କେନ୍ଦୁଝର: ସଡକ ସୁରକ୍ଷା ସଚେତନତା ପାଇଁ ମୋଟର ସାଇକେଲ ଶୋଭାଯାତ୍ରା

Road_Safety__139_
କେନ୍ଦୁଝର ଜିଲ୍ଲାରେ ସଡକ ସୁରକ୍ଷା ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦେ୍ଧଶ୍ୟରେ ଜିଲ୍ଲା ସଡକ ସୁରକ୍ଷା କମିଟି ଏବଂ ଜିଲ୍ଲା ରେଡକ୍ରସ ସଂସ୍ଥା ଆନୁକୂଲ୍ୟରେ ଚଳିତ ସେପ୍ଟେମ୍ବର ୧୦ ତାରିଖ ରବିବାର ଦିନ ମୋଟର ସାଇକେଲ ଶୋଭାଯାତ୍ରା ଅନୁÂିତ ହେଇଜାଇଛି । ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ଏବଂ ଏସ୍ପି ରାଜେଶ ପଣ୍ଡିତ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଗୋଟିଏ ଶୋଭାଯାତ୍ରା ଦଳ କେନ୍ଦୁଝରରୁ ବାହାରି ଘସିପୁରା ପର୍ଯ୍ୟନ୍ତ ଏବଂ ଅନ୍ୟ ଶୋଭାଯାତ୍ରା ଦଳ କେନ୍ଦୁଝରରୁବଡବିଲପଯ୍ୟର୍ନ୍ତଜାଇଥିଲେ ।ରାସ୍ତାରେ ଢେ଼ଙ୍କିକୋଟ,ଘଟଗାଁ,ପିପିଳିଆ,ଧକୋଠା,ଝୁମ୍ପୁରା,ରିମୁଳି,ଚମ୍ପୁଆ,ଯୋଡାଠାରେ ଶୋଭାଯାତ୍ରା ଦଳ ରହଣି କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ସଂପର୍କରେ ସଚେତନ କରାଇଥିଲେ । ସୂଚନାଯୋଗ୍ୟ ଯେ, ସଚେତନତା ଅଭାବରୁ ଜିଲ୍ଲାରେ ରାସ୍ତା ଦୂର୍ଘଟଣାଜନିତ ମୃତୁ୍ୟ ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଅଛି । ରାସ୍ତା ଦୂର୍ଘଟଣାରେ ଅନେକ ଧନଜୀବନ ନଷ୍ଟ ହେଉଛି । ଏଣୁ ଏସଂପର୍କରେ ସମସ୍ତେ ସଚେତନ ହୋଇ ନିଜେ ବଂଚି ଅନ୍ୟକୁ ବଂଚାଇବାର ସଂକଳ୍ପ ନେବାକୁ ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ରାସ୍ତା ଦୂର୍ଘଟଣାର ଅନେକ କାରଣ ଥିଲେ ହେଁ କେତେକ ପ୍ରମୁଖ କାରଣ ସଂପର୍କରେ ସଚେତନ ହେବା ପାଇଁ ଗୁରୁତ୍ୱାରୋପ କରାଯାଇଛି । ଗାଡିରେ ଓଭରଲୋଡିଂ ନନେବା,ଅଧିକ ବେଗରେ ଗାଡି ନ ଚଳାଇବା,ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ନଚଳାଇବା,ଟ୍ରାଫିକ୍ ନିୟମ ମାନିବା,ମାଲବାହୀ ଗାଡିରେ ଯାତ୍ରୀ ନେବା ଆଣିବା ନକରିବା,ନିଶାଦ୍ରବ୍ୟ ସେବନ କରି ଗାଡି ନ ଚଳେଇବା,ଦୁଇଚକିଆ ଯାନ ଚଳାଇବାବେଳେ ସର୍ବଦା ହେଲମେଟ ବ୍ୟବହାର କରିବା,ଚାରିଚକିଆ ଯାନ ଚଳାଇବାବେଳେ ସିଟବେଲ୍ଟ ବ୍ୟବହାର କରିବା,ଗାଡି ଚଳାଇବାବେଳେ ମୋବାଇଲ ବ୍ୟବହାର ନକରିବା,ନିର୍ଦ୍ଧାରିତ ରାସ୍ତାରେ ଗାଡି ଚଳାଇବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଟ୍ରାଫିକ ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ,ଜୋରିମାନା ଏବଂ ଜେଲ ବ୍ୟବସ୍ଥା ରହିଛି ବୋଲି ଜିଲ୍ଲା ସଡକ ସୁରକ୍ଷା କମିଟି ତରଫରୁ ସୂଚନା ଦିଆଯାଇଛି ।

Share in top social networks!