କର୍ପୋରେଟ୍ ମିଡିଆ ଗଣତନ୍ତ୍ର ପାଇଁ ଏକ ବିପଦ!

Corporate media 2

ଆଜିର ପରିବର୍ତିତ ସମୟରେ ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧ ବହୁମାତ୍ରାରେ ପ୍ରଭାବିତ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମରେ ଘରୋଇ କମ୍ପାନୀ ମାନଙ୍କର ପୁଞ୍ଜିନିବେଶ । ଫଳରେ ସାମ୍ବାଦିକ ମାନେ ସ୍ୱାଧୀନ ମତବ୍ୟକ୍ତ କରିବାରେ ବିଫଳ ହେବା ସହ ବୃହତର ସ୍ୱାର୍ଥ ପରିବର୍ତେ ବ୍ୟକ୍ତିଗତ ଓ ମାଲିକର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବ୍ୟକ୍ତାମାନେ ଏକ ଆଲୋଚନା ଚକ୍ରରେ କ୍ଷୋଭ ପ୍ରକାଶ କରିଥିଲେ ।
ସ୍ଥାନୀୟ ଇନିଷ୍ଟିଚୁ୍ୟଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଆନୁକୂଲ୍ୟରେ ଆୟୋଜିତ “କର୍ପୋରେଟ୍ ଗଣମାଧ୍ୟମ: ଗଣତନ୍ତ୍ର ପାଇଁ ଏକ ବିପଦ” ଆଲୋଚନା ଚକ୍ରରେ ଯୋଗଦେଇ ଦୈନିକ ଇଂରାଜୀ ଖବର କାଗଜ ବିଜିନେସ୍ ଷ୍ଟାଣ୍ଡାର୍ଡର ଆଂଚଳିକ ସଂପାଦକ ଦୀଲିପ ଶତପଥୀ ବୋର୍ଡ ରୁମ୍ ଓ ନୁ୍ୟଜ୍ ରୁମ୍ ମଧ୍ୟରେ ଏକ ସଠିକ ଦୂରତା ବଜାୟ ରହିବା ଉଚିତ ବୋଲି କହିଥିଲେ । ଯଦିଓ କମ୍ପାନୀଦ୍ୱାରା ପରିଚାଳିତ ହେଉଥିବା ଗଣମାଧ୍ୟମ ସଂସ୍ଥାମାନେ ବ୍ୟବସାୟିକ ଦିଗପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି, ଠିକ୍ ସେହି ସମୟରେ ସେମାନେ ମଧ୍ୟ ଲୋକମାନଙ୍କର ସମସ୍ୟା ଓ ସମାଜରେ ଘଟୁଥିବା ଦୁର୍ନୀତିକୁ ସାମ୍ନାକୁ ଆଣିବା ପାଇଁ ସେତିକି ଗୁରୁତ୍ୱଦେବା ଉଚିତ । କର୍ପୋରେଟ୍ ଗଣମାଧ୍ୟମ ଭରତୀୟ ଗଣତନ୍ତ୍ର ପାଇଁ ଏକ ବିପଦ ନହୋଇ ଏକ ସହଯୋଗୀ ହେଲେ, ଏ କ୍ଷେତ୍ରରେ ଅନେକ ପରିବର୍ତନ ଆସିବା ସମ୍ଭବ ସାପେକ୍ଷ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟତମ ଅତିଥି ବରିÂ ସମ୍ବାଦିକ ସନ୍ଦିପ୍ ସାହୁ, ୧୯୯୧ ଅର୍ଥନୈତିକ ଉଦାରୀକରଣ ପରେ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ଗଣମାଧ୍ୟମ ଗଣତନ୍ତ୍ରପାଇଁ ଏକ ସମସ୍ୟା ସୃଷ୍ଟି କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ବର୍ତମାନ ଗଣମାଧ୍ୟମରେ ସମ୍ପାଦକୀୟ ନୀତିଠାରୁ ମାର୍କେଟିଂ ନୀତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଫଳରେ ସମ୍ବାଦିକତା ବୃତିରେ ନୈତିକତାର ଅଭାବ ପରିିଲିଖିତ ହେଉଛି । ସାମାଜିକ ଗଣମାଧ୍ୟମ ହିଁ ଏହାର ଏକ ବିକଳ୍ପ ବୋଲି ସେ କହିଥିଲେ ।
ଦୈନିକ ଖବରକାଗଜ ସମୟର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମହାନ୍ତି ଗଣମାଧ୍ୟମରେ ଘରୋଇ ପୁଞ୍ଜିନିବେଶ ସାମ୍ବାଦିକତା ବୃତିରେ ଏକ ବଡ ସମସ୍ୟା ସୃଷ୍ଟି କରିବା ସହ କମ୍ପାନୀର ବ୍ୟବସାୟୀକ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛି ବୋଲି ସେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଟିଭିର ଉପ-ମୁଖ୍ୟ ସମ୍ପାଦକ ଦୁର୍ଗାମାଧବ ମିଶ୍ର ଓ ଅନୁÂାନର ନିଦେ୍ର୍ଧଶକ ପ୍ରଫେସର ଉପେନ୍ଦ୍ର ପାଢୀ ଏହି ଆଲୋଚନାଚକ୍ରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନୁÂାନର ପତ୍ରିକା “ଦ ମାସ କମ୍ ଡଟ୍” ର ଶୁଭ ଉନ୍ମୋଚନ ହୋଇଥିଲା ଏବଂ ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ।

Share in top social networks!