ବିଜେପି-ବିଜେଡ଼ି ଖୋଲା ବିତର୍କ ପ୍ରସଙ୍ଗରେ ଓଡ଼ିଆ ଭାଷା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡ଼ରି ଗଳା ବାଟ ଖୋଜି ବିତର୍କରୁ ଖସି ଯିବାକୁ ପ୍ରୟାସ କରୁଛି ବିଜେଡ଼ି : ବିଜେପି

 ଓଡ଼ିଆରେ ବିତର୍କ ସର୍ତ ଶୁଣି ପ୍ରଧାନମନ୍ତ୍ରୀଙ୍କ ନାଁ କୁ ଭୟରେ ଉଠାଉଛି ବିଜେଡ଼ି
 ବିତର୍କ ସହ ସାଢେ ୪କୋଟି ଓଡ଼ିଆ ଲୋକଙ୍କର ସ୍ୱାର୍ଥ ଓ ସ୍ୱାଭିମାନ ଜଡ଼ିତ
 ଓଡ଼ିଆ ଭାଷାରେ ବିତର୍କ ଶୁଣିବା ଓଡ଼ିଆ ଲୋକମାନଙ୍କର ଅଧିକାର
 ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଓ କେନ୍ଦ୍ରସରକାରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । ତେଣୁ ପ୍ରୋଟକଲ୍ର ବିବାଦ ନାହିଁ
 ବିତର୍କ ପାଇଁ ଅତି ଶୀଘ୍ର ତାରିଖ, ସମୟ ଓ ସ୍ଥାନ ଘୋଷଣା କରିବାକୁ ଶାସକ ବିଜୁ ଜନତା ଦଳକୁ ଶ୍ରୀ ହରିଚନ୍ଦନଙ୍କ ଆହ୍ୱାନ

PIX_10-09-2017

ଖୋଲା ବିତର୍କ ମାମଲାରେ ବିଜୁ ଜନତା ଦଳ ଓଡ଼ିଆ ଭାଷା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡ଼ରି ଗଳା ବାଟ ଖୋଜି ବିତର୍କରୁ ଖସି ଯିବାକୁ ପ୍ରୟାସ କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି । ଓଡ଼ିଆ ଭାଷା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ି ଡରୁଛି କି ବୋଲି ଉତର ରଖିବା ପାଇଁ ବିଜେପି ତରଫରୁ ବିଜେଡ଼ିକୁ ଆହ୍ୱାନ ଦିଆଯାଇଛି ।
ଶ୍ରୀ ହରିଚନ୍ଦନ କହିଛନ୍ତି କିଛି ମାସ ତଳେ ତକ୍ରାଳୀନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ନବୀନ ପଟ୍ଟନାୟକ ଭାଷଣ ଦେବା ବେଳେ ପଛ ଆଡ଼ୁ କାଗଜ ବଢାଉଥିଲେ । ଏପରି ଘଟଣା ଓଡ଼ିଶାକୁ ଅପମାନିତ କରିଥିଲା ।
ବିତର୍କ ସହ ସାଢେ ୪କୋଟି ଓଡ଼ିଆ ଲୋକଙ୍କର ସ୍ୱାର୍ଥ ଓ ସ୍ୱାଭିମାନ ଜଡ଼ିତ । ବିତର୍କ ଓଡ଼ିଶାର ବିକାଶ ସମ୍ପର୍କିତ ବିଷୟକୁ ନେଇ ହେବ । ସାଢେ ୪କୋଟି ଓଡ଼ିଆ ଏହି ବିତର୍କକୁ ଶୁଣିବେ ଓ ସେମାନଙ୍କର ମତ ବନେଇବେ । ଓଡ଼ିଆ ଭାଷାରେ ବିତର୍କ ଶୁଣିବା ଓଡ଼ିଆ ଲୋକମାନଙ୍କର ଅଧିକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଯେହେତୁ ବିତର୍କ ଓଡ଼ିଆରେ ହେବା ପ୍ରଥମ ସର୍ତ ତେଣୁ ସେ ବିତର୍କରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ବିଜେଡ଼ି ଆଳ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ନବୀନ ହେଉଛନ୍ତି ବିଜେଡ଼ିର ସଭାପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଓ କେନ୍ଦ୍ରସରକାରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । ତେଣୁ ପ୍ରୋଟକଲ୍ର ବିବାଦ ନାହିଁ । ତେଣୁ ଉଭୟେ ସମାସ୍କନ୍ଦ ଭାବେ ଗୋଟିଏ ମଂଚରେ ବିତର୍କ କରିପାରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ବିତର୍କ ପାଇଁ ଅତି ଶୀଘ୍ର ତାରିଖ, ସମୟ ଓ ସ୍ଥାନ ଘୋଷଣା କରିବାକୁ ଶାସକ ବିଜୁ ଜନତା ଦଳକୁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।

Share in top social networks!