ଏସ୍.ଜି.ଆଇ ଅଧ୍ୟକ୍ଷ ଡ଼ଃ ଦାଇସାକୁୁ ଇକେଡାଙ୍କର ୨୦୧୭ ଶାନ୍ତି ପ୍ରସ୍ଥାବର ତାତ୍ୱିକ ଆଲୋଚନା ।

Photo 2
ବିଶ୍ୱବ୍ୟାପୀ ଯୁବ ସମସ୍ୱାର୍ଥତା ଆଶାର ନୂତନ ଯୁଗର ଆବାହନ । ଏସ୍.ଜି.ଆଇ ଅଧ୍ୟକ୍ଷ ଡ଼ଃ ଦାଇସାକୁ ଇକେଡାଙ୍କର ୨୦୧୭ ଶାନ୍ତି ବାର୍ତା ମାଧ୍ୟମରେ ସେପ୍ଟେମ୍ବର ୧୫ରେ ହେବାକୁ ଯାଉଥିବା ଆଲୋଚନା । ଅଜିର ବର୍ଦ୍ଧିୟମାନ ଆଚଳିକ ଅଶାନ୍ତି ଏବଂ ବିଶ୍ୱବ୍ୟାପୀ ପରିତ୍ୟକ୍ତ ମାନଶ୍ରେଣୀର ଉଦ୍ଧାର ନିମିତ ବିଶେଷ ଗ୍ରହଣ ଯୋଗ୍ୟ ।
ପଦ୍ମଭୂଷଣ ଡ଼ଃ ସୀତାକାନ୍ତ ମହାପାତ୍ର ଅବସରପ୍ରାପ୍ତ ଆଇ୍.ଏ.ଏସ୍ ଅଫିସର ଏବଂ ଏକ ପ୍ରକ୍ଷାତ ଭାରତୀୟ କବି ଓ ସାହିତ୍ୟିକ ସମାଲୋଚକ ଏହାର ମୂଖ୍ୟ ବକ୍ତା । ଅନ୍ୟ ବକ୍ତା ମାନେ ଅଟନ୍ତି – ଡ଼ଃ ଅନୁପ କୁମାର ଦାସ, ନିଦେ୍ର୍ଧଶକ (ନାବାର୍ଡ) (ଜାତୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ. ଶ୍ରୀଯୁକ୍ତ ଜଗଦାନନ୍ଦ, ବିଶିଷ୍ଟ ସମାଜସେବୀ, ଡ଼ଃ ଇତି ସାମନ୍ତ ବିଶିଷ୍ଟ ଲେଖିବା ଏବଂ କାଦମ୍ବିନୀ ପତି୍ରକାର ସଂପାଦିକା ।
ଡ଼ଃ ଦାସ ଜୀବନକୁ ଦେଖିବାର ଶୈଳୀ ଏବଂ ଅନନ୍ଦିତ ହେବାର ମୈାଳିକ ଚିନ୍ତାଧାରାରେ ପରିବର୍ତନର ଆବଶ୍ୟକତାକୁ ଅନୁଭବ କରିଥିଲେ । ସେ କହିଲେ ପ୍ରତ୍ୟେକଙ୍କୁ ନିଜର ଅନ୍ତର୍ନିହିତ ସମ୍ମାନ ଏବଂ ଜୀବନର ପବିତ୍ରତା କୁ ସମ୍ମାନ ଦେବା ଉଚିତ୍ । ଖାଲି ମଣିଷ ଜୀବନକୁ ସ୍ୱାର୍ଥରେ ସିମୀତ ନରଖି ପ୍ରକୃତିର ଅନ୍ୟ ମାନଙ୍କ ସହିତ ପାରସ୍ପରିକ ସଂଯୋଗକୁୁ ସଦୃଢ କରିବା ହେବ । ଆମେ ନିଃସ୍ୱାର୍ଥପର ଭାବେ ଜୀବନକୁ ପ୍ରତିପାଳନ କରିବା ଉଚିତ୍ । ଆମେ ଶାନ୍ତି ଏବଂ ଏକତା କୁ ସଂରକ୍ଷଣ କରିବାକୁ ହେଲେ ଜୀବନକୁ ପୁଣି ନିସ୍ୱାର୍ଥପରତା, କରୁଣା ଏବଂ ସହଯୋଗିତା ସହିତ ସତେଜିତ କରିବା ଦରକାର । ଏସ୍.ଡ଼ି.ଜି ମଣିଷକୃତ ସମସ୍ୟାକୁ ଅନ୍ୱେଷଣ କରେ । ୨୦୧୭ ଶାନ୍ତି ପ୍ରସ୍ତାବରେ ଡ଼ଃ ଇକେଡା କହିଛନ୍ତି :-“ଆୟବ୍ୟୟର ଅଟକଳ କିମ୍ବା ଅନ୍ୟ ଯଥା ସମ୍ଭବ ସମାଧାନ ଗୁଡିକ ପ୍ରକୃତ ଉତର ନୁହେଁ ” ।
