ହରତାଲ ନାମରେ ଆତଙ୍କ ସୃଷ୍ଟି କରିଥିବା ମନ୍ତ୍ରୀ, ବିଧାୟକ ଏବଂ ନେତାମାନଙ୍କୁ ଗିରଫ କରି ପୋଲିସ ନିରପେକ୍ଷତା ପ୍ରତିପାଦନ କରୁ : ବିଜେପି

 ସରକାରୀ କଳ ଏବଂ ପ୍ରଶାସନକୁ ଅପବ୍ୟବହାର କରି ରାଜ୍ୟରେ ହିଟଲରୀ ଶାସନର ପରିଚୟ ଦେଇଛି ଶାସକ ବିଜେଡି
 କୈାଣସି ସରକାରୀ ଦଳ ହରତାଲ୍ କରିବା ପ୍ରଥମ ଘଟଣା
 ଅପାରଗ ଓ ସ୍ଥାଣୁ ପାଲଟିଥିବା ରାଜ୍ୟ ସରକାର ଅଥର୍ବ ଓ ପଙ୍ଗୁ ହୋଇଯାଇଛି
 ଦାବୀ ଜଣାଇବାକୁ ଆସୁଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ ଜୋର ଜବରଦସ୍ତ ରାସ୍ତାରେ ଅଟକାଗଲା
 ଆମ୍ବୁଲାନ୍ସକୁ ରୋକାଯିବା ଓ ମହିଳାମାନଙ୍କ ଉପରେ ଆକ୍ରମଣ ଓ ଯାନବାହନ ଗୁଡିକୁ ଭଙ୍ଗାଯିବା, ବିଜେଡିର ବାସ୍ତବ ରୂପକୁ ପଦାରେ ପକାଇ ଦେଇଛି
 ତୀର୍ଥଯାତ୍ରୀଙ୍କୁ ମାଡ ମାରିବାରେ ମଧ୍ୟ ପଛାଇଲେ ନାହିଁ ବିଜେଡି ଗୁଣ୍ଡାମାନେ

IMG_6087
ଶାସକ ବିଜେଡିର ମନୋମୁଖୀ ଶାସନରେ ରାଜ୍ୟବାସୀ ହନ୍ତସନ୍ତ । ଅପାରଗ ଓ ସ୍ଥାଣୁ ପାଲଟିଥିବା ରାଜ୍ୟ ସରକାର ଅଥର୍ବ ଓ ପଙ୍ଗୁରେ ପରିଣତ ହୋଇଛି । ସରକାରୀ କଳ ଏବଂ ପ୍ରଶାସନକୁ ଅପବ୍ୟବହାର କରି ଶାସକ ବିଜେଡି ହିଟଲରୀ ଶାସନର ପରିଚୟ ଦେଉଛି । ଏହାର ନଗ୍ନ ଉଦାହରଣ ଆଜି ସମସ୍ତ ରାଜ୍ୟବାସୀ ପୁଣି ଥରେ ଦେଖିବାକୁ ପାଇଛନ୍ତି । ଏହାର ଉଚିତ୍ ଜବାବ୍ ରାଜ୍ୟବାସୀ ଆଗାମୀ ଦିନରେ ନିଶ୍ଚିତ ଭାବେ ଶାସକ ବିଜେଡିକୁ ଦେବେ ବୋଲି ବିଜେପି ନେତୃବୃନ୍ଦ କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ଯେ, କୈାଣସି ସରକାର ନିଜ ରାଜ୍ୟରେ ହରତାଲ କରିବା ଏହା ପ୍ରଥମ ଘଟଣା । ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ୍ ଶାହାଙ୍କ ୧୨୦ ସିଟ୍ ହାସଲ କରିବା ଘୋଷଣା ଏବଂ ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ବିଫଳତାର ଉଲ୍ଲେଖରେ ଶାସକ ବିଜେଡି ବ୍ୟସ୍ତିବ୍ୟସ୍ତ ହୋଇପଡି ପୂର୍ବ ନିର୍ଦ୍ଧାରିତ କୃଷକ ମୋର୍ଚ୍ଚାର ରାଜ୍ୟପାଳଙ୍କୁ ଭେଟି ସଂଗୃହୀତ ଦସ୍ତଖତ ପ୍ରଦାନ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାର ଅପପ୍ରୟାସ କରିଛି । ଶାସକ ବିଜେଡିର ମନ୍ତ୍ରୀ, ବିଧାୟକମାନେ ନେତୃତ୍ୱ ନେଇ ଶାନ୍ତିପୂର୍ଣ୍ଣ ହରତାଲ ନାମରେ ଜୋର ଜବରଦସ୍ତ ରାସ୍ତା ରୋକ କରିବା ସହ ହିଂସାକାଣ୍ଡ ଭିଆଇଛନ୍ତି । ଏପରିକି ବିଜେପି କୃଷକ ମୋର୍ଚ୍ଚାର ଧାରଣା ସ୍ଥଳକୁ ଆସି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ପଥର ଫୋପାଡିଥିଲେ । ତେଣୁ ଆଇନ ଅନୁଯାୟୀ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାରେ ସଂପୃକ୍ତ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାଶ ପ୍ରମୁଖଙ୍କ ସମେତ ସମସ୍ତ ଆଇନ ଉଲ୍ଲଘଂନ କରିଥିବା ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରି ଗିରଫ କରିବାକୁ ବିଧାୟକ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।
