ପାର୍ବଣ ଋତୁରେ ମ୍ୟାକ୍ସରେ ନୂଆ ଫେଷ୍ଟିଭ୍ କଲେକସନ୍

096
ଭୁବନେଶ୍ୱର: ଭାରତର ଅଗ୍ରଣୀ ଫେସନ୍ ବ୍ରାଣ୍ଡ୍ ମ୍ୟାକ୍ସ୍ ପକ୍ଷରୁ ଦୁର୍ଗା ପୂଜା ଓ ଦଶହରା ଉପଲକ୍ଷେ ଭୁବନେଶ୍ୱରର ପଟିଆସ୍ଥିତ ଡମଣା ଛକଠାରେ ଥିବା ଷ୍ଟୋର୍ରେ ଏହାର ଫେଷ୍ଟିଭ୍ କଲେକସନ୍ର ଉନ୍ମୋଚନ କରାଯାଇଛି । ଏଠାରେ ମାକ୍ସ୍ର ବିସ୍ତ୍ୃତ ବର୍ଗର ଫେଷ୍ଟିଭ୍ କଲେକସନ୍ ଫେସନ ସାମଗ୍ରୀ ମହଜୁଦ୍ ରହିଛି । ଏହି ନୂଆ କଲେକସନ୍କୁ ଖ୍ୟାତିସମ୍ପନ୍ନ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମାକ୍ସ୍ ଉନ୍ମୋଚିତ କରିଛନ୍ତି । ଏଠାରେ ୩୦୦୦ରୁ ଅଧିକ ଷ୍ଟାଇଲ୍ର ଫେସନ୍ ସାମଗ୍ରୀ ମହଜୁଦ୍ ରହିଛି । ମାକ୍ସ୍ ର ‘ତାଭିଶା’ ବର୍ଗରେ ବିଭିନ୍ନ ପ୍ରକାର ଷ୍ଟାଇଲିସ୍ ପୋଷାକ, କ୍ଲାସିକ୍ କମ୍ବିନେସନ୍, ବିଭିନ୍ନ ସ୍କ୍ରିଟ୍, ଆକର୍ଷଣୀୟ ଚୋଲି, ନାନା ପ୍ରକାର ଟପସ୍ ପ୍ରଭୃତି ମହଜୁଦ୍ ରହିଛି ।

ଏହି ଅବସରରେ ମ୍ୟାକ୍ସ୍ ଫେସନ୍ର ଏଭିପି ଶ୍ରୀ ରାଜୀବ ମୁଖାର୍ଜୀ କହିଲେ, “ଆମେ ଗ୍ରାହକ ଓ ସେମାନଙ୍କ ସମଗ୍ର ପରିବାର ଉପଯୋଗୀ ଫେସନ ସାମଗ୍ରୀ ମହଜୁଦ୍ ରଖିଛୁ । ପାର୍ବଣଋତୁରେ ଗ୍ରାହକଙ୍କ ମନପସନ୍ଦର ଫେସନ୍ ସାମଗ୍ରୀ ଏହି ଫେଷ୍ଟିଭ୍ କଲେକସନ୍ରେ ଉପଲବ୍ଧ ହେଉଛି । ଗ୍ରାହକ ଏସବୁ ସାମଗ୍ରୀ ସମ୍ପର୍କରେ ସକରାତ୍ମକ ମନୋଭାବ ଉପଲବ୍ଧ କରାଇବାକୁ ସକ୍ଷମ ହେବେ ।”

ଏହି ଅବସରରେ ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ଓ ମଡେଲ୍ ଅର୍ଚ୍ଚିତା ସାହୁ କହିଲେ, “ ପାର୍ବଣଋତୁରେ ସଭିଏଁ ଶ୍ରେÂ ପୋଷାକ ପରିଧାନ କରିବାକୁ ପସନ୍ଦ କରିଥାନ୍ତି । ମ୍ୟାକ୍ସ୍ ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ଆକର୍ଷଣୀୟ ଫେଷ୍ଟିଭ୍ କଲେକସନ୍ ନେଇ ଆସିଛି । ପାର୍ବଣଋତୁ ଉପଯୋଗୀ ବିଭିନ୍ନ ପରିଧାନ, ଲାଟେଷ୍ଟ ଟ୍ରେଣ୍ଡ୍ ପୋଷାକ ଏହି ଫେଷ୍ଟିଭ୍ କଲେକସନ୍ରେ ମହଜୁଦ୍ ରହିଛି ।”

