୁ ଦେଖିବାକୁ ମିଳି ନଥିଲା । ଓଡ଼ିଆ ସିନେମା ଜଗତକୁ ମଧ୍ୟ ତାଙ୍କ ଦାନ ଅତୁଳନୀୟ । ସେ କେତେଗୁଡ଼ିଏ ଓଡ଼ିଆ ସିନେମାର ନିଦେ୍ର୍ଧଶନା ଦେବା ସହ କେତୋଟି ସିନେମାରେ ଅଭିନୟ ମଧ୍ୟ କରିଛନ୍ତି । ସୁନାମଧନ୍ୟ ଅଧ୍ୟାପକ ଶ୍ରୀ ରାଜକିଶୋର ରାୟ ତାଙ୍କୁ ଓଡ଼ିଶାର ଏକ୍ଟrୟକ୍ଟଦ୍ଭ ଉrବସଶ (୧୮୭୨-୧୯୬୬) ବୋଲି ସମ୍ବୋଧନ କରନ୍ତି । କ୍ରେଗ୍ ଥିଲେ ଇଂଲଣ୍ଡର ଜଣେ ପ୍ରସିଦ୍ଧ ଅଭିନେତା, ନିଦେ୍ର୍ଧଶକ ଏବଂ ଆଧୁନିକ ରଙ୍ଗମଂଚର ପ୍ରବାଦ ପୁରୁଷ ଯିଏ କି ମଂଚଶୈଳୀରେ ନୂତନ ବିଚାରର ସଙ୍କଳ୍ପନ କରିଥିଲେ ।
ସେ ଓଡ଼ିଆ ସିନେମା ପାଇଁ ସଂଳାପ ଲେଖିବା ସହ ନାଟକ ନିମନ୍ତେ ସଙ୍ଗୀତ ରଚନା ମଧ୍ୟ କରିଛନ୍ତି – ଯାହାକି ଓଡ଼ିଶାର କଳାକାରଙ୍କ କ୍ଷେତ୍ରରେ ଏଭଳି ବ୍ୟକ୍ତିତ୍ୱ ମିଳିବା ବିରଳ । ତାଙ୍କର ବ୍ୟକ୍ତିତ୍ୱ ଏଭଳି ପ୍ରସିଦ୍ଧି ଲାଭ କରିଥିଲା ଯେ, ଧରିତ୍ରୀ ଖବରକାଗଜର ମୁଖ୍ୟ ସମ୍ପାଦକ ଶ୍ରୀ ତଥାଗତ ଶତ୍ପଥୀ ମହୋଦୟ ତାଙ୍କୁ ଭୁବନେଶ୍ୱରରେ ତାଙ୍କର କିଛି ନାଟକ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ । ୧୯୯୭ ମସିହାରେ ଭାରତ ସ୍ୱାଧିନତାର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ବ୍ୟୋମକେଶଙ୍କୁ ଓଡ଼ିଶା ରଙ୍ଗମଂଚର ଇତିହାସ ଉପରେ ଏକ ଡକୁ୍ୟମେଂଟାରୀ ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଥିଲା ।
୬୮ ବୟସରେ ସେ ଇହଧାମ ତ୍ୟାଗ କରିଥିଲେ ।
ବ୍ୟୋମକେଶଙ୍କର ୧୩ଟି ନାଟକ (୫ଟି ଭାଗରେ) ଏବଂ ୩ଟି ଅନୁବାଦ ନାଟକକୁ ଆସନ୍ତା ସେପ୍ଟେମ୍ବର ୨୨, ଶୁକ୍ରବାର, ସନ୍ଧ୍ୟା ୬.୩୦ ମିନିଟ ସମୟରେ ଭୁବନେଶ୍ୱର ମାଷ୍ଟରକାଂଟିନସ୍ଥିତ ପ୍ରେସ୍କ୍ଲବଠାରେ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମ ରହିଛି । ରଙ୍ଗମଂଚ ତଥା ନାଟକକୁ ଭଲ ପାଉଥିବା ଦର୍ଶକମାନଙ୍କୁ ଏହି ନାଟକାବଳୀ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଦର ନିମନ୍ତ୍ରଣ କରାଯାଉଛି ।
ବ୍ୟୋମକେଶ ତି୍ରପାଠୀଙ୍କର ନିଜସ୍ୱ ରଚନା-
୧. ଏକ-ଦୁଇ-ତିନ ୨. ରଜ ମୁକୁତା ୩. କଂସାକବାଟ ୪. ସିଂହଦ୍ୱାରା ୫. ଜାଗରଣ ୬. ତୋଳାକନିଆ ୭. ଅଖଣ୍ଡଜ୍ୟୋତି ୮. ସୁନାଫରୁଆ ୯. ମାଟିର ସ୍ୱର୍ଗ ୧୦. ହେମହରିଣୀ ୧୧. ଗୋପନ କଥା ୧୨. ସତୀ ପରୀକ୍ଷା ୧୩. ଶ୍ରୀ କୃଷ୍ଣଲୀଳା
ଅନୁବାଦ ନାଟକ-
୧. ରାଜା ଅଡିପସ ୨. ଆଂଟିଗୋନି ୩. ମୁଦ୍ରା ରାକ୍ଷସ

Share in top social networks!