ପେଟ୍ରୋଲଜାତ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ଆନେ୍ଦାଳନ କରିବ ବିଜେଡିର ଛାମୁଆ ସଂଗଠନ

ସେପ୍ଟେମ୍ବର ୧୮ରୁ ଜିଲ୍ଲା ସଦର ମହକୁମାରେ ପର୍ଯ୍ୟାୟକ୍ରମେ ଆନେ୍ଦାଳନ
DSC_0436
ପେଟ୍ରୋଲ, ଡିଜେଲ୍‍, ରନ୍ଧନଗ୍ୟାସର ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ । ଏଥିପାଇଁ କେନ୍ଦ୍ରର ବିଜେପି ସରକାରର କଥା ଓ କାମରେ ଫରକ ରହୁଛି । ସାମ୍ପ୍ରତିକ ଦରଦାମ ବୃଦ୍ଧିରେ ସାଧାରଣ ଖାଉଟି ଓ ଗୃହିଣୀମାନେ ସନ୍ତୁଳି ହେଉଥିବା ବେଳେ ଏହି ଅହେତୁକ ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ଏବଂ ଏହାର ପ୍ରତ୍ୟାହାର ଦାବିରେ ବିଜେଡି ଛାତ୍ର, ଯୁବ, ମହିଳା ପ୍ରଭୃତି ଛାମୁଆ ସଂଗଠନଗୁଡିକ ବିଭିନ୍ନ ପର୍ଯ୍ୟାୟରେ ଆନେ୍ଦାଳନ କରିବେ ବୋଲି ଦଳୀୟ
କାର୍ଯ୍ୟାଳୟରେ ଦଳର ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ସର୍ବଶ୍ରୀ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲିକ ପ୍ରକାଶ କରିଛନ୍ତି । ଏହାସହ ବିଜେପିର ଏଭଳି ଜନବିରୋଧୀ ଦୋମୁହାଁ ନୀତିକୁ ତୀବ୍ର ନିନ୍ଦା କରାଯାଇଛି । ଆଗାମୀ ସୋମବାର ଦିନ ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଯୁବ, ଛାତ୍ର ଓ ମହିଳାଙ୍କ ସମ୍ମିଳିତ ଧାରଣା କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରାଯାଇଛି ।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍‍ ପିଛା ମୂଲ୍ୟ ୨୦୧୪ ମସିହା ଅର୍ଥାତ୍‍ ବିଜେପି ସରକାର ଆସିବା ପୂର୍ବରୁ ୧୦୮
ଡଲାର ଥିବାବେଳେ ଏବେ ତାହା ୫୦ ଡଲାରକୁ ଖସିଛି । କିନ୍ତୁ ଡିଜେଲ୍‍ ଓ ରନ୍ଧନ ଗ୍ୟାସ୍‍ ପ୍ରଭୃତି ପେଟ୍ରୋଲ ଜାତ ସାମଗ୍ରୀର ଦାମ ବଢ଼ି
ଆକାଶଛୁଆଁ ହୋଇଛି । ଏହି ଦରକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେବା ତ ଦୂର କଥା, କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଏହା କମିପାରିବ ନାହିଁ
ବୋଲି କହି ତୈଳ କମ୍ପାନୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯୁକ୍ତି ବାଢ଼ିଛନ୍ତି । କେନ୍ଦ୍ରୀୟ ଉପôାଦ ଶୁଳ୍କ ୨୦୧୪ ମସିହା ତୁଳନାରେ ପେଟ୍ରୋଲ ଓ ଡିଜେଲ୍‍ରେ
ଯଥାକ୍ରମେ ବର୍ତ୍ତମାନ ୧୨୫% ଓ ୫୦୦% ବଢ଼ାଯାଇଛି । ଏହାକୁ ଖାଉଟିଙ୍କ ସ୍ୱାର୍ଥ ରକ୍ଷାରେ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପଛଘୁଞ୍ଚା
ଦେଉଛନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସହାୟତା ପ୍ରକାଶ କରିଛନ୍ତି ।
ପ୍ରକାଶଥାଉକି, ଭାରତର ଅନ୍ୟ ରାଜ୍ୟ ଓ ବିଜେପି ଶାସିତ ରାଜ୍ୟ ତୁଳନାରେ ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଶାରେ ଭାଟ୍‍ ଦର କମ୍‍
ରଖିଛନ୍ତି । କିନ୍ତୁ ବିଜେପି ବିରୋଧୀ ଦଳରେ ଥିବାବେଳେ ଦରବୃଦ୍ଧି କମାଇବା ପାଇଁ ଆନେ୍ଦାଳନ କରୁଥିବା ବେଳେ ଏବେ କେନ୍ଦ୍ର ସରକାର
ଏହାକୁ କମାଇବା ପରିବର୍ତ୍ତେ ଅହେତୁକ ବୃଦ୍ଧି କରିବା ପାଇଁ ପଛଘୁଞ୍ଚା ଦେବା ବିଜେପିର ଦୋମୁହାଁ ନୀତି ନୁହେଁ କି ବୋଲି ଉପ-ସଭାପତି ଶ୍ରୀ
ମିଶ୍ର ଆକ୍ଷେପ କରିଛନ୍ତି ।
ଏହି ଅହେତୁକ ମୂଲ୍ୟ ବୃଦ୍ଧିରେ ରାଷ୍ଟ୍ରୀୟ ତୈଳ କମ୍ପାନୀଗୁଡିକ ୧୬୦% ଲାଭବାନ ହେଉଥିବା ବେଳେ ତୈଳ ଡିଲରମାନଙ୍କ କମିଶନ
ବଢେ଼ଇ ଦିଆଯାଇଛି । କିନ୍ତୁ ଖୁଚୁରା ଖାଉଟି ମୂଲ୍ୟ କମାଇବା ପାଇଁ ବିଜେପିର ନିଷ୍ପତ୍ତି ନାହିଁ ବୋଲି କହିବାକୁ ବିଜେଡି ପକ୍ଷରୁ ତୀବ୍ର ନିନ୍ଦା
କରାଯାଇଛି । ଶ୍ରୀ ମିଶ୍ର କହିଥିଲେ ଯେ ତୈ୍ରମାସିକ ଖାଉଟି ମୁଦ୍ରାସ୍ପୀତି ହାର, ଖାଦ୍ୟ ମୁଦ୍ରାସ୍ପୀତି ହାର ସମେତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର
ମାତ୍ରାଧିକ ମୂଲ୍ୟ ବୃଦ୍ଧି ହେଉଥିବା ବେଳେ ଡିଜେଲ୍‍, ପେଟ୍ରୋଲ ଓ ରନ୍ଧନ ଗ୍ୟାସ୍‍ର ମୂଲ୍ୟ ବର୍ତ୍ତମାନର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଉପହାସ ।
ବିଜେପି କେବଳ କ୍ଷମତା ଦଖଲ ପାଇଁ ରାଜନୈତିକ ଷଡ଼ଯନ୍ତ୍ର କରି କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇବା ଭଳି କାମରେ ମାହିର ବୋଲି ଡ.
ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକ ଅଭିଯୋଗ କରିଥିଲେ ଏବଂ ଜନସାଧାରଣ ଏହାର ଜବାବ ଦେବେ ବୋଲି ଉଲ୍ଲେଖ କରିଥିଲେ ।
ଗ୍ୟାସ ଦରବୃଦ୍ଧି ଫଳରେ ଜଣେ ଗୃହିଣୀ ପକ୍ଷରେ ସିଲିଣ୍ଡର ଭରିବାକୁ ସେ ସମର୍ଥ ହେଉନାହିଁ । ଡିଜେଲ୍‍ର ଦରବୃଦ୍ଧି ଫଳରେ ନିତ୍ୟ ବ୍ୟବହାର୍ଯ୍ୟ
ପଦାର୍ଥର ଦର ବୃଦ୍ଧି ଘଟୁଛି, ଫଳରେ ଗୃହିଣୀଟିଏ ଠିକ୍‍ରେ ରୋଷେଇ କରିପାରୁନଥିବା ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତୀ ପ୍ରମିଳ ମଲିକ
କ୍ଷୋଭ ପ୍ରକାଶ କରି କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ।

Share in top social networks!