ଧାମରା ବନ୍ଦର ତରଫରୁ ବିଦ୍ୟାଳୟରେ କ୍ରୀଡ଼ାସାମଗ୍ରୀ ବିତରଣ

Pic-1- Sports kit distributed to school by Adani Dhamraଗ୍ରାମୀଣ କ୍ରୀଡ଼ାର ବିକାଶ ପାଇଁ ଆଦାନୀ ଧାମରା ବନ୍ଦର ତରଫରୁ ଜାଗୁଳା ବିଦ୍ୟାଳରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ାରେ ଆଗ୍ରହ ନିମନ୍ତେ ଆଦାନୀ ଫାଉଣ୍ଡେସନ ତରଫରୁ କ୍ରିକେଟ ଏବଂ ଭଲିବଲ୍ କିଟ୍ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜାଗୁଳା ପଂଚାୟତର ସରପଂଚ ଶ୍ରୀ ସୁରେଶ ମାହୁନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡ଼ା କ୍ଷେତ୍ରରେ ଧାମରା ବନ୍ଦରର ଏଭଳି ପ୍ରୟାସକୁ ସେ ପ୍ରଂଶସା କରିବା ସହ ପ୍ରତ୍ୟେକ ବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା ଭଲିବଲ ଏବଂ କ୍ରିକେଟ ଟୁର୍ଣ୍ଣାମେଂଟରେ ଉପସ୍ଥିିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟରେ କ୍ରୀଡ଼ାସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ୮ଟି ପଂଚାୟତରେ କରାଯିବ । ବୌଦ୍ଧିକ ବିକାଶ ସାଙ୍ଗକୁ ଶାରିରୀକ ବିକାଶ ଛାତ୍ର ଜୀବନର ଏକ ଅଭିନ୍ନ ଅଙ୍ଗ । ଏହାକୁ ଲକ୍ଷ୍ୟରେ ରଖି ଆଦାନୀ ଫାଉଣ୍ଡେସନ ବନ୍ଦର ପାଶ୍ୱର୍ବର୍ତୀ ଅଂଚଳଗୁଡ଼ିକରେ ଥିବା ବିଦ୍ୟାଳୟଗୁଡ଼ିକରେ ଗ୍ରାମୀଣ କ୍ରୀଡ଼ାର ବିକାଶ ପାଇଁ ଏହି ପ୍ରୟାସ ଆରମ୍ଭ କରିଛି । ଛାତ୍ରଛାତ୍ରୀମାନେ ଗ୍ରାମୀଣ କ୍ରୀଡ଼ାରେ ଉତୀର୍ଣ୍ଣ ହୋଇ ବିଭିନ୍ନ ଜିଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ସୂଚନାଯୋଗ୍ୟ, ଆଦାନୀ ଫାଉଣ୍ଡେସନ ଚଳିତବର୍ଷ ୨୦୧୬-୧୭ରେ ଗ୍ରାମୀଣ ଭିତିଭୂମି ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବପିଢୀଙ୍କ ଖେଳକୁଦ ସକାଶେ ଚାନ୍ଦବାଲିଠାରେ ଥିବା ଷ୍ଟାଡିୟମର ନିର୍ମାଣ ଦିଗରେ ସହଯୋଗର ହାତ ବଢାଇଛି । ଏହା ଚାନ୍ଦବାଲିରେ ଏକ ଉନ୍ନତମାନର ଷ୍ଟାଡିୟମ ହୋଇପାରିବ ବୋଲି କୁହାଯାଉଛି । ଏହା ସମ୍ପୂର୍ଣ୍ଣ ହେଲା ପରେ ଏଠାରେ ଜିଲାସ୍ତରୀୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇ ପାରିବ ବୋଲି କ୍ରୀଡ଼ାବିତ୍ମାନେ ଆଶା ପ୍ରକାଶ କରିଛନ୍ତି । ଧାମରା ବନ୍ଦର ତରଫରୁ ଜାତୀୟ କ୍ରୀଡ଼ା ଦିବସରେ କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ ଅବଦାନ ଏବଂ ରାଜ୍ୟ, ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ଖେଳିଥିବା କ୍ରୀଡ଼ାବିତ୍ମାନଙ୍କୁ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଆସୁଛି । ଧାମରା ବନ୍ଦରର ଏହି ଉନ୍ନତିମୂଳକ କାର୍ଯ୍ୟ ପାଇଁ ଶିକ୍ଷକ ଓ ବୁଦ୍ଧିଜୀବୀ ମହଲରେ ପ୍ରଂଶସା କରାଯାଇଛି ।

Share in top social networks!