ରାଜ୍ୟ ବିଜେପି ଆଇନ ପ୍ରକୋÂର ୬ ଜଣ ସହ-ସଂଯୋଜକଙ୍କ ନାମ ଘୋଷଣା

ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ବିଜେପି ଆଇନ ପ୍ରକୋÂର ରାଜ୍ୟ ସଂଯୋଜକ ଶ୍ରୀ ରବି ଶଙ୍କର ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାକୁ ୬ ଟି ଜୋନରେ ବିଭକ୍ତ କରିବା ସହ ପ୍ରତି ଜୋନ ସକାଶେ ୬ ଜଣ ସହ-ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି ।
ଶ୍ରୀ ନରୋତମ ପାଣିଗ୍ରାହୀଙ୍କୁ ମୟୁରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର; ଶ୍ରୀ ରାଖାଲ୍ ନନ୍ଦଙ୍କୁ ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଏବଂ ସୁବର୍ଣ୍ଣପୁର; ଶ୍ରୀ ରତନ ଲାଲ୍ ଅଗ୍ରୱାଲଙ୍କୁ ସମ୍ବଲପୁର, ବରଗଡ, ଝାରସୁଗୁଡା, ଦେବଗଡ ଏବଂ ସୁନ୍ଦରଗଡ; ଶ୍ରୀ ଶ୍ରୀହର୍ଷ ଦାଶଙ୍କୁ ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ ଏବଂ ବୈାଦ୍ଧ; ଶ୍ରୀ ଲକ୍ଷ୍ମୀକାନ୍ତ ସାହୁଙ୍କୁ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ; ଶ୍ରୀ ସମୀର ଗଜେନ୍ଦ୍ରଙ୍କୁ ପୁରୀ, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାର ଦାୟୀତ୍ୱ ନ୍ୟସ୍ତ କରାଯାଇଅଛି ।
ଏହା ସହିତ ରାଜ୍ୟ ସଂଯୋଜକ ଶ୍ରୀ ପଟ୍ଟନାୟକ ନିଜେ ଭୂବନେଶ୍ୱର, ଖୋର୍ଦ୍ଧା ଏବଂ ଗଂଜାମ ଜିଲ୍ଲାର ଦାୟୀତ୍ୱ ତୁଲାଇବେ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Share in top social networks!