ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି - ରାଜସ୍ୱ ମନ୍ତ୍ରୀ

ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତଜନିତ କାରଣରୁ ୧୪ଟି ଜିଲ୍ଲାର ୩୦ଟି ବ୍ଲକ୍ରେ କୃଷିକାର୍ଯ୍ୟ ବ୍ୟାହତ ହୋଇଥ#ବା ପରିପ୍ରେକ୍ଷୀରେ ସେହିସବୁ ସ୍ଥାନରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏହିସବୁ ଅଞ୍ଚଳରେ ଉପଲବ୍ଧ ସମସ୍ତ ପ୍ରକାର ଜଳସେଚନ ମାଧ୍ୟମର ପୂର୍ଣ୍ଣ ବିନିଯୋଗ କରାଯାଇ ଫସଲକୁ କିପରି ରକ୍ଷା କରାଯାଇ ପାରିବ ସେଥ# ନିମନ୍ତେ ଉଦ୍ୟମ କରାଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି । ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ସଚଳ କରାଯିବା ସହିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମେଗା ଲିଫଫ ଜଳସେଚନ ପ୍ରକଳ୍ପ ଓ କେନାଲ ଯୋଗେ ଜମିକୁ ଜଳ ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଉଛି । ସଂପୃକ୍ତ ବିଭାଗଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ସମ୍ଭାବ୍ୟ ମରୁଡ଼ି ସ୍ଥିତିର ମୁକାବିଲା କରିବା ପରିପ୍ରେକ୍ଷୀରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥ#ଲା । ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡା. ଦାମୋଦର ରାଉତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, କୃଷି ଓ କୃଷକ ସଶକ୍ତିକରଣ ସଚିବ ଶ୍ରୀ ମନୋଜ ଆହୁଜା, ପ୍ରମୁଖ ସଚିବ ଓ ଓସ୍ଡମା(କ୍ସଗଉMଅ)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ୍ତ ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମେତ ବରିଷ୍ଠ ଅଧ#କାରୀମାନେ ଯୋଗ ଦେଇଥ#ଲେ ।
ବୈଠକର ସୂଚନା ଅନୁଯାୟୀ ଚଳିତ ମୌସୁମୀରେ ଅସ୍ୱାଭାବିକ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଏକ ସଂପୂର୍ଣ୍ଣ ଓ ସ୍ପଷ୍ଟ ଚିତ୍ର ଆକଳନ ନିମନ୍ତେ କୃଷି ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସବୁ ପଞ୍ଚାୟତସ୍ତରୀୟ ରିପୋର୍ଟ ମଗାଯାଇଛି । ଜିଲ୍ଲାପାଳମାନେ ପଞ୍ଚାୟତସ୍ତରୀୟ ରିପୋର୍ଟ ସାତ ଦିନ ମଧ୍ୟରେ ଦେବା ପାଇଁ କୁହାଯାଇଛି । କୃଷି ଅଧ#କାରୀମାନେ କ୍ଷେତ୍ର ଅନୁଧ୍ୟାନ କରି ଚାଷର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି ।
ଏହି ରିପୋର୍ଟ ହସ୍ତଗତ ହେଲେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ଆକଳନ କରାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି । ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲାପାଳଙ୍କ ସ୍ତରରେ ଅଚଳ ପମ୍ପସେଟ୍ ଓ ଉଠା ଜଳସେଚନ ପ୍ରକଳ୍ପକୁ ଅଗ୍ରାଧ#କାର ଭିତ୍ତିରେ ମରାମତି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ଜମିକୁ ପାଣି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେନାଲର ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ଯେପରି ପହଞ୍ଚିପାରିବ ସେଥ#ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବିଦୁ୍ୟତ୍ ସଂଯୋଗ କରାଯାଇ ନଥ#ବା କିମ୍ବା ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରାଯାଇଥ#ବା ଉଠା ଜଳସେଚନ ପ୍ରକଳ୍ପ ଓ ପମ୍ପସେଟ୍ଗୁଡ଼ିକୁ ଅଗ୍ରାଧ#କାର ଭିତ୍ତିରେ ବିଦୁ୍ୟତ୍ ସଂଯୋଗ କରିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଛି । ଯେଉଁଠାରେ ବେଉଷଣ ଓ ରୁଆ ଆଦି କାର୍ଯ୍ୟ ବିଳମ୍ବ ହୋଇଛି, ସେଠାରେ ସ୍ଥିତି ଆକଳନ କରି ଉପଯୁକ୍ତ କିମ୍ବା ବିକଳ୍ପ ଚାଷ କାର୍ଯ୍ୟ କରିବା ପାଇଁ କୃଷି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତେବେ ସ୍ଥିତିର ଆକଳନ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅକେଫାବର ୧୦ ତାରିଖରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!