କନ୍ଧମାଳ ଜିଲ୍ଲାରେ ‘ଶାନ୍ତି ପାଇଁ ଅଭିଯାନ’ ପକ୍ଷରୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ।

P-1ଆନ୍ତର୍ଜାତିକ ସାକ୍ଷରତା ଦିବସ ଉପଲକ୍ଷେ ‘ଶାନ୍ତି ପାଇଁ ଅଭିଯାନ’ କନ୍ଧମାଳ ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷକ ଓ ସାମାଜିକ କର୍ମୀ ମାନଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଯାଇଛି ।
ଶ୍ରୀ ବାଲାଜୀ ଜୁନିୟର କଲେଜ, ଫୁଲବାଣୀ ପରିସର ମଧ୍ଯ ରେ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଶାନ୍ତି ପାଇଁ ଅଭିଯାନ ର ସଭାପତି ତଥା ବିଶିଷ୍ଟ ହେତୁବାଦୀ ନେତା ମହମ୍ମଦ ଅବଦୁଲ ସୁକୁର ମୁଖ୍ୟବକ୍ତା ଭାବେ ସାକ୍ଷରତା ଦିବସ ପାଳନ ର ଆବଶ୍ୟକତା ଓ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ଦିଗରେ ସାକ୍ଷରତା ର ଗୁରୁତ୍ୱ ସଂପର୍କ ରେ ଆଲୋଚନା କରିଥିଲେ । ଅଜ୍ଞାନତା ତଥା ବୈଜ୍ଞାନିକ ଚିନ୍ତାଧାରାର ଅଭାବ ଯୋଗଁୁ ଆଜି ସମାଜରେ ବହୁବିଧ ସମସ୍ୟା ମୁଣ୍ଡ ଟେକୁଛି ବୋଲି ମତବ୍ୟକ୍ତ କରି ସାକ୍ଷରତା ରୂପକ ଅସ୍ତ୍ରରେ ତାହାକୁ ମୁକାବିଲା କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ସଂଗଠନ ର କାର୍ଯ୍ୟକାରୀ କମିଟିର ସଦସ୍ଯ ତଥା ପ୍ରଫେସର ପ୍ରସନ୍ନ କୁମାର ବିଷୋୟୀ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ର ଐତିହାସିକ ପୃଷ୍ଠଭୂମି ସଂପର୍କ ରେ ଆଲୋକପାତ କରି ଶାନ୍ତି ପାଇଁ ଅଭିଯାନ ର ଏପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବାର ଉଦ୍ଦେଶ୍ଯ ବିଷୟ ରେ ବକ୍ତବ୍ଯ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ଯ ରେ ଅଧ୍ୟାପକ ଡି. ସ୍ୟାମସନ୍, ବିଷ୍ଣୁ ବାବୁ, ଏଜେଓ ହାଇସ୍କୁଲର ଶିକ୍ଷକ ପ୍ରହଲ୍ଲାଦ ସ୍ଵାଇଁ, ଛାତ୍ରଛାତ୍ରୀ ମାନଙ୍କ ମଧ୍ଯ ରୁ ବିବେକାନନ୍ଦ ପଣ୍ଡା, ମଧୁସ୍ମିତା ମହାପାତ୍ର, ରାକେଶ ଦିଗାଲ ପ୍ରମୁଖ ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶ୍ରୀ ବାଲାଜୀ ଜୁନିୟର କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ପ୍ରିୟଙ୍କା ପାତ୍ର, ମଧୁସ୍ମିତା ମହାପାତ୍ର, ଅସୀମାରାଣୀ ପ୍ରଧାନ ଓ ସୁମିତା ଦିଗାଲ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଓ ସଂଗଠନ ର ସଦସ୍ଯ ଜିରିମୟ ସୁନାମାଝୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସାଥେ ସାଥେ ଧନ୍ୟବାଦ ଅର୍ପଣ କରିଥିଲେ।