ମହିଳା ମାନଙ୍କର ପ୍ରଶିକ୍ଷଣ ଓ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ଦେଉଛନ୍ତି ଅଗ୍ରାଧିକାର – ଧର୍ମେନ୍ଦ୍ର ପ୍ରଧାନ

Skill
ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଶନିବାର ଦିନ ହାଇଦ୍ରାବାଦରେ ଆଂଚଳିକ ଭୋକେସନାଲ ତାଲିମ ସଂସ୍ଥାନର ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ନାଇଡୁ ଏହାର ଶିଳାନ୍ୟାସ କରିଛନ୍ତି । ସଂସ୍ଥାନ ମହିଳା ମାନଙ୍କର କୌଶଳ ବିକାଶ
କ୍ଷେତ୍ରରେ କାମ କରିବ ।

ଏହି ଅବସରରେ ଶ୍ରୀ ନାଇଡୁ କହିଛନ୍ତି ଯେ ହାଇଦ୍ରାବାଦରେ ଏହି ସଂସ୍ଥାନର ସ୍ଥାପନା କରା ଯିବା ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ ପ୍ରୟାସ ଅଟେ । ଏହି ପଦକ୍ଷେପ ପାଇଁ ଶ୍ରୀ ନାଇଡୁ ଦକ୍ଷତା ବିକାଶ ମନ୍ତ୍ରଣାଳୟକୁ ଶୁଭକାମନା ଜଣାଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଛନ୍ତି ଯେ ମହିଳା ମାନଙ୍କର ପ୍ରଶିକ୍ଷଣ ଓ ସଶକ୍ତିକରଣ କେନ୍ଦ୍ର ସରକାର ଅଗ୍ରାଧିକାର ଦେଇ ଆସୁଛନ୍ତି । ଆମ ଦେଶର କାର୍ଯ୍ୟ ବଳରେ ମହିଳା ମାନଙ୍କର ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଏପରି ସଂସ୍ଥାନ ସ୍ଥାପିତ କରିବା ପାଇଁ ସରକାର ଲକ୍ଷ୍ୟ
ଧ୍ୟାର୍ଯ୍ୟ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ୧୧ ସଂସ୍ଥାନ ଓ ୧୪୦୮ ରାଜ୍ୟ ମହିଳା ଆଇଟିଆଇ ତଥା ସାଧାରଣ ଆଇଟିଆଇରେ ମହିଳା ଶାଖା ମାଧ୍ୟମରେ ବିଶେଷ ଭାବେ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହା ବ୍ୟତୀତ ଅଧିକାଂଶ ରାଜ୍ୟ ମାନଙ୍କରେ ସାଧାରଣ ଆଇଟିଆଇ ମାନଙ୍କରେ ୩୦ ପ୍ରତିଶତ ଆସନ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନୂଆ ସ୍ଥାୟୀ ଭବନ ନିର୍ମାଣ ହେବା ପରେ ଏଠାରେ ପ୍ରତି ବର୍ଷ ଏକ ହଜାର ପ୍ରଶିକ୍ଷୁ ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇ ପାରିବ ।

Share in top social networks!