ପେଟ୍ରୋଲ ଦର ହ୍ରାସ ପ୍ରସଙ୍ଗରେ ରାଜ୍ୟ ଉପ-ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ୨୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨୦ ଟଙ୍କା ଟିକସ ଆଦାୟ କରୁଛନ୍ତି ରାଜ୍ୟ ସରକାର । ପେଟ୍ରୋଲଜାତ ଦ୍ରବ୍ୟରୁ ରାଜ୍ୟ ସରକାର ବାର୍ଷିକ ପାଖାପାଖି ୪୨୮୪ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି । ରାଜ୍ୟବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ସମସ୍ତ ପେଟ୍ରୋଲଜାତ ଦ୍ରବ୍ୟକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
(ପୃÂା: ୧/୨)

ରାଜ୍ୟ କୃଷକ ସମାଜର ବୃହତ ସ୍ୱାର୍ଥ ଦୃଷ୍ଟିରୁ “ଋଣ ମୁକ୍ତ ଛାଷୀ ଓ ସୁଧମୁକ୍ତ ଋଣ” ଦାବିରେ ଗତ ଜୁନ ମାସରୁ କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ନିଷ୍ପତି କ୍ରମେ ସଂଗୃହୀତ ସମସ୍ତ ଦସ୍ତଖତକୁ ଆଜି ମାନ୍ୟବର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ରାଜଭବନ ସମ୍ମୁଖରେ ସମଗ୍ର ରାଜ୍ୟରୁ ଆସିଥିବା ଚାଷୀମାନେ ଏକତ୍ରିତ ହୋଇ ଦାବୀ ଜଣାଇବା ପାଇଁ ନିଜ ନିଜ ସ୍ଥାନରୁ ବାହାରି ସାରିଥିଲେ । ମାତ୍ର କୃଷକଙ୍କ ନ୍ୟାର୍ଯ୍ୟ ହକ୍କୁ ଚାପି ଦେବା ପାଇଁ ଶାସକ ବିଜେଡି ହଠାତ୍ ତରବରିଆ ଭାବେ ଜାଣିଶୁଣି ଆଜି ହଡ୍ତାଲ୍ ଘୋଷଣା କରିଥିଲା । ଶାନ୍ତିପୂର୍ଣ ହଡତାଳ କରାଯିବ ବୋଲି ଘୋଷଣା କରିଥିବା ବିଜେଡିର ଅସଲ ରୂପକୁ ଓଡିଶାବାସୀ ଆଜି ଦେଖିଛନ୍ତି । ସଂଗୃହୀତ ହୋଇଥିବା ଦସ୍ତଖତକୁ ମାନ୍ୟବର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କୁ ବାଟରେ ଅଟକାଇ ଧମକ ଦେବା ସହ ମାଡପିଟ କରି ନଯିବା ପାଇଁ ବାରଣ କରିଥିଲେ । ବିଜେଡି ସରକାର ପ୍ରାୟୋଜିତ ଗୁଣ୍ଡାଗର୍ଦୀକୁ ଗଣମାଧ୍ୟମ ଦ୍ୱାରା ଲୋକମାନେ ଦେଖିଲେ । ଆମ୍ବୁଲାନ୍ସକୁ ଯେଭଳି ଭାବେ ରୋକା ଗଲା ଓ ମହିଳା ମାନଙ୍କ ଉପରେ ଯେଭଳି ଭାବେ ଆକ୍ରମଣ କରା ଗଲା ଓ ବାହନ ଗୁଡିକୁ ଭଙ୍ଗା ଗଲା ତାହା ବିଜେଡିର ବାସ୍ତବ ରୂପକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ବାହାର ରାଜ୍ୟରୁ ଶ୍ରାଦ୍ଧ ଦେବାକୁ ପୁରୀ ଆସିଥିବା ଯାତ୍ରୀଙ୍କୁ ମଧ୍ୟ ଛଡା ଗଲା ନାହିଁ । ବିଜେଡିର ଗୁଣ୍ଡାମାନଙ୍କର ଏହି କାର୍ଯ୍ୟକୁ ପୋଲିସ ଦେଖି କାର୍ଯ୍ୟାନୁÂାନ ନେବା ପରିବର୍ତେ କେବଳ ନୀରବଦ୍ରଷ୍ଟା ସାଜିଲା ବୋଲି ଶ୍ରୀ ମହାନ୍ତି କହିବା ସହ ଏହାଦୃଶ କାର୍ଯ୍ୟଶୈଳୀକୁ ଦୃଢ ଖଣ୍ଡନ କରିଛନ୍ତି ।