ଫେଷ୍ଟିଭ୍ କଲେକସନ୍ ସମ୍ପର୍କିତ ସୂଚନା
ତାଭିସ୍ ଅକଜେନ ପୋଷାକ
ଏହି କଲେକସନ୍ରେ କ୍ଲାସିକ୍ ସୁନ୍ଦର ପୋଷାକ ମହଜୁଦ୍ ରହିଛି । ଏଥିରେ ସ୍କ୍ରିଟ୍, ଆକର୍ଷଣୀୟ ଚୋଲୀ ପ୍ରଭୃତି ଗଚ୍ଛିତ ରହିଛି । ବିଭିନ୍ନ ରଙ୍ଗ ମଧ୍ୟରେ ଗୋଲ୍ଡ, ଫୁସିଆ ଓ ଗାଢ଼ ସବୁଜ ପ୍ରଭୃତି ରଙ୍ଗର ପୋଷାକ ମହଜୁଦ୍ ରହିଛି ।

ଫେଷ୍ଟିଭ୍ କୁର୍ତା
ଏହି କଲେକସନ୍ରେ ପିଙ୍କ୍, ଟକ୍ୱର୍ାଇଜ୍, ଅରେଞ୍ଜ, ଗୋଲ୍ଡ ପ୍ରଭୃତି ରଙ୍ଗର ବିଭିନ୍ନ କଲେକସନ୍ ରହିଛି । ବିଭିନ୍ନ ପାରମ୍ପରିକ ପୋଷାକ ମଧ୍ୟରେ କୁର୍ତା, କାଲିଦାର୍ ପ୍ଲାଜୋ, ଚନେ୍ଦରୀ ଫ୍ୟାବ୍ରିକ୍ସ୍ ପ୍ରଭୃତି ମହଜୁଦ୍ ରହିଛି ।
ଫେଷ୍ଟିଭ୍ ଫୁ୍ୟଜନ ୱେର
ଏଥିରେ ବିଭିନ୍ନ ଅଫବିଟ୍ ଯୁବ ସୁଲଭ ପୋଷାକ ଗଚ୍ଛିତ ରହିଛି । ଏଥିରେ ଆଧୁନିତା ଶୈଳୀର ବିଭିନ୍ନ ପୋଷାକ ରହିଛି । ଯାହାକି ଦେଶୀ ଟୁଇଷ୍ଟ ଉପଲବ୍ଧ କରାଇବାକୁ ସକ୍ଷମ ହେବ ।
ଫେଷ୍ଟିଭ୍ ସ୍କ୍ରିଟ୍
ଏଥିରେ ବିଭିନ୍ନ ଷ୍ଟାଇଲର ଫେସନ ଟପ୍ ଏବଂ ଚୋଲୀ ମହଜୁଦ୍ ରହିଛି । ବିଭିନ୍ନ ରଙ୍ଗ ମଧ୍ୟରେ ଗୋଲ୍ଡ ପ୍ରିଂଟ୍ର ଏବଂ ଆକର୍ଷଣୀୟ ବର୍ଡର ପୋଷାକ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ ।
ଫେଷ୍ଟିଭ ମ୍ୟାକ୍ସି ପୋଷାକ
ଏସବୁ ପୋଷାକ ରିଚ୍ ଜୁଏଲ୍ ଟୋନ୍ରେ ଉପଲବ୍ଧ ହେଉଛି । ଏଥିରେ କାଳାତ୍ମକ ଏମ୍ବେ୍ରାଡୋରୀ ହୋଇଛି । ଏହା ପାର୍ବଣଋତୁ ସନ୍ଧ୍ୟା ପାଇ ଉପଯୋଗୀ ସାବ୍ୟସ୍ତ ହେବ ।

Share in top social networks!