ତୈଳ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ଟା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡିର ରାଜ୍ୟାବ୍ୟାପୀ ‘ହକ୍‍ ପାଇଁ ହରତାଲ୍‍’

DSC_0127
ତୈଳ ଦର ବୃଦ୍ଧି କରି କେନ୍ଦ୍ର ବିଜେପି ସରକାର ଓଡ଼ିଶା ତଥା ଦେଶର ଗରିବ ଜନସାଧାରଣଙ୍କୁ
ଲୁଟ୍‍ କରି ଘରୋଇ ତୈଳ କମ୍ପାନୀଗୁଡିକୁ ଲାଭ ଦେଉଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅର୍ଦ୍ଧାଧିକ ହ୍ରାସ
ପାଇଥିବା ବେଳେ ଉପôାଦ ଶୁଳ୍କ ଅହେତୁକ ବୃଦ୍ଧି କରି କେନ୍ଦ୍ର ଏନ୍‍ଡିଏ ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରିବା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ପଦକ୍ଷେପ । ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର
ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ସାଧାରଣ ଜନତା ଓ ଖାଉଟିମାନଙ୍କ ସ୍ୱାର୍ଥକୁ ଆଖିବୁଜି ଦେଇ କେନ୍ଦ୍ର ସରକାରଙ୍କ ଲଗାମ ଛଡ଼ା
ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସକାଳ ୭ଟା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ‘ହକ୍‍ ପାଇଁ ହରତାଲ୍‍’ କରାଯିବ
ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଉପ-ସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ, ଉପ-ସଭାପତି ଉଷା
ଦେବୀ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଉପ-ସଭାପତି ଉଷା ଦେବୀ ଏବଂ ବିଜୁ ମହିଳା ଜନତା ଦଳ ଉପ-
ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।
କଞ୍ଚାତେଲ ବିଶେଷତଃ ଆରବ ରାଷ୍ଟ୍ରରୁ ଆସିଥାଏ । ଆମେରିକାରେ ଝଡ଼ ହେବା ଯୋଗୁ କଞ୍ଚାତେଲ ଦର ବଢ଼ିଛି ଓ ଏହାଦ୍ୱାରା
ଭାରତରେ ତେଲ ଦର ବଢ଼ୁଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ନିଶ୍ଚିତ ହାସ୍ୟାସ୍ପଦ ଏବଂ ଏହାକୁ ଭାରତବାସୀ କୌଣସିମତେ ଗ୍ରହଣ
କରୁନାହାନ୍ତି । ମହାରାଷ୍ଟ୍ରରେ ବିଜେପି ସରକାର ଥାଇ ତେଲ ଉପରେ ଭାଟ୍‍ ୩୨.୦୭% ନେଉଥିବାବେଳେ ୟୁପିରେ ୩୩%,
ଉତ୍ତରାଖଣ୍ଡରେ ୩୫.୯୮%, ରାଜସ୍ଥାନରେ ୩୨.୭୧%, ଝାଡ଼ଖଣ୍ଡରେ ୩୪.୭୪% ଭାଟ୍‍ ଆଦାୟ କରାଯାଉଛି । ସେହି ତୁଳନାରେ
ଓଡ଼ିଶା ସରକାର ତୈଳ ଉପରେ କମ୍‍ ଭାଟ୍‍ ନେଉଛି । ଏଭଳି ସ୍ଥିତିରେ କେନ୍ଦ୍ର ଓଡ଼ିଶାକୁ ତୈଳ ଉପରେ ଭାଟ୍‍ କମାଇବା ପାଇଁ
ଉପଦେଶ ଦେଉଛି, ଏହା ନିଶ୍ଚିତ ଦୁର୍ଭାଗ୍ୟଜନକ । ଅଶୋଧିତ ତୈଳ ଦଳ ଆନ୍ତର୍ଜାତିକ ବଜାରରେ ବଢ଼ିବା-କମିବା ଲାଗିବ ରହିବ ।
କିନ୍ତୁ ଆମ ଦେଶରେ ଉପôାଦ ଶୁଳ୍କ କାହିଁକି ବଢ଼ିବ, ତାହା ବୁଝାପଡୁନାହିଁ । କେନ୍ଦ୍ରରେ ଏନ୍‍ଡିଏ ସରକାର ଆସିବା ପରେ ଅର୍ଥାତ୍‍
୨୦୧୪ରୁ ଜାନୁଆରୀ ୨୦୧୬ରେ ପେଟ୍ରୋଲ ଉପରେ ୧୦୮% ଉପôାଦ ଶୁଳ୍କ ବଢ଼ିଛି, ଡିଜେଲ୍‍ ଉପରେ ୨୮୮.୦୯% ଉପôାଦ
ଶୁଳ୍କ ବଢ଼ିଛି । ଏହା କେଉଁ ପ୍ରକାର ଆଚ୍ଛେଦିନ, ତାହା ଜନସାଧାରଣ ବିଚାର କରିବେ ବୋଲି ବିଜୁ ଜନତା ଦଳ ଉପ-ସଭାପତି ତଥା
ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ।
ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଳା/ସବ୍‍ଡିଭିଜନ୍‍/ବ୍ଲକ ସଦର ମହକୁମାରେ ସକାଳ ୭ଟା ଦିନ
୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ‘ହକ୍‍ ପାଇଁ ହରତାଲ୍‍’ କରାଯିବ । ବିଭିନ୍ନ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ
ହରତାଳ କରାଯିବ । ଏଥିରେ ସମସ୍ତ ଅତ୍ୟାବଶ୍ୟକ ସେବା ଏଥିରୁ ବାଦ୍‍ ଦିଆଯାଇଛି । ଏହା ଗୋଟିଏ ଦିନ ପାଇଁ ନୁହେଁ, ବରଂ ଯେ
ପର୍ଯ୍ୟନ୍ତ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହା ଚାଲୁ ରହିବ । କାରଣ ବିଜେପି ଯେଉଁ
ପ୍ରତ୍ୟେକ ଘରୁ ଲୁଟ୍‍ କରିବା ଆରମ୍ଭ କରିଛି ତାକୁ ଯଥାସାଧ୍ୟ ମୁକାବିଲା କରିବା ପାଇଁ ଓଡ଼ିଶାର ଯୁବ, ଛାତ୍ର, ବୁଦ୍ଧିଜୀବୀ, ଶ୍ରମିକ,
ବିଭିନ୍ନ ବ୍ୟବସାୟ ଅନୁÂାନ ଓ ଜନସାଧାରଣ ଏହାକୁ ସମର୍ଥନ କରିବାକୁ ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା
ନିବେଦନ କରିଛନ୍ତି ।