ତୁର୍କମେନିସ୍ତାନର ହେବାକୁ ଥିବା ପଂଚମ ଏସୀୟ ଇଣ୍ଡୋର ଏବଂ ମାର୍ସିଆଲ ଆର୍ଟ ଗେମ୍ସରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତୁର୍କମେନିସ୍ତାନର ଅଶଗାବାଟରେ ହେବକୁ ଥିବା ପଂଚମ ଏସୀୟ ଇଣ୍ଡୋର ଏବଂ ମାର୍ସିଆଲ ଆର୍ଟ ଗେମ୍ସରେ ଯୋଗ ଦେବେ । ସେ
ଏହି ପ୍ରତିଯୋଗିତାରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ । ଏଥିରେ ଯୋଗ ଦେବାକୁ ଶ୍ରୀ ପ୍ରଧାନ ରବିବାର ଦିନ
ଆଶଗାବାଟ ଅଭିମୁଖେ ଯାତ୍ରା କରିଛନ୍ତି ।
ଏହି ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ଖେଳରେ ୬୦ରୁ ଉର୍ଧ ଦେଶର ଆଥଲେଟ ଓ ସରକାରଙ୍କ ପ୍ରତିନିଧି ମାନେ ଯୋଗ ଦେବାର
କାର୍ଯ୍ୟକ୍ରମ ରହିଛି । ଏଥିରେ ୧୩ଟି ବିଭିନ୍ନ ପ୍ରତିଯୋଗିତାରେ ଭାରତର ୧୭୨ ଆଥଲେଟ ଭାଗ ନେଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଶ୍ରୀ ପ୍ରଧାନ ତୁର୍କିମେନିସ୍ତାନର ବରିÂ ମନ୍ତ୍ରୀ ମାନଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ
ବିଶେଷ ଭାବେ ତୈଳ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ପରସ୍ପର ସହଯୋଗ ନେଇ ଆଲୋଚନା କରିବେ ।
ଉଲ୍ଲେଖନୀୟ ଯେ ଆଫଗାନିସ୍ତାନ ଓ ପାକିସ୍ତାନ ଦେଇ ଭାରତକୁ ଗ୍ୟାସ ପାଇପଲାଇନ ଯୋଗେ ଆସିବାକୁ ଥିବା ତାପି
ପ୍ରକଳ୍ପଳ୍ପରେ ଭାରତ ରହିଛି ।

Share in top social networks!