ଭାରତ ଭୂମିକା ଏବଂ BRICS ଶୀର୍ଷକ ଉପରେ ରାଜନୀତି ବିଜ୍ଞାନ ବିଭାଗ ଅନୁକୁଲ୍ୟରେ ଆଲୋଚନାଚକ୍ର

Seminar photo
ବିକ୍ରମ ଦେବ ସ୍ଵୟଂଶାସିତ ମହାବିଦ୍ୟାଳୟ, ଜୟପୁର ପି.ଜି. ରାଜନୀତି ବିଜ୍ଞାନ ବିଭାଗ ତରଫରୁ “ଭାରତର ଭୂମିକା ଓ BRICS ସମ୍ବନ୍ଧରେ ତା ୧୪.୦୯.୨୦୧୭ ରିଖଦିନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନାଚକ୍ରରେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ. ରଚନା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରି BRICS ସଂଘଠନ ଓ ତାର ଭୂମିକା ଉପରେ ଆଲୋକପାତ କରିବା ସହ ମିଳିତ ଜାତିସଂଘର ଆଭିମୁଖ୍ୟ ଓ BRICS ସମ୍ମିଳନୀର ଉଦେଶ୍ୟ ଅତି ପ୍ରାଞ୍ଜଳ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ I ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ଶଙ୍କର ପ୍ରସାଦ ଦୁରିଆ BRICS ସଂଘଠନର ଉତ୍ପତି ଓ ତାର ତାତ୍ପର୍ଯ୍ୟ, BRICS ସମ୍ମିଳନୀ ଏବଂ ଆନ୍ତର୍ଜାତିକ ସ୍ତରରେ ଏହାର ଗୁରୁତ୍ଭାରୋପ କରିଥିବା ସହ BRICS ସଂଘଠନ ମାଧ୍ୟମରେ ଭାରତର ଅର୍ଥନୈତିକ ବିକାଶ କିପରି ହୋଇପାରିବ ତାହା ଛାତ୍ରଛାତ୍ରୀଙ୍କୁ ମନ୍ତବ୍ୟ ପ୍ରଦାନ କରିଥିଲେ I

ଶ୍ରୀ ଦୁରିଆ ବିଶେଷ ଭାବରେ ସାଂସ୍କୃତିକ, ବାଣିଜ୍ୟ, ସାମରିକ, ପ୍ରଯୁକ୍ତିବିଦ୍ୟା, ଶକ୍ତି ସଂରକ୍ଷଣ, ଆତଙ୍କବାଦର ମୁଳୋତ୍ପାଟନ, ଜଗତୀକରଣ, ସଂଖ୍ୟାଲଘୁ ସମ୍ପ୍ରଦାୟ ମାନଙ୍କର ସୁରକ୍ଷା ସହ ମାନବିକ ଅଧିକାର ଉପରେ ଯୁକ୍ତି ଉପସ୍ଥାପନ କରିଥିଲେ I ଅନ୍ୟତମ ଅଧ୍ୟାପକ ଶ୍ରୀ କାହ୍ନୁ ଚରଣ ବରଡ଼ ମୁଖ୍ୟତଃ ଭାରତ, ବ୍ରାଜିଲ, ଚୀନ, ଦକ୍ଷିଣ ଆଫ୍ରିକା ଭଳି ଅଳ୍ପ ବିକଶିତ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ କ୍ଷେତ୍ରରେ ଉନ୍ନତି ହେବା ସହ କିପରି ଦାରିଦ୍ର୍ୟ ଦୂରୀକରଣ ଓ ଦେଶ ଦେଶ ମଧ୍ୟରେ କିପରି ପାରସ୍ପରିକ ସୁସମ୍ପର୍କ ବଜାୟ ରହିବ ସେ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଥିଲେ I ଅଧ୍ୟାପକ ଶ୍ରୀ ଉତ୍ତମ କୁମାର ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଚୀନ ଏବଂ ଭାରତର ବୈଦେଶିକ ସମ୍ପର୍କ ଉପରେ ଆଲୋକପାତ କରିବାସହ ମିଳିତ ଉଦ୍ୟମରେ ଦେଶର ବିକାଶ ନିତ୍ୟାନ୍ତ ହୋଇ ପାରିବ ବୋଲି କହିଥିଲେ I

ସେହିପରି ଅଧ୍ୟାପିକା ଗାୟତ୍ରୀ ମହାପାତ୍ର ଭାରତର ଆଣବିକ ଶକ୍ତି ପ୍ରଦର୍ଶନ ଏବଂ ଭାରତ- ଚୀନ ମଧରେ ଡୋକାଲାମ ଅଂଚଳକୁ ନେଇ ଲାଗିରହିଥିବା ବିବାଦୀୟ ସମ୍ପର୍କର ସମାଧାନ ପାଇଁ BRICS ସମ୍ମିଳନୀ ଏକ ଗୁରୁତ୍ଵପୁର୍ଣ ଭୂମିକା ଗ୍ରହଣ କରିଛି ବୋଲି ମତାମତ ଦେଇଥିଲେ I ଏହି ଆଲୋଚନାଚକ୍ରରେ ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ତିନି ଏବଂ ପି.ଜି. ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜ ସନ୍ଦର୍ଭ ଉକ୍ତ ବିଷୟ ଉପରେ ଉପସ୍ଥାପନା କରିଥିଲେ I ତତ ସହ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଭାରତର ଭୂମିକା ଆନ୍ତର୍ଜାତିକ ସଂଗଠନ BRICS ବିଷୟରେ ଜ୍ଞାନ ଆହୋରଣ କରିଥିଲେ I ଶେଷରେ ପି.ଜି. ପ୍ରଥମ ବର୍ଷ ଛାତ୍ରୀ ରଶ୍ମି ରେଖା ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ I

Share in top social networks!