ପରିବର୍ତନ ସେତେବେଳେ ଆସିବ ଯେତେବେଳେ ଆମେ ଆମ ଚିନ୍ତାଧାରାରେ ପରିବର୍ତନ ଆଣିଥାଉ । ଯାହାକୁ ମାନବୀୟ ବିପ୍ଳବ ନାମରେ ସେ ବିବେଚିତ କରାଇଛନ୍ତି । ଡ଼ଃ ସାମନ୍ତଙ୍କ ମତ କହିଲେ – ଆମର ଉପନିଷେଦ “ବସୁଧେବ କୁଟୁମ୍ବଙ୍କ” ର ତାପର୍ଯ୍ୟ ଉପରେ ଯଥାର୍ଥ ଦିଏ ।ଏହି ଉକ୍ତି ଉପରେ ଯୋର ଦେଇ ଓଡିଶାର କବି ଭୀମ ଭୋଇ କହିଛନ୍ତି । ଜଣେ ସମାଜ ପାଇଁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗକରିବା ଉଚିତ । ତେଣୁ ଏହି ଏକତା ଏବଂ ସମସ୍ୱାର୍ଥତାର ସଂସ୍କାର ଆମ ଓଡିଶା ମାଟିରେ ଆଦ୍ୟରୁ ଜଡିତ ।
ଯୁବାପିଢୀ ମାନଙ୍କ ଭିତରେ ଏକ ମହାନ ଶ୍ରେÂତା ଭରିରହିଛି । ସେମାନଙ୍କ ଦ୍ୱାରା ଏକ ଘୃଣା, ଅସାମାଜିକ ପୁର୍ଣ୍ଣ, ତଥା ହିଂସାତ୍ମକ ସମାଜ ମଧ୍ୟ ଏକ ସାକାରତ୍ମକ ସମାଜରେ ପରିବର୍ତିତ ହୋଇପାରେ । ଯଦି ଯୁବାପିଢୀଙ୍କୁ ଉଚିତ ଦିଗ୍ଦର୍ଶନ ମିଳେ ତେବେ ସେମାନେ ବିଶ୍ୱବ୍ୟାପି ସମସ୍ୱାର୍ଥତା ଲାଭ କରିପାରିବେ ସବଂ ସେମାନେ ଏକ ଶାନ୍ତିିପୂର୍ଣ୍ଣ ସମାଜ ଗଠନ କରିବାର ଆଶା ଏକତି୍ରତ କରିପାରିବେ ।

ସମାଜ ସଂସ୍କାର ଦିଗରେ ସ୍ତ୍ରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ କାରଣ ସେ ଶାନ୍ତି ଓ ମୈତି୍ରର ବାର୍ତାବାହାକ । ଲିଙ୍ଗ ସମତା ଦୃଷ୍ଟିରୁ ଆମେ ଉଭୟଲିଙ୍ଗି ମାନଙ୍କୁ ବାଦ ଦେଇ ପାରିବାନାହିଁ । ଯେହେତୁ ସେମାନେ ମଧ୍ୟ ମାନବ ସମାଜର ଏକ ଅଭିନ୍ନ ଅଙ୍ଗ ।
ଶାନ୍ତି ପ୍ରସ୍ଥାବ ଉପରେ ଆଧାର କରି ଭାରତ ଶୋକା ଗାକାଇ ସଭାପତି ଶ୍ରୀଯୁକ୍ତ ବିଶେଷ ଗୁପ୍ତା କହିଛନ୍ତି “ବର୍ତମାନର ଅଶାନ୍ତିକର ପରିସ୍ଥିତିରେ ମାନବ ସମାଜର ପରସ୍ପର ସହିତ ସୁସମ୍ପର୍କ ଏବଂ ପ୍ରତ୍ୟେକଙ୍କ ସହିତ ଯୋଗାଯୋଗ ରକ୍ଷା ପ୍ରାଥମିକ ଅଟେ ।” ବର୍ତମାନ ପରିସ୍ଥିତିରେ ବିଶ୍ୱାସ ଓ ଐକିକତା ରୂପି ସଂସ୍କାର ନିତାନ୍ତ ଆବଶ୍ୟକ । ଅଧ୍ୟକ୍ଷ ଡ଼ଃ ଉକେଡାଙ୍କର ଏହି ଶାନ୍ତି ପ୍ରସ୍ଥାବ ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଧାରିତ ଯାହା ସମ୍ମୁଖକୁ ପରସ୍ପର ପ୍ରତି ସମ୍ମାନ ଓ ସଦ୍ଭାବନାର ସଂସ୍କାର ଆଣି ଦେଇଛି ।
ଆଉ ମଧ୍ୟ ଡ଼ଃ ଇକେଡାଙ୍କର ଉଦ୍ଧୃତି ଉପରେ ବିଶେଷ ଗୁପ୍ତା କୁହନ୍ତି ଯେ:- ସମଗ୍ର ସଂସାର ଯେ କେବଳ ରାଜ୍ୟ ମାନଙ୍କର ସମାହାର କିମ୍ବା ଧାର୍ମିକ ତଥା ଉନ୍ନତି ସାମାଜିକ ଗୋÂିର ସଂଗଠନ ତାହାନୁହେଁ ପ୍ରତ୍ୟେକ ବ୍ୟକ୍ତିର ନିଜ ନିଜ ର ମହାନତା କୁ ନେଇ ଆମର ଏହି ସଜ୍ଜିବିତ ସଂସ୍କାର ଗଠିତ ।
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧର୍ମ ଓ ଜାତିର ଦୃଷ୍ଟିକୋଣରୁ ଦେଖିବା ଦ୍ୱାରା ସେମାନଙ୍କର ବୈଶିଷ୍ଟ ର ବିରୁପୀକରଣ ଘଟିଥାଏ । ଏ ସମସ୍ତ ବାଦ ଅନ୍ୟପକ୍ଷେ ଯଦି ଆମେ ପରସ୍ପରକୁ ସମ୍ମାନ ଦେଇଥାଉ ତେବେ ନୈତିକ ମ୍ୟଲ୍ୟବୋଧର ପରିପ୍ରକାଶ ଘଟିଥାଏ ।
ତାଙ୍କର ସଦ୍ୟ ଶାନ୍ତି ପ୍ରସ୍ଥାବର ଶିରୋନାମା ଅନୁସାରେ
ଭାରତ ଶୋକା ଗାକାଇ (ଜି.ଏସ୍.ଜି) :- ଶୋକା ଗାକାଇରଣ୍ଟ ନାସ୍ନାଲ (ଏସ୍.ଜି.ଆଇ) ଦ୍ୱାରା ଭାରତର ଏକ ସ୍ୱୀକୃତି ପ୍ରାପ୍ତ ପ୍ରାଥମିକ ସଂଗଠନ ମାନଙ୍କର ଏକ ବିଶ୍ୱବ୍ୟାପୀ ସଂଘ ଅଟେ । ଯାହା ଶାନ୍ତିର ମୂଲ୍ୟବୋଧତା ଏବଂ ପ୍ରତ୍ୟେକଙ୍କୁ ସମ୍ମାନ ଦେବାର ଆଦର୍ଶକୁ ଉସôାହିତ କରେ । ସମାଜର ପ୍ରତ୍ୟେକ ବର୍ଗରୁ ଅନିତି ଏହାର ସଦସ୍ୟ ମାନବୀୟ ମୈାଳିକ ପରିବର୍ତନ ଉପରେ ବିଶ୍ୱାସ କରନ୍ତି । ଜଣେ ବ୍ୟକ୍ତିର ମୈାଳିକ ପରିବର୍ତନ ସମ୍ପୂର୍ଣ୍ଣ ସମାଜର ପରିବର୍ତନ ଉପରେ ନିର୍ଭରଶୀଳ ଥିବା ସେମାନଙ୍କର ଦୃଢ଼ ବିଶ୍ୱାସ ଅଛି ।
ପ୍ରତ୍ୟେକ ବର୍ଷ ଡ଼ଃ ଇକେଡା ଶାନ୍ତି ପ୍ରସ୍ଥାବ ମାଧ୍ୟମରେ ସମସ୍ୟାର ନିଦାନ କରି ମାନବିକତା ଉପରେ ବାସ୍ଥବ ଦୃଷ୍ଟି କୋଣରୁ ସମାଧାନ ପ୍ରଦାନ କରିଥାନ୍ତି ଏବଂ ଏହା ଦ୍ୱାରା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥାଏ ।

Share in top social networks!