କୃଷି ଋଣ ଛାଡ ଏବଂ ବିନା ସୁଧରେ ବିନା ଋଣ ପ୍ରଦାନ ଦାବୀରେ ସାରା ରାଜ୍ୟରୁ ସଂଗୃହୀତ ୨୫ ଲକ୍ଷ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଦାବୀ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କଲା କୃଷକ ମୋର୍ଚ୍ଚା

Kishan Morcha_Memo2Governer18 ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ରାଜଭବନ ସମ୍ମୁଖରେ ହଜାର ହଜାର ଚାଷୀଙ୍କୁ ନେଇ ଧାରଣା ଦିଆଯାଇଥିଲା । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ କୃଷକ ଉପରୁ କୃଷି ଋଣ ଛାଡ ଏବଂ ବିନା ସୁଧରେ କୃଷି ଋଣ ପ୍ରଦାନ ଦାବୀରେ ସାରା ରାଜ୍ୟରୁ ସଂଗୃହୀତ ୨୫ ଲକ୍ଷ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଦାବୀ ପତ୍ରକୁ ଆଜି ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା ।
ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଧାରଣାରେ ରାଜ୍ୟ ସରକାରଙ୍କ କୃଷକମାରଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ଧାରଣ ସ୍ଥଳକୁ ଆସୁଥିବା ହଜାର ହଜାର ଚାଷୀଙ୍କୁ ବିଜେଡି କର୍ମୀମାନେ ହରତାଲ ନାମରେ ପୋଲିସ ସହାୟତାରେ ଯେଉଁ ଭଳି ଭାବେ ବିଭିନ୍ନ ସ୍ଥାନରେ ଅଟକ ରଖି ମରଣାନ୍ତକ ଆକ୍ରମଣ କରାଯିବା ଘଟଣାକୁ ଧାରଣାରତ ଚାଷୀମାନେ ଘୋର ନିନ୍ଦା କରିଥିଲେ । ଏପରିକି ସଭା ସ୍ଥଳରେ ପୋଲିସର ସହାୟତା ନେଇ ବିଜେଡି ଗୁଣ୍ଡାମାନେ ଦୁଇ ଦୁଇଟି ମୋଟର ସାଇକେଲ ରାଲି ନେଇ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ସହ ଢେଲା ପଥର ଦ୍ୱାରା ଆକ୍ରମଣ କରିଥିଲେ । ଏହା ଚାଷୀଙ୍କ ପାଇଁ ନବୀନ ସରକାରଙ୍କ ନିÂୁରତାର ଆଉ ଏକ ନିଦର୍ଶନ ବୋଲି ନେତୃମଣ୍ଡଳି ସଭାରେ ଉଦ୍ବେଗ ପ୍ରକାଶ କରିଥିଲେ ।
ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ଚାଷୀ ଆତ୍ମହତ୍ୟାରେ ଓଡିଶା ଏକ ନମ୍ବର ସ୍ଥାନରେ ଅଛି । କେନ୍ଦ୍ରୀୟ କୃଷକ କଲ୍ୟାଣ ଯୋଜନାକୁ ରାଜ୍ୟରେ ଜାଣିଶୁଣି କାର୍ଯ୍ୟକାରିତା କରିବାରେ ବିଳମ୍ବ କରିବା ଦ୍ୱାରା ଚାଷୀ ତାର ହକ୍ ପାଇବାରୁ ବଂଚିତ ହୋଇଛି । ଅନ୍ୟ ରାଜ୍ୟ ମାନେ କୃଷକଙ୍କ ଉପରୁ ଋଣ ବୋଝ ହାଲୁକା କରିବା ପାଇଁ ଋଣ ଛାଡ ଘୋଷଣ କରିଥିବାବେଳେ ଓଡିଶା ସରକାର ଅଦ୍ୟାବଧି ଋଣଛାଡ ଘୋଷଣ ନକରିବା ରାଜ୍ୟ ସରକାର ସମ୍ବେଦନହୀନ ବୋଲି ବକ୍ତାମାନେ ସଭାରେ ମତପ୍ରକାଶ କରିଥିଲେ ।
କୃଷକର ଆୟକୁ ଦୁଇ ଗୁଣ କରିବା ପାଇଁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ବିଜେପି କୃଷକ ମୋର୍ଚ୍ଚା ଦାବି କରିଛି । ଚାଷିର ହକ୍ ପାଇଁ ଉପରୋକ୍ତ ଋଣଛାଡ ଏବଂ ବିନା ସୁଧରେ ଋଣ ପ୍ରଦାନ ରାଜ୍ୟ ସରକାର କାର୍ଯ୍ୟକାରୀନକରିବା ପର୍ଯ୍ୟନ୍ତ ଆନେ୍ଦାଳନକୁ ଆହୁରି ବ୍ୟାପକ କରାଯିବ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି ।
ଏହି ଧାରଣାରେ ରାଜ୍ୟ ଉପ-ସଭାପତି ସମୀର ମହାନ୍ତି, ବିଧାୟକ ପ୍ରଦୀପ ପୁରୋହିତ, ସଂପାଦକ କାଳନ୍ଦୀ ସାମଲ, ଯତୀନ ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ପ୍ରବକ୍ତା ସୁଦୀପ୍ତ ରାୟ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ-ସଭାପତି ମହେଶ୍ୱର ସାହୁ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ-ସଭାପତି ଠାକୁର ରଣଜିତ୍ ଦାଶ, କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ସମୀର ପାତ୍ର, ରବି ନାରାୟଣ ମହାପାତ୍ର, କୃଷ୍ନ ଜଗଦେ୍ଧବ, ଉପ ସଭାପତି ଗୈାରହରି ମିଶ୍ର, ହୃଷିକେଶ ଜେନା, ନାରାୟଣ ପଟ୍ଟନାୟକ, ପ୍ରଦୀପ ସାହୁ, ଦିଲୀପ ସ୍ୱାଇଁ, ସଂପାଦକ ଶ୍ରୀରଂଜନ ମଙ୍ଗରାଜ, ଲିଙ୍ଗରାଜ ବାରିକ, ମନୀଷା ବେହେରା, ପ୍ରଦୀପ ମହନ୍ତ, ସଂଗ୍ରାମ ପାଇକରାୟ, ଆଶ୍ରୀତ ପଟ୍ଟନାୟକ, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ପିଂକି ପ୍ରଧାନ, ଉର୍ମିଳା ମହାପାତ୍ର ଓ ସରୋଜ ସାହୁଙ୍କ ସମେତ ସହସ୍ରାଧିକ ଚାଷୀ ଯୋଗ ଦେଇଥିଲେ ।
ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ୧୮ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନକୁ ଯାଇ ସଂଗୃହୀତ ଦସ୍ତଖତକୁ ନେଇ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ରାଜ୍ୟପାଳ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିନିଧି ମଣ୍ଡଳୀକୁ କହିଥିଲେ ।

Share in top social networks!
Powered By Indic IME