୩ ଦିନିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ

ରାଜ୍ୟରେ ପାର୍ଟିର ସାଂଗଠନିଳ କାର୍ଯ୍ୟକଳାପର ସମୀକ୍ଷା କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଆସନ୍ତା କାଲି ଓଡିଶା ଆସୁଛନ୍ତି । ଶ୍ରୀ ସିଂହ ଆସନ୍ତା କାଲି ସଂଧ୍ୟାରେ ଭୂବନେଶ୍ୱର ପହଂଚିବା ପରେ ସିଧାସଳଖ କେନ୍ଦୁଝର ଗସ୍ତ କରି ସେଠାରେ ରାତ୍ରଯାପନ କରିବେ । ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଶ୍ରୀ ସିଂହ କେନ୍ଦୁଝରଠାରେ ଅନୁÂିତ ହେବାକୁ ଥିବା ପାର୍ଟିର ବିଭିନ୍ନ ବୈଠକରେ ଯୋଗ ଦେଇ ପାର୍ଟିର ସ୍ଥିତି ଏବଂ କାର୍ଯ୍ୟକଳାପର ସମୀକ୍ଷା କରିବା ସହ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ ।
ଶ୍ରୀ ସିଂହ ୧୭ ତାରିଖ ସଂଧ୍ୟାରେ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME