ଶ୍ରୀ ସତ୍ୟସାଇ ସେବା ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ ହେଲା

satyasai state conferenceଆଜି ଠାରୁ ଖାରବେଳ ନଗର ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ୩୭ତମ ରାଜ୍ୟ ସ୍ତରୀୟ ସମ୍ମିଳନୀ ଆରମ୍ଭ ହୋଇଅଛି| ସଂଗଠନ ପକ୍ଷରୁ ୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଥମ ଦିନରେ ୩୫ଟି ସାଇ ଜିଲ୍ଲାରୁ ୩ହଜାର ସାଇକର୍ମୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି |

ଏହି ଅବସରରେ ସଂଗଠନର ସମର୍ପିତ କାର୍ଯ୍ୟଗୁଡିକର ସମୀକ୍ଷା କରାଯିବ | ଏଥିସହିତ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସାଇକର୍ମୀମାନଙ୍କୁ ଅବଗତ କରାଯିବ ବୋଲି ସଂଗଠନରେଡ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଇକର୍ମୀମାନେ ସୂଚନା ଦେଇଛନ୍ତି | ପ୍ରଥମ ଦିନର କାର୍ଯ୍ୟକ୍ରମକୁ ସଂଗଠନର ସର୍ବଭାରତୀୟ ସଭାପତି ଶ୍ରୀନିବାସ ଉଦ୍ଘାଟନ କରିବେ | ସେହିପରି ୨ୟ ଦିନରେ ପୂର୍ବ ପଶ୍ଚିମ ମଧ୍ୟ ଭାରତର ଉପସଭାପତି ନିମିଶ ପାଣ୍ଡିଆ ଯୋଗଦେବେ |

ସୂଚନଯୋଗ୍ୟ ସଂଗଠନ ଓଡିଶାର ୩୫ଟି ସାଇ ଜିଲ୍ଲାରେ ୧୯୬ଟି ସେବାସମିତି ଓ ୬୮୮ଟି ଭଜନ ମଣ୍ଡଳୀକୁ ନେଇ କାର୍ଯ୍ୟ କରୁଛି | ସମଗ୍ର ଓଡିଶାରେ ୧୪ ହଜାର ୪୫୫ ଜଣ ସକ୍ରୀୟ କର୍ମୀ ନିଃସ୍ଵାର୍ଥପର ଭାବେ ଆଧ୍ୟାତ୍ମିକ, ଶିକ୍ଷା ଓ ସେବା ଆଦି ୩ଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି | ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ପି ଜଗନ୍ନାଥ ପ୍ରସାଦ ରାଓ, ସତ୍ୟସାଇ ବୁକ୍ସ ଆଣ୍ଡ ପବ୍ଲିକେଶନ ଟ୍ରଷ୍ଟର ଆବାହକ ପର୍ଶୁରାମ ସାହୁ, ଜିଲ୍ଲା ସଭାପତି ରାମାକାନ୍ତ ଦାସଙ୍କ ସମେତ ସାଇକର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ |

Share in top social networks!
Powered By Indic IME