ଆପୋଲୋ ହସ୍ପିଟାଲରେ ରାଜ୍ୟପାଳଙ୍କ ଦ୍ୱାରା ଷ୍ଟେ୍ରାକ୍ କେୟାର ୟୁନିଟ୍ ଉଦ୍ଘାଟିତ ।

govapplo

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଏକ ଷ୍ଟେ୍ରାକ୍ କେୟାର ୟୁନିଟ୍କୁ ରାଜ୍ୟପାଳ ଡ଼. ଏସ୍.ସି.ଜମିର୍ ଉଦ୍ଘାଟନ କରିଛନ୍ତି ।
ଆଜି ଆପୋଲୋ ହସ୍ପିଟାଲରେ ଆୟୋଜିତ ଉଦ୍ଘାଟନୀ ଉସôବରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ, ଆଗାମୀ ଦିନରେ ଲୋକମାନଙ୍କର ସ୍ୱାସ୍ଥ୍ୟ ସଂପର୍କିତ ଆବଶ୍ୟକତା ବୃଦ୍ଧି ପାଇବ । ଏହାର ପରିପୂରଣ ନିମନ୍ତେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଣ ପାଇଁ ନିରନ୍ତର ଉଦ୍ୟମ ହେବା ଦରକାର । ଲୋକମାନେ ଯେଭଳି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସହଜରେ ପାଇପାରିବେ ସେଥିନିମନ୍ତେ ବିଶେଷ ବ୍ୟବସ୍ଥା ଆବଶ୍ୟକ ।
ରାଜ୍ୟପାଳ ଡ଼.ଜମିର୍ ଆପୋଲୋ ହସ୍ପିଟାଲର ଏଭଳି ଉଦ୍ୟମର ପ୍ରଶଂସା କରି ଏହା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି । ଏହି ୟୁନିଟ୍ ମାଧ୍ୟମରେ ରୋଗୀମାନେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ସୁବିଧା ପାଇପାରିବେ ଓ ହସ୍ପିଟାଲର ସ୍ୱାସ୍ଥ୍ୟସେବା ପ୍ରଦାନରେ ଏହା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବୋଲି ରାଜ୍ୟପାଳ କହିଛନ୍ତି ।
ଆପୋଲୋ ହସ୍ପିଟାଲର ଆଞ୍ଚଳିକ ମୁଖ୍ୟନିର୍ବାହୀ ସୁଧିର ଏମ୍. ଦିଗିକର ଓ ନିୟୁରୋଲୋଜିର ଚିଫ୍ କନସଲଟାଣ୍ଟ ଡ଼. ବି.କେ. ମିଶ୍ର ପ୍ରମୂଖ ଏହି କେନ୍ଦ୍ରରେ ଉପଲବ୍ଧ ସୁବିଧା ସୁଯୋଗ ସଂପର୍କରେ ସୂଚନା ଦେଇଥିଲେ । ସାତ ଶଯ୍ୟା ବିଶିଷ୍ଟ ଏହି ଷ୍ଟେ୍ରାକ୍ କେୟାର ୟୁନିଟ୍ ଓଡ଼ିଶାରେ ପ୍ରଥମ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

Share in top social networks!