ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମନ୍ତ୍ରୀଙ୍କ ଆହ୍ୱାନ

WhatsApp Image 2017-09-15 at 16.42.41
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟର ପର୍ଯ୍ୟଟନ ଓ ଆତିଥ#୍ୟ କ୍ଷେତ୍ରରେ ପୁଞ୍ଜିନିବେଶକମାନେ
ପ୍ରବେଶ କରିବା ସହିତ ରାଜ୍ୟରେ ପର୍ଯ୍ୟଟନ ବିକାଶରେ ସହାୟକ ହେବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ବାଙ୍ଗାଲୋରଠାରେ
ଅନୁଷ୍ଠିତ ଭାରତୀୟ ହୋଟେଲ ଓ ରେସ୍ତୋରାଁ ମହାସଂଘର ୫୨ତମ ବାର୍ଷିକ ଅଧ#ବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ
ପଣ୍ଡା ଏହି ମର୍ମରେ ଓଡ଼ିଶା ସେମାନଙ୍କ ନିମନ୍ତେ ଅତ୍ୟନ୍ତ ଅନୁକୂଳ ହେବ ବୋଲି ଦର୍ଶାଇଛନ୍ତି ।
ଅଧ#ବେଶନର ଉଦ୍ଘାଟନ ପର୍ବରେ ଅତିଥ# ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ପର୍ଯ୍ୟଟନ ଶିଳ୍ପ
ବିଶ୍ୱର ଅନ୍ୟତମ ରୋଜଗାରକ୍ଷମ କ୍ଷେତ୍ର ଓ ଭାରତର ସ୍ଥାନ ଏଥ#ପାଇଁ ସାରା ପୃଥ#ବୀରେ ବେଶ୍ ଆକର୍ଷଣୀୟ ।
ଦେଶରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ପର୍ଯ୍ୟଟନର ସ୍ଥାନ ଦ୍ୱିତୀୟ । ଶ୍ରୀ ପଣ୍ଡା ଓଡ଼ିଶା ସରକାରଙ୍କ ପ୍ରଣୀତ ଅନୁକୂଳ
ପର୍ଯ୍ୟଟନ ନୀତି-୨୦୧୬, ପୁଞ୍ଜିନିବେଶ ନିମନ୍ତେ ସୁବିଧା ପାଇଁ ସିଙ୍ଗିଲ୍ ଓ୍ୱିଣ୍ଡୋ ବ୍ୟବସ୍ଥା, ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର
ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ପ୍ରକାଶ କରିବା ସହିତ ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନ, ଜନଜାତି
ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ, ବେଳାଭୂମି ପର୍ଯ୍ୟଟନରେ ବ୍ୟାପକ ସୁବିଧା ରହିଥ#ବାର ଉଲ୍ଲେଖ କରିଥ#ଲେ ।
ରାଜ୍ୟରେ ପର୍ଯ୍ୟଟକ ଆଗମନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପୁରୀ ନିକଟରେ ଶାମୁକା ପ୍ରକଳ୍ପ ପରି ବିଶାଳ ପର୍ଯ୍ୟଟନ ସୁବିଧା
ଉପଲବ୍ଧି ନିମନ୍ତେ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଥ#ବା ଦୃଷ୍ଟିରୁ ହୋଟେଲ, ଆତିଥ#୍ୟ ଏବଂ ପରିଚର୍ଯ୍ୟା କ୍ଷେତ୍ରରେ
ଅଧ#କ ପରିମାଣର ପୁଞ୍ଜିନିବେଶକ ଓଡ଼ିଶା ପାଇଁ ଆଗ୍ରହ ପ୍ରକାଶ କରିବା ଉପରେ ଗୁରୁତ୍ୱ ଦେଇଥ#ଲେ ।
ମହାସଂଘର ୫୨ତମ ଅଧ#ବେଶନରେ ମନ୍ତ୍ରୀ ଶ୍ରୀ ପଣ୍ଡା ଯୋଗଦେଇଥ#ବା ବେଳେ ଏକ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ
ମାଧ୍ୟମରେ ସମସ୍ତଙ୍କୁ ଓଡ଼ିଶା ପର୍ଯ୍ୟଟନ ବାବଦରେ ଅବଗତ କରାଯାଇଥ#ଲା । ସୁବ୍ରତ ପଣ୍ଡା ଓ ଡ଼.ସୁନୀଲ ପଟ୍ଟନାୟକ
ରାଜ୍ୟ ପର୍ଯ୍ୟଟନ ଦଳରେ ସାମିଲ ହୋଇଥ#ଲେ ।
ଏହି ଅଧ#ବେଶନରେ ଶ୍ରୀ ଶ୍ରୀ ରବିଶଙ୍କର, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର, କର୍ଣ୍ଣାଟକ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେଶପାଣ୍ଡେଙ୍କ
ସମେତ ମହାସଂଘର କର୍ମକର୍ତ୍ତା ତଥା ବିଶିଷ୍ଟ ହୋଟେଲ ଶିଳ୍ପପତିମାନେ ଉପସ୍ଥିତ ଥ#ଲେ ।

Share in top social networks!