ଜିଏସଟି କାଉନ୍ସିଲ ମନ୍ତ୍ରୀସ୍ତରୀୟ କମିଟିରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା

ଦେଶରେ ଦ୍ରବ୍ୟ ଓ ସେବାକର କାର୍ଯ୍ୟକାରୀ କରୁଥ#ବା ପ୍ରମୁଖ ସଂସ୍ଥା ଦ୍ରବ୍ୟ ଓ ସେବାକର କାଉନ୍ସିଲ (ଜିଏସଟି କାଉନ୍ସିଲ)ର ମନ୍ତ୍ରୀସ୍ତରୀୟ କମିଟିରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରାଙ୍କୁ ସ୍ଥାନିତ କରାଯାଇଛି । ଏହି ମର୍ମରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟରୁ ପତ୍ର ଲେଖି ଜଣାଇ ଦିଆଯାଇଛି ।

ମନ୍ତ୍ରୀ ଶ୍ରୀ ବେହେରା ଜିଏସଟି କାଉନ୍ସିଲ ମନ୍ତ୍ରୀସଭାର ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିବେ ବୋଲି କାଉନ୍ସିଲ ପକ୍ଷରୁ କୁହାଯାଇଛି । ଜିଏସଟି କାର୍ଯ୍ୟାନ୍ୱୟନରେ ଆଇଟି ବାବଦ ଆହ୍ୱାନଗୁଡ଼ିକର ତଦାରଖ ଏବଂ ସମାଧାନ ନିମନ୍ତେ ଏହି ମନ୍ତ୍ରୀଗୋଷ୍ଠୀ କାର୍ଯ୍ୟ କରିବେ । ଏହି କମିଟିରେ ବିହାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସୁଶୀଲ କୁମାର
ମୋଦି ଆବାହକ ଭାବେ କାର୍ଯ୍ୟ କରିବେ । ଛତିଶଗଡ଼ର ବାଣିଜ୍ୟକର ମନ୍ତ୍ରୀ ଅମର ଅଗ୍ରଓ୍ୱାଲ, କର୍ଣ୍ଣାଟକର କୃଷିମନ୍ତ୍ରୀ ଶ୍ରୀ କିଷ୍ଣ ବୈରାଗୌଡ଼ା ଓ ତେଲେଙ୍ଗାନାର ଅର୍ଥମନ୍ତ୍ରୀ ଶ୍ରୀ ଏତେଲା ରାଜେନ୍ଦର୍ଙ୍କୁ କମିଟିରେ ସଭ୍ୟ ରଖାଯାଇଛି । ଏହି ମନ୍ତ୍ରୀସ୍ତରୀୟ କମିଟିକୁ ସହାୟତା ଦେବା ନିମନ୍ତେ ଦ୍ରବ୍ୟ ଓ ସେବାକର ନେଟ୍ଓ୍ୱର୍କର ଅଧ୍ୟକ୍ଷ ଶ୍ରୀ ଏ.ବି.ପାଣ୍ଡେ ଓ
ସି.ଇ.ଓ. ପ୍ରକାଶ କୁମାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Share in top social networks!