ଛ’ ମାଣ ଆଠ ଗୁଣ୍ଠ ଜମି ନିକଟରେ ପ୍ରତିÂା ହେଉ ଓଡିଆ ବିଶ୍ୱବିଦ୍ୟାଳୟ

22
ଇଂରେଜ ଶାସନ ତଥା ନଅଙ୍କ ଦୁଃର୍ଭିକ୍ଷ ପରବର୍ତ୍ତୀ ଓଡିଆଜୀବନର ମୁକସାକ୍ଷୀ ଥିବା ଛଅ ମାଣ ଆଠଗୁଣ୍ଠ ଉପନ୍ୟାସରେ ବର୍ଣ୍ଣିତ ମୂଳ ଜମି ନିକଟରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିÂା କରାଯାଉ ବୋଲି ଓଡିଶାର ବୁଦ୍ଧିଜୀବୀଗଣ ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ହୋଟେଲ ସ୍ୱସ୍ତିରେ ଅନୁÂିତ ଖବରଦାତା ସମ୍ମିଳନୀରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ କହିଥିଲେ ଯେ, ବିଶିଷ୍ଟ ମାଲାୟାଲାମ କବି ତୁନ୍ଚାଟୁ ରାମାନୁଜନ ଏଜୁଥାଛନଙ୍କ ମାମଲାପୁରମ ସ୍ଥିତ ଜନ୍ମସ୍ଥାନକୁ ଏକ ତୀର୍ଥ ସ୍ଥାନରେ ପରିଣତ କଲାଭଳି ରାଜ୍ୟ ସରକାର ଡମପଡା ତହସିଲ ଅନ୍ତର୍ଗତ ମହାନଦୀକୂଳରେ ଥିବା ଫକୀରମୋହନଙ୍କ ବର୍ଣ୍ଣିତ ଛଅ ମାଣ ଆଠଗୁଣ୍ଠ ଜମିକୁ ପୁନରୁଦ୍ଧାର କରି ଏହାକୁ ସ୍ମାରକୀସ୍ଥଳ ଭାବରେ ଘୋଷଣା କରିବା ସହିତ ଏହା ନିକଟରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିÂା କରାଯାଉ ବୋଲି ମତ ରଖିଥିଲେ ।

ଗମନାଗମନଦୃଷ୍ଟିରୁ ଏହି ସ୍ଥାନ ରାଜଧାନୀ ନିକଟତର ହୋଇଥିବାବେଳେ ପୂର୍ବ, ପଶ୍ଚିମ କେନ୍ଦ୍ର ଓ ଦକ୍ଷିଣ ଓଡିଶାର ଭାଷା ସଂସ୍କୃତିକୁ ଯୋଡିବାରେ ମୁଖ୍ୟ ଭୂମିକା ନେଇ ପାରିବ । ଏଥି ସହିତ ୧୬ବର୍ଷ ଧରି ଅକାମୀ ହୋଇ ପଡି ରହିଥିବା ପାଠାଗାର ବିଲକୁ ତୁରନ୍ତ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏହି ଉପଲକ୍ଷେ ଓଡିଶା ବିଧାନସଭାରେ ଓଡିଆ ବିଶ୍ୱବିଦ୍ୟାଳୟ ବିଲ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବାରୁ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କମିଟି ଓ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବିଧାନସଭାର ସମସ୍ତ ମାନନୀୟ ସଦସ୍ୟଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି ଖାଦ୍ୟ ଆୟୋଗ ସଦସ୍ୟ ଡ. ସିପ୍ରା ମଲ୍ଲିକ କହିଲେ ଯେ, ଓଡିଆକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପରିଣତ କରିବା ତଥା ଶାସ୍ତ୍ରୀୟ ଓଡିଆ ଭାଷାର ଗବେଷଣାପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିÂାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୦ରେ ଗଠିତ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କମିଟିର ବାରମ୍ବାର ଦାବିକୁ ସରକାର ଉପେକ୍ଷା ନ କରି ଏହାର ପ୍ରତିÂାପାଇଁ ଗୃହରେ ଅନୁମୋଦିତ ହୋଇଥିବାରୁ ଓଡିଆ ମାଧ୍ୟମରେ ଉଚ୍ଚଶିକ୍ଷା ଓ ଗବେଷଣାର ବାଟ ଫିଟିପାରିଛି ।

ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ନିଜ ମତ ରଖି କହିଥିଲେ ସଂସ୍କୃତ, ହିନ୍ଦୀ ବ୍ୟତୀତ ୪ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷା ବିଶ୍ୱବିଦ୍ୟାଳୟ ଥିବାପରି ଶାସ୍ତ୍ରୀୟ ଓଡିଆଭାଷାପାଇଁ ଗବେଷଣାଧର୍ମୀ ଭାଷା ବିଶ୍ୱବିଦ୍ୟାଳୟ ପ୍ରତିÂାପାଇଁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦୀର୍ଘଦିନ ଧରି ଉଦ୍ୟମ କରି ଆସୁଥିଲା । ଓଡିଆ ଭାଷାର ଶାସ୍ତ୍ରୀୟମାନ୍ୟତା ଦେଶଭିତରେ ଗୌରବ ବୃଦ୍ଧି କରିଥିବାବେଳେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନାଦ୍ୱାରା ବିଶ୍ୱରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପରିଚିତ କରାଇବା ସହିତ ଓଡିଆ ମାଧ୍ୟମରେ ଉଚ୍ଚଶିକ୍ଷା ପ୍ରଦାନର ଲକ୍ଷ୍ୟ ଥିବାରୁ ବିଶ୍ୱବିଦ୍ୟାଳୟ ପ୍ରତିÂା କାର୍ଯ୍ୟର ତ୍ୱରାନ୍ୱିତପାଇଁ ସରକାର ଖୁବଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଥିଲେ । ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିÂାପାଇଁ ହୋଇଥିବା ବିଭିନ୍ନ ସମୟର ବିବରଣୀ ପ୍ରଦାନ କରି ସମ୍ପାଦକ ଡକ୍ଟର ସୁବ୍ରତ ପୃଷ୍ଟି ଓଡିଆ ବିଶ୍ୱବିଦ୍ୟାଳୟର ଆଦ୍ୟ ପ୍ରବର୍ତ୍ତକ ସ୍ୱର୍ଗତ ଶୁଭକାନ୍ତ ବେହେରା ଓ ବିଶ୍ୱବିଦ୍ୟାଳୟ ସ୍ଥାପନ କମିଟି ଅଧ୍ୟକ୍ଷ ସ୍ୱର୍ଗତ କୃଷ୍ଣଚରଣ ବେହେରାଙ୍କ ଅମର ଆତ୍ମା ପ୍ରତି ସରକାରଙ୍କ ଶ୍ରେÂ ଶ୍ରଦ୍ଧାଞ୍ଜଳି ବୋଲି ଅଭିହିତ କରିଥିଲେ ।

ନିଦେ୍ର୍ଧଶକ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିÂାପାଇଁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ବିଭିନ୍ନ ସମୟରେ ଅନୁÂିତ ଆଲୋଚନାଚକ୍ର ଓ ସମ୍ମିଳନୀ ବିଷୟରେ ସୂଚୀତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ବାରମ୍ବାର ସାକ୍ଷାତ କରି ଏହାର ଆବଶ୍ୟକତା ବିଷୟରେ ବିସ୍ତୃତ ସୂଚନା ଦିଆଯାଇଥିଲା ତଥା ବିଧାୟିକା ଡ. ସିପ୍ରା ମଲ୍ଲିକ ୨୦୧୧ରେ ଏଥିପାଇଁ ଏକ ବେସରକାରି ବିଲ ଉପସ୍ଥାପନ କରିଥିବାବେଳେ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀଯୁକ୍ତ ପ୍ରଦୀପ୍ତ ମହାରଥୀ, ଶ୍ରୀଯୁକ୍ତ ନବକିଶୋର ଦାସ ପ୍ରମୁଖ ଏହାର ଆବଶ୍ୟକତା ବିଷୟରେ ବାରମ୍ବାର ବିଧାନସଭାରେ ଆଲୋଚନା ପୂର୍ବକ ଦାବି କରିଆସୁଥିଲେ । ସେହି ଅନୁସାରେ ବିଳମ୍ବ ହେଲେ ମଧ୍ୟ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିÂା ବାଟ ଫିଟିଥିବାରୁ ସମାଜସେବୀ ଶ୍ରୀଯୁକ୍ତ ସୁଦର୍ଶନ ଦାସ ରାଜ୍ୟ ସରକାର ଓ ବିଧାୟକଗଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Share in top social networks!