ଟାଟା ମେମୋରିଆଲ କ୍ୟାନସର ଚିକିତ୍ସା କେନ୍ଦ୍ରର ଶାଖା ଭୁବନେଶ୍ୱରରେ ଖୋଲିବା ସମ୍ପର୍କିତ ପ୍ରସ୍ତାବ ଆବଶ୍ୟକୀୟ ବ୍ୟୟବରାଦ ପାଇଁ ଆଟମିକ ଏନର୍ଜି ବିଭାଗକୁ ବିଚାର କରିବାକୁ ନିର୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

21463330_1473114942772080_5419436421759442079_n
• ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ଏହି କ୍ୟାନସର ଚିକିତ୍ସା କେନ୍ଦ୍ର ପାଇଁ ବ୍ୟୟବରାଦ
କରିବାକୁ ପ୍ରସ୍ତାବ ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ
• ଭୁବନେଶ୍ୱରରେ ଏହି ଅଗ୍ରଣୀ କ୍ୟାନସର ଚିକିତ୍ସା କେନ୍ଦ୍ର ହେଲେ ଓଡିଶା ଓ ଆଖ ପାଖ ରାଜ୍ୟର ରୋଗୀ
ହେବେ ଉପକୃତ

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସର କ୍ୟାମ୍ପସରେ ଟାଟା ମେମୋରିଆଲ କ୍ୟାନସର ଚିକିତ୍ସା କେନ୍ଦ୍ରର ଏକ ଶାଖା ଖୋଲିବା ପାଇଁ ଦିଆ ଯାଇଥିବା ପ୍ରସ୍ତାବ ପରିପ୍ରେକ୍ଷୀରେ
ଏହି ପ୍ରସ୍ତାବକୁ ସହୃଦୟତାର ସହ ବିଚାର କରି ଆବଶ୍ୟକୀୟ ବ୍ୟୟବରାଦ କରିବାକୁ ଆଟମିକ ଏନର୍ଜି ବିଭାଗକୁ
ନିର୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ଏହି ଅନୁରୋଧ କରିବା ସହ ଏହି ଶାଖା ସ୍ଥାପନା ହେଲେ ଓଡିଶା
ସମେତ ଆଖପାଖର ରୋଗୀ ମାନଙ୍କୁ ଲାଭ ମିଳିବ ବୋଲି ଉଲ୍ଲେଖ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଆଟମିକ ଏନର୍ଜି ବିଭାଗରେ ଥିବା ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ଏହାର ପରିସରରେ ଟାଟା
ମେମୋରିଆଲ କ୍ୟାନସର ଇନଷ୍ଟିଚ୍ୟୁଟର ଏକ ଶାଖା ଖୋଲିବା ପାଇଁ ଆବଶ୍ୟକୀୟ ବ୍ୟୟବରାଦ କରିବା ପାଇଁ
ପ୍ରସ୍ତାବ ଦେଇଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ଓ ଏହାର ଆଖପାଖର ରାଜ୍ୟର କ୍ୟାନସର ରୋଗୀ
ମାନେ ବହୁଳ ସଂଖ୍ୟାରେ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ସେଂଟରକୁ ଚିକିତ୍ସା ପାଇ ଯାଇଥାନ୍ତି । ସେଠାରେ
ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ଓ ମୁମ୍ବାଇ ଅତ୍ୟନ୍ତ ବ୍ୟୟବହୁଳ ସହର ହୋଇଥିବାରୁ ସେମାନଙ୍କୁ
ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଅନେକ ରୋଗୀ ଚିକିତ୍ସା ଅଧାରୁ ଛାଡି ଆସିବାକୁ ବାଧ୍ୟ
ହୋଇଥାନ୍ତି । ଟାଟା ମୋମେରିଆଲ ସେଂଟରର ଏହି ପ୍ରସ୍ତାବିତ ଶାଖା ସ୍ଥାପନା ହେଲେ ଓଡିଶା ଓ ଏହାର ପଡୋଶୀ
ରାଜ୍ୟର କ୍ୟାନସର ରୋଗୀ ମାନେ ଏଠାରେ ଚିକିତ୍ସା କରାଇ ପାରିବେ ବୋଲି ସେ ତାଙ୍କ ପତ୍ରରେ ଉଲ୍ଲେଖ
କରିଛନ୍ତି ।
ପ୍ରସ୍ତାବିତ ଶାଖା ସ୍ଥାପନା ହେବା ଦ୍ୱାରା ରାଜ୍ୟର କ୍ୟାନସର ରୋଗୀ ମାନେ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା
ପାଇବା ସହ ଏହି କ୍ଷେତ୍ରରେ ଓ ବାୟୋଲଜିକାଲ ସିଷ୍ଟମ ବିଷୟରେ ଅଧିକ ଅନୁସନ୍ଧାନ ହୋଇ ପାରିବ । ଚଣ୍ଡୀଗଢ
ଓ ବାରାଣସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଯୋଜନା କରା ଯାଇଥିବା ହବ ଭଳି ଏହା ମଧ୍ୟ ହେବ ।
ତେଣୁ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସର କ୍ୟାମ୍ପସରେ ଟାମା ମେମୋରିଆଲ ସେଂଟରର ଶାଖା ସ୍ଥାପନା କରିବାକୁ
ଆବଶ୍ୟକୀୟ ବ୍ୟୟବରାଦ କରିବା ସମ୍ପର୍କିତ ପ୍ରସ୍ତାବକୁ ସହୃଦୟତାର ସହ ବିଚାର କରିବା ପାଇଁ ଆଟମିକ ଏନର୍ଜି
ବିଭାଗକୁ ନିର୍ଦେଶ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!