ବିଜେଡି ପକ୍ଷରୁ ପୂର୍ବରୁ ଧାରଣା ଦିଆ ଯିବ ବୋଲି ଘୋଷଣା କରା ଯାଇଥିବା ବେଳେ ଗତକାଲି ବହୁ ବିଳମ୍ବରେ ହଠାତ୍ ହଡତାଳ କରାଯିବ ବୋଲି ବିଜେଡି ପକ୍ଷରୁ ଘୋଷଣା କରାଗଲା । ସାଧାରଣ ଲୋକଙ୍କ କଥା ତ ଦୂରର କଥା ସରକାରୀ କଳ ନିକଟରେ ମଧ୍ୟ ଏହି ଖବର ପହଂଚି ପାରି ନ ଥିଲା । ଆଜି ସକାଳେ କୁନି କୁନି ପିଲାମାନେ ସ୍କୁଲକୁ ଯାଇ ଫେରୁଥିବାର ଦେଖିବାକୁ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଓ ସୁଚନା ଅଧିକାରୀ ଆଜି ବିଳମ୍ବିତ ସକାଳେ ଏକ ଆଡଭାଇଜରୀ ନୋଟ୍ ମାଧ୍ୟମରେ ସମସ୍ତ ଶିକ୍ଷାନୁÂାନ ବନ୍ଦ ପାଇଁ ଘୋଷଣା କଲେ । ସରକାରୀ କର୍ମଚାରୀମାନେ ଏହିଭଳି ଶାସକ ବିଜେଡିର ଦଳୀୟ କାର୍ଯ୍ୟରୁ ନିଜକୁ ଦୁରେଇ ରହିବାକୁ ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି ।
ସରକାରୀ ଚାପ ସମସ୍ତ ସରକାରୀ କାର୍ଯାାଳୟ ମାନଙ୍କରେ ବ୍ୟବହାର କରାଗଲା । ଶାନ୍ତିପୂର୍ଣ ହଡତାଳ ନାମରେ ରାଜ୍ୟ ସାରା ବିଜେଡି ପକ୍ଷରୁ ଆତଙ୍କ ଓ ଗୁଣ୍ଡାରାଜ ଚାଲିଲା । ରାସ୍ତା ଘାଟରେ ରୋଗୀ ମାନେ ପଡି ରହିଲେ । ଆମ୍ବୁଲାନ୍ସକୁ ମଧ୍ୟ ଛଡା ଗଲା ନାହିଁ । ଗାଡିରେ ଗୋ ମାତା ଛୁଆ ଜନ୍ମ କରିବାକୁ ବାଧ୍ୟ ହେଲେ । ମହିଳାଙ୍କ ଠାରୁ ସ୍କୁଟି ଛଡାଇ ନିଆ ଗଲା । ବିଜେଡି ଗୁଣ୍ଡା ମାନେ ତାଙ୍କୁ ଘେରି ପିଟିଲେ । ଏହା କେବଳ ଭୁବନେଶ୍ୱରରେ ଘଟି ନାହିଁ । ଏପରି ଘଟଣା ପୁରୀ, ସମ୍ବଲପୁର, ବାଲେଶ୍ୱର ଜୟୁପୁରରେ ମଧ୍ୟ ସମାନ ଭାବେ ଦେଖିବାକୁ ମିଳିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଉତର ପ୍ରଦେଶରୁ ପୁରୀକୁ ଶ୍ରାଦ୍ଧ ଦେବା ପାଇଁ ଆସିଥିବା ଯାତ୍ରୀଙ୍କୁ ମଧ୍ୟ ଛଡା ଗଲା ନାହିଁ । ତାଙ୍କର ଗାଡି ଭାଙ୍ଗି ଦିଆଗଲା । ବିଜେଡିର ଗୁଣ୍ଡାକର୍ମୀ ମାନେ ତାଙ୍କୁ କହିଲେ ଯେ ଯା ଯୋଗୀଙ୍କୁ କହିବୁ । ଏହା ବିଜେଡିର ମାନସିକତାକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି । ସେହିପରି ଘଟଣା ଭୁବନେଶ୍ୱରରେ ମଧ୍ୟ ସ୍କୋର୍ପିଓ ଭାଙ୍ଗି ବିଜେଡି ତାର ଆତଙ୍କ ଜାହିର କଲା । ପୂର୍ବରୁ ସୂଚନା ନ ଥିବା କାରଣରୁ ସାଧାରଣ ଲୋକମାନେ ବସ ଷ୍ଟାଂଡରେ ପାଂଚ ଘଂଟା ପର୍ଯ୍ୟନ୍ତ ବସି ରହି ଅକଥନୀୟ ମାନସିକ ନିର୍ଯ୍ୟାତନାର ଶୀକାର ହୋଇଥିବା ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।