ଜନତା ମଇଦାନରେ ଏଥର ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ

Odisha Panchayatiraj Ministerଚଳିତ ବର୍ଷ ପଞ୍ଚାୟତିରାଜ ଦିବସ ପ୍ରତିବର୍ଷ ଭଳି ଆସନ୍ତା ମାର୍ଚ୍ଚ ମାସ ୫ ତାରିଖରେ ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି | ଏହିରେ ରାଜ୍ଯର ୧୩ ହଜାର ସରପଞ୍ଚ, ସମିତ ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ଏହି ଆୟୋଜନ ସକାଶେ ମଇଦାନକୁ ସମ୍ପୂର୍ଣ ଭାବେ ଆବରଣ କରାଯିବ ଏବଂ ଦାସ ହଜାର ଚୌକି ପକାଇବା ପାଇଁ ବ୍ୟବସ୍ଥା ରହିବ |

ପ୍ରତ୍ୟେକ ମହିଳା ଜନପ୍ରତିନିଧି ମାନେ ସୁରକ୍ଷିତ ଭାବେ ଯେପରି କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ସେଥିପାଇଁ ସେମାନେ ଏକୁଟିଆ ନ ଆସି ତାଙ୍କ ସାଥିରେ ଜଣକୁ ଆଣିବାକୁ ଅନୁରୋଧ କରାଯାଇଛି| ପଞ୍ଚାୟତିରାଜ ବିଭାଗ ତରଫରୁ ମଇଦାନରେ ବିଭିନ୍ନ ଷ୍ଟଲ ନିର୍ମାଣ କରାଯାଇ ପଞ୍ଚାୟତିରାଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଗତି ସମ୍ବନ୍ଧରେ ଜନପ୍ରତିନିଧି ଏବଂ ଜନସାଧାରଣଙ୍କୁ ଅବଗତ ପାଇଁ ପଦକ୍ଷେପ ନିଆଯିବ |

ପଞ୍ଚାୟତିରାଜ ଦିବସ ପାଳନ ସକାଶେ ଆବଶ୍ୟକୀୟ ଆନୁଷ୍ଠାନିକ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା | ଏହି ଦିବସ ସମ୍ବନ୍ଧରେ ଲୋକଙ୍କୁ ଅବଗତ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ହୋଡିଂ ଲାଗିବା ପାଇଁ ବ୍ୟବସ୍ଥା କରାଯାଇଛି | ପ୍ରତ୍ୟେକ ଜିଲ୍ଲାରୁ ଯେପରି ନିର୍ବାଚିତ ପ୍ରତିନିଧିମାନେ ସହଜରେ ଭୁବନେଶ୍ୱର ଆସି ପାରିବେ ସେଥିପାଇଁ ସମ୍ପୃକ୍ତ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକମାନେ ପଦକ୍ଷେପ ନେବେ ଏହି ସବୁ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ପାଇଁ ଏକ ସବ୍ କମିଟି ଗଠନ କରାଯିବ ଏବଂ ଏହି କମିଟି ଆଗୁଆ ଭାବେ ଏକ ବଜେଟ ତିଆରି କରି ବିଭାଗକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି |

ସଭାସ୍ଥଳରେ ପ୍ରାୟ କୋଡିଏ ହଜାର ଲୋକଙ୍କ ଖାଇବା ବ୍ୟବସ୍ଥା ସହ ମଧ୍ୟାନ୍ନ ଭୋଜନ ବିରତି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ | ତା’ଛଡା ଆସିଥିବା ସମସ୍ତ ପ୍ରତିନିଧିଙ୍କୁ ପଞ୍ଚାୟତିରାଜ କାର୍ଯ୍ୟକ୍ରମ ଉପରେ ଆଧାରିତ ଏକ ବୁକଲେଟ୍ ଏବଂ ଉତ୍କଳ ପ୍ରସଙ୍ଗର ସ୍ଵତନ୍ତ୍ର ସଂଖ୍ୟା ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରଦାନ କରାଯିବ | ଅପରାହ୍ନରେ ବୈଠକର ସମାପନୀ ମୂଲ୍ୟାଙ୍କନ କରାଯିବାକୁ କାର୍ଯ୍ୟକ୍ରମ ରଖାଯାଇଛି |

ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ସମେତ ଜାତୀୟ ଗ୍ରାମୀଣ ଜୀବିକା ମିଶନ ନିର୍ଦେଶକ ଶ୍ରୀ ଡି.ଭି.ସ୍ଵାମୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ସଚିବ, ଓରମାସର ନିର୍ବାହୀ ନିର୍ଦେଶକ, ସଂସ୍କୃତି ବିଭାଗର ଉପ-ନିର୍ଦେଶକ, ଦୂରଦର୍ଶନର ପ୍ରତିନିଧି ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ |

Share in top social networks!
Powered By Indic IME