ରାଜ୍ୟର ବିକାଶରେ ପେଟ୍ରୋଲିୟମଜାତ ଦ୍ରବ୍ୟରୁ ଆସୁଥିବା ଟିକସର ପ୍ରମୁଖ ଭୁମିକା ରହିଛି: ବିଜେପି

ଶାସକ ବିଜୁ ଜନତା ଦଳର ଭାରତୀୟ ଜନତା ପାର୍ଟି ଏବଂ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ଅସହିଷ୍ନୁତା ଭାବର ପ୍ରଦର୍ଶନ ସ୍ପଷ୍ଟ ଭାବେ ପ୍ରକୋଟିତ ହେଉଛି । ବିଶେଷ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପା୍ରକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଅସହିଷ୍ନୁ ମନୋଭାବ ପ୍ରଦର୍ଶନ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାର ଅପପ୍ରୟାସ ବିଜେଡି କରୁଛି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବାର୍ଷିକ ୧ ଲକ୍ଷ ୬ ହଜାର କୋଟି ଟଙ୍କା ବଜେଟରେ ପେଟ୍ରୋଲ ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗୁଁ ଆଦାୟ ହେଉଥିବା ଟିକସର ପ୍ରମୁଖ ଭୁମିକା ରହିଛି । ରାଜ୍ୟ ସରକାର ନିଜେ ପେଟା୍ରାଲ ଜାତ ଦ୍ରବ୍ୟରୁ ସିଧାସଳଖ ମୋଟା ପରିମାଣର ଟିକସ ପାଉଛନ୍ତି । ଅନ୍ୟ ପଟେ କେନ୍ଦ୍ରରୁ ରାଜ୍ୟମାନଙ୍କୁ ସିଧାସଳଖ ଆସୁଥିବା ୪୨ ପ୍ରତିଶତ କେନ୍ଦ୍ରୀୟ ଅନୁଦାନରେ ଏହି ପେଟ୍ରୋଲ ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗୁଁ ଆଦାୟ ହେଉଥିବା ଟିକସର ପ୍ରମୁଖ ଭୁମିକା ରହିଛି । କେନ୍ଦ୍ରର ଏହି ଅନୁଦାନ ଅର୍ଥରେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସଡକ, ବିଜୁଳି ଭିତିଭୂମିର ବିକାଶରେ ବ୍ୟବହାର କରୁଛନ୍ତି । ସେହିପରି ସିଧାସଳଖ କେନ୍ଦ୍ରୀୟ ସହାୟତା ଏବଂ ସହେଯାଗରେ ରାଜ୍ୟମାନଙ୍କରେ ନିର୍ମିତ ରାଜପଥ, ରେଳପଥ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥରେ ମଧ୍ୟ ପେଟ୍ରୋଲ ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗୁଁ ଆଦାୟ ହେଉଥିବା ଟିକସର ଭୁମିକା ଗୁରୁତ୍ୱପୂର୍ଣ୍ଣ । ଏ ସମସ୍ତ ବାସ୍ତବ ତଥ୍ୟକୁ ଜାଣିବା ସତ୍ୱେ ଶାସକ ବିଜେଡି ଏଭଳି ଅପପ୍ରଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦୀନୀୟ ।
ଦରକୁ ନେଇ ହୀନ ରାଜନୀତି କରୁଥିବା ଶାସକ ବିଜେଡି ଏବଂ ରାଜ୍ୟ ସରକାର ପେଟ୍ରୋଲ ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟକୁ ଜିଏସଟି ପରିସରକୁ ଆଣି ଦର ହାସ କରିବାର ଆନ୍ତରିକତା ଦେଖାଇବାକୁ ବିଜେପି ଦାବୀ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!