ଲାୟନ୍ସ କ୍ଲବ ଅନୁଗୁଳ ଫ୍ରାଟର୍ଣ୍ଣିଟିର ଶପଥଗ୍ରହଣ ଉତ୍ସବ

ଲାୟନ୍ସ କ୍ଲବ, ଅନୁଗୁଳ – ସଭାପତି କିଶୋର କୁମାର ଦାସ ଓ ସମ୍ପାଦକ ସଞ୍ଜିବ କୁମାର ମାଣ୍ଡୋଠିଆ
ଅନୁଗୁଳ ହାରମୋନି – ସଭାପତି ସୁଶାନ୍ତ ସେଠ ଓ ସମ୍ପାଦକ ଶିବାଶିଷ ଶର୍ମା
ଅନୁଗୁଳ ଫର୍ଚୁ୍ୟନ୍ – ସଭାପତି ସୁଭ୍ରା ଦାସ ଓ ସମ୍ପାଦକ ରାଜେଶ ଗୋଏଲ
ଆଠମଲ୍ଲିକ ହରିହର – ସଭାପତି ଦେବରାଜ ପ୍ରଧାନ ଓ ସମ୍ପାଦକ ସୁଭେନ୍ଦୁ ପ୍ରଧାନ
ତାଳଚେର କ୍ଲବ – ସଭାପତି ବିଦୁ୍ୟତ୍ ଘୋଷ ଓ ସମ୍ପାଦକ ମାନସ ଦାସ
ANGUL LIONS CLUB - Copy

ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁÂିତ ଅନୁଗୁଳ ଜିଲ୍ଲାରେ ଥିବା ଲାୟନ୍ସ କ୍ଲବ ସମୂହର ନୂତନ ସଭାପତି ସମେତ ନୂତନ କର୍ମକର୍ତ୍ତାମାନଙ୍କୁ ଶପଥଗ୍ରହଣ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଭର୍ଣ୍ଣର ଡ. ଭାବଗ୍ରାହୀ ପତ୍ରି ଉପରୋକ୍ତ ମନ୍ତବ୍ୟ ଦେବାସହ ପ୍ରକାଶ କରିଥିଲେ ଯେ ଆନ୍ତର୍ଜାତିକ ଲାୟନ୍ସକ୍ଲବ ସଂଗଠନର ଅଧ୍ୟକ୍ଷ ଭାବେ ଚଳିତବର୍ଷ ଜଣେ ଭାରତୀୟ ଡ. ନରେଶ ଅଗ୍ରୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେଣୁ ଚଳିତବର୍ଷ ବିଶେଷକରି ଭାରତବର୍ଷରେ ଥିବା ଲାୟନ୍ସ କ୍ଲବ ଗୁଡିକ ପକ୍ଷରୁ ଡାଇବେଟିସ୍ ନିୟନ୍ତ୍ରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଅର୍ଥରେ ଓଡିଶା ସମେତ ଭାରତବର୍ଷରେ ଥିବା ଲାୟନ୍ସ କ୍ଲବ ଗୁଡିକ ପକ୍ଷରୁ ଡାଇବେଟିସ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯିବ । ଅନୁଗୁଳ ସହରରେ ଡାଇବେଟିସ୍ ନିୟନ୍ତ୍ରଣ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଜଗିଙ୍ଗ୍ ଟ୍ରାକ୍ ଲାୟନ୍ସ କ୍ଲବ, ଅନୁଗୁଳ ପକ୍ଷରୁ ଅତି ଶୀଘ୍ର ନିର୍ମାଣ କରାଯିବ ବୋଲି ଲାୟନ୍ସ ଜିଲ୍ଲା ୩୨୨ଉ୫ ର ଜିଲ୍ଲା ଗଭର୍ଣ୍ଣର ଡ. ଭାବଗ୍ରାହୀ ପତ୍ରି ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଲାୟନ୍ସ ଜିଲ୍ଲା ୩୨୨ଉ୫ ର ପୂର୍ବତନ ଗଭର୍ଣ୍ଣର ତଥା ବିଶିଷ୍ଟ ଓକିଲ ପରମାନନ୍ଦ ମିଶ୍ର ଯୋଗଦେଇ ଅନୁଗୁଳ ଜିଲ୍ଲାରେ ଥିବା ୫ଟି ଲାୟନ୍ସ କ୍ଲବ ଯଥା ଲାୟନ୍ସ କ୍ଲବ ଅନୁଗୁଳ, ଅନୁଗୁଳ ଫର୍ଚୁ୍ୟନ୍, ଲାୟନ୍ସ କ୍ଲବ ଆଠମଲ୍ଲିକ ହରିହର, ଲାୟନ୍ସ କ୍ଲବ ହାରମୋନି ଏବଂ ଲାୟନ୍ସ କ୍ଲବ ତାଳଚେର ପ୍ରଭୃତି କ୍ଲବର ୨୦୧୭-୧୮ ବର୍ଷ ପାଇଁ ନିର୍ବାଚିତ ହୋଇଥିବା କ୍ଲବର ସଭାପତିଙ୍କ ସମେତ ନୂତନ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇଥିଲେ । ଉକ୍ତ ଉତ୍ସବରେ ମୁଖ୍ୟବକ୍ତାଭାବେ ଉପଜିଲ୍ଲା ଗଭର୍ଣ୍ଣର(ା) ଚନ୍ଦ୍ରଶେଖର ପଟ୍ଟନାୟକ ଯୋଗଦେଇ ସାରାବିଶ୍ୱରେ ଲାୟନ୍ସ କ୍ଲବ ସଂଗଠନ ପକ୍ଷରୁ କରାଯାଉଥିବା ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥିଭାବେ ଉପଜିଲ୍ଲା ଗଭର୍ଣ୍ଣର(ାା) ପ୍ରକାଶ କୁମାର ଜେନା ଯୋଗଦେଇ ଲାୟନ୍ସ କ୍ଲବର ନୂତନ କର୍ମକର୍ତ୍ତାମାନଙ୍କୁ ସମାଜର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କର ସେବା କରିବା ପାଇଁ ଉପଦେଶ ଦେଇଥିଲେ । ଅନୁଗୁଳ ଲାୟନ୍ସ କ୍ଲବର ବିଦାୟୀ ସଭାପତି କଳ୍ପନା ପାଲିତଙ୍କ ସଭାପତିତ୍ୱରେ ଅନୁÂିତ ଏହି ଶପଥଗ୍ରହଣ ଉତ୍ସବରେ ଜୋନ୍ ଚେୟାର୍ ମ୍ୟାନ୍ ଶଶାଙ୍କ ସେଖର ପ୍ରଧାନ, ଇଂ. କିଶୋର ଚନ୍ଦ୍ର ସାହୁ, ରିଜିୟନ୍ ଚେୟାର୍ ମ୍ୟାନ୍ ଶୁଶାନ୍ତ କୁମାର ଖଟୁଆ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି ଉତ୍ସବକୁ ବରିÂ ଲାୟନ୍ ସଂଗ୍ରାମ ରଞ୍ଜନ ଦାସ ପରି•ଳନା କରିଥିବାବେଳେ ଲାୟନ ବିନାଖି ଜେନା, ମନୋଜ ପଟ୍ଟନାୟକ, ପ୍ରଫେସର ଅରୁଣା ମିଶ୍ର, ପ୍ରତିମାରାଣି ସନ୍ଧିଗ୍ରହ ଏବଂ ମଧୁସ୍ମିତା ପଟ୍ଟନାୟକ ପ୍ରମୁଖ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ଜିଲ୍ଲା ଡାଇବେଟିସ୍ କଣ୍ଟେ୍ରାଲ ଅଧ୍ୟକ୍ଷା, ଲାୟନ୍ସ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସଞ୍ଜୟ ଅଗ୍ରୱାଲ, କ୍ୟାବିନେଟ୍ ସେକ୍ରେଟାରୀ ଇମ୍ତିଆଜ୍ ଅଲ୍ଲୀ, ଉପକୋଷାଧ୍ୟକ୍ଷ ନିରଞ୍ଜନ ଲାଲ ଗୁପ୍ତା, ଦୀପକ ଚୌଧୁରୀ, ଲାୟନ୍ସ କ୍ଲବ ପେଟାଲର ରିଙ୍କି ଅଗ୍ରୱାଲ, କିରଣ ପଟ୍ଟନାୟକ, ତିଳତମା କର୍ଣ୍ଣ, ଅର୍ଚନା ସେଠ, ସୋନାଲି ଜେନା, ରାଜକୁମାର ମୋହୁରି, ଅଶୋକ ମୁରାର୍କା ଏବଂ ଅନୁଗୁଳ ଫାର୍ଟନିଟିର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ୨୦୧୭-୧୮ବର୍ଷର କ୍ଲବର ନୂତନ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଏବଂ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ।

Share in top social networks!