ଭଲ ଖେଳ ପାଇଁ ଓଡିଆ ଝିଅଙ୍କୁ ସମ୍ମାନିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚେସ ଖେଳାଳୀ ସାଇନା ସଲୋନିକାଙ୍କୁ ୮ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
• ସୁବିଧା ସୁଯୋଗ ଉପଲବ୍ଧ କରାଇଲେ ସାଧାରଣ ଓଡିଆ ଘରର ପିଲା ଓଡିଶାକୁ ଗର୍ବିତ କରି ପାରିବେ
20170909114847_5G1A3386

ଓଡିଶାକୁ କ୍ରୀଡା କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାମ ଆଣି ଦେଇଥିବା ତିନି ଜଣ
ଝିଅ ଖେଳାଳୀଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରସିଦ୍ଧ ଚେସ ଖେଳାଳି କୁମାରୀ ସାଇନା ସଲୋନିକାଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ୮ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ ।
ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସି ତରଫରୁ ସାଇନାଙ୍କ ଚେସ କ୍ଷେତ୍ରରେ ଉତମ ପ୍ରଦର୍ଶନ ପାଇଁ ଏହି ଆର୍ଥିକ ପ୍ରୋତ୍ସାହନ
ଦିଆ ଯାଇଥିଲା ।
ସେହିପରି କମନୱେଲ୍ଥ ଗେମର ସବ ଜୁନିୟର ଭାରତୋଳନ ପ୍ରତିଯୋଗିତାରେ ସ୍ୱର୍ଣ ପଦକ ହାସଲ କରିଥିବାରୁ ସ୍ନେହ
ସୋରେନଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଉତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସେହିପରି କମନୱେଲ୍ଥ ଗେମର
ଜୁନିୟର ଭାରତୋଳନ ପ୍ରତିଯୋଗିତାରେ ସ୍ୱର୍ଣ ପଦକ ହାସଲ କରିଥିବାରୁ ଜୁଲି ଦଳବେହେରାଙ୍କୁ ଶ୍ରୀ ପ୍ରଧାନ ସମ୍ମାନିତ
କରିଥିଲେ ।
ଓଡିଶାରେ କ୍ରୀଡା କ୍ଷେତ୍ରରେ ପ୍ରତିଭାର ଅଭାବ ନାହିଁ ବୋଲି ଶ୍ରୀ ପ୍ରଧାନ କହିବା ସହ ସାଧାରଣ ଓଡିଆ ଘରର ପିଲା
ମାନଙ୍କୁ ସୁବିଧା ସୁଯୋଗ ଉପଲବ୍ଧ କରାଇଲେ ସେମାନେ ଓଡିଶାକୁ ଗର୍ବିତ କରି ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!