ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଓଡ଼ିଶୀ ନୃତ୍ୟରେ “”ମହାନାୟକ ବିଜୟାନନ୍ଦ”

AMP_1006

ସୃଜନ ଦ୍ୱାରା ଆୟୋଜିତ ୨୩ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା । ଏହି ଉତ୍ସବର ମୂଳ ଉଦେ୍ର୍ଧଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟକୁ ପ୍ରଦର୍ଶିତ କରାଇବା ସହିତ ଓଡ଼ିଶାର ଯୁବ କଳାକାରମାନଙ୍କୁ ଉତ୍ସାହିତ କରିବା । ୧୯୯୫ମସିହାରୁ ପ୍ରତିବର୍ଷ ଓଡ଼ିଶାରେ ନୃତ୍ୟ, ସଙ୍ଗୀତ, ମଞ୍ଚ ଏବଂ ସିନେମା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଦୁଇଗୋଟି ପୁରସ୍କାର ପ୍ରଦାନ କରାଯାଇଥାଏ । ସେହିପରି ପ୍ରତ୍ୟେକ ବର୍ଷ ଦେଶର ସୁନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ଶୀ ସଙ୍ଗୀତ ପାଇଁ ଚାରିଜଣ ଯୁବ କଳାକାରଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥାଏ ।
ଏହି ବର୍ଷ ନୃତ୍ୟ ବିଶାରଦ ଗୁରୁ ଧୃବଚରଣ ବିଶ୍ୱାଳ ଓ ସଙ୍ଗୀତ ବିଶାରଦ ଶ୍ରୀମତୀ ଶ୍ୟାମାମଣୀ ଦେବୀଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୭ ଏବଂ ଓଡ଼ିଶୀ ନୃତ୍ୟରେ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ଶ୍ରୀମତୀ ନମ୍ରତା ମେହେତା ଏବଂ ଭରତନାଟ୍ୟମରେ ଶ୍ରୀମତୀ ଜୋତ୍ସ୍ନା ଜଗନ୍ନାଥନ୍ ଓ ଓଡ଼ିଶୀ ସଙ୍ଗୀତରେ ଶ୍ରୀ ଯତିନ୍ କୁମାର ସାହୁଙ୍କୁ ନାଲକୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୧୭ ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।
ଅନ୍ତିମ ସଂଧ୍ୟାରେ ସୃଜନର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ତରାନା ପରେ ପରେ ରାଗ ବୃନ୍ଦାବଣୀ ସାରଙ୍ଗ ଓ ଆଦି ତାଳ ଉପରେ ପର୍ଯ୍ୟବେଶିତ ହରି ସମାରଣେ ପରିବେଶିତ ହୋଇଥିଲା । ସେମାନଙ୍କର ଅନ୍ତିମ କାର୍ଯ୍ୟକ୍ରମ ଥିଲା ନୃତ୍ୟାଭିନୟ ମହାନାୟକ ବିଜୟାନନ୍ଦ । ଜନସାଧାରଣଙ୍କ ମଧ୍ୟରେ ଏକ ସାହାସୀ ଓ ପରାକ୍ରମୀ ଯୁବକ ପରେ ପରେ ଏକ ସୁଶାସକ, ରାଜନେତା ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିବା ସହିତ ପ୍ରତିକୂଳ ପରିସ୍ଥିତିରେ ନିଜର ସାହାସିକତା ଏବଂ ଏକାଗ୍ରତା ପ୍ରତିପାଦିତ କରିବା ଏକ କିମ୍ବଦନ୍ତିର ପରିଚୟ ବହନ କରିଥାଏ । ଯିଏ ଜଣେ ଦୟାଳୁ, ପରୋପକାରୀ ସହିତ ସୁଖ ଓ ଦୁଃଖକୁ ସହଜରେ ଜିତି ପାରୁଥିବା ମଣିଷ ବିଜୟାନନ୍ଦ । ସେ ସାଧାରଣ ମଣିଷଙ୍କ ମଧ୍ୟରେ ରହି ଖୁସି ବାଣ୍ଟିବା ସହିତ ଖୁସି ଅନୁଭବ କରୁଥିବା ଲୋକ । ସେଥିପାଇଁ ତାଙ୍କର ନାମ ମହାନାୟକ ବିଜୟାନନ୍ଦ । ଗୁରୁ ରତିକାନ୍ତ ମହାପାତ୍ର ଏହି କାର୍ଯ୍ୟକ୍ରମଟିକୁ ନୃତ୍ୟ ନିଦେ୍ର୍ଧଶନା ଦେଇଥିଲେ । ଶ୍ରୀ ଲକ୍ଷ୍ମୀକାନ୍ତ ପାଳିତ ସଂଙ୍ଗୀତ ସଂଯୋଜନା ସହିତ ଜୟଦେବ ଦାସଙ୍କ ଦ୍ୱାରା ଆଲେଖ୍ୟ ଏବଂ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ୱାରା ଗୀତ ରଚନା କରାଯାଇଥିଲା । ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୁନ୍ଦର ଓ ଚମକ୍ରାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଧୀପକ ଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।
ଉତ୍ସବର ଅତିଥିମାନେ ଥିଲେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଆର. ବାଲାକ୍ରିଶନନ୍; ଓଡ଼ିଶା ସରକାରଙ୍କ ପୂର୍ବତନ ରାଜସ୍ୱ ପରିଷଦର ମେମ୍ବର ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ବିଶିଷ୍ଟ କଳା ସମାଲୋଚିକା ଲୀଲା ଭେଙ୍କଟରମଣ ଏବଂ ସୃଜନର ନିଦେ୍ର୍ଧଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର ।

Share in top social networks!