ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ “ସେବା ଦିବସ” ରୂପେ ପାଳନ କରିବ ବିଜେପି

ଆଗାମୀ ସେପ୍ଟେ୍ମ୍ବର ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ସାରା ଦେଶରେ ବିଜେପି ପକ୍ଷରୁ ସେବା ଦିବସ ରୂପେ ପାଳନ କରାଯିବ । ରାଜ୍ୟର ସମସ୍ତ ଡାକ୍ତରଖାନା, ମନ୍ଦିର ଓ ମହାପୁରୁଷଙ୍କ ପ୍ରତିମୂର୍ତି, ବସଷ୍ଟାଣ୍ଡ, ସ୍କୁଲ ଓ କଲେଜ, ପୋଖରୀ ଏବଂ ନଦୀ ତଟରେ, ବସ୍ତି ଓ ଗାଁ ମାନଙ୍କରେ ଗରିବ ବସ୍ତି ଅଂଚଳରେ ସ୍ୱଚ୍ଛତା ଅଭିଯାନ କରାଯିବା ସହ ସେହି ସ୍ଥାନମାନଙ୍କରେ ବୃକ୍ଷରୋପଣ କରାଯିବ । ଏପରିକି ବସ୍ତି ଅଂଚଳ ମାନଙ୍କରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଗରିବ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ବୈଚାରିକ ସିଦ୍ଧାନ୍ତ ସମଭାବାପନ୍ନ ଗୋÂୀ ତଥା ବିଭିନ୍ନ ଏନ.ଜି.ଓ ଓ ସେଚ୍ଛାସେବୀ ସଂଗଠନ ଯଥା ରୋଟାରୀ ଲାୟନ୍ସ କ୍ଲବ୍ ପ୍ରଭୃତିଙ୍କର ମଧ୍ୟରେ ସାହାଯ୍ୟ ନିଆଯିବ ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲୀପ ମହାନ୍ତି ସୁଚନା ଦେଇଛନ୍ତି ।
ଯୁବମୋର୍ଚ୍ଚା ତରଫରୁ ସ୍ୱତନ୍ତ୍ରଭାବେ ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଶୁଭେଚ୍ଛା ବାର୍ତା ଏବଂ ହସ୍ତାକ୍ଷର ସଂଗ୍ରହ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ମଣ୍ଡଳ ସଭାପତି, କାର୍ଯ୍ୟକର୍ତା, ଯୁବମୋର୍ଚ୍ଚାର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି, ଓ ଜିଲ୍ଲା ଓ ମଣ୍ଡଳର ସମସ୍ତ ପଦାଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପାର୍ଟୀ ତରଫରୁ ସୂଚନା ଦିଆଯାଇଛି । ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରି ବିଜେପିର ଏହି ସେବା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ମୁଖପାତ୍ର ଦିଲ୍ଲୀପ୍ ମହାନ୍ତି ଅନୁରୋଧ କରିଛନ୍ତି ।

Share in top social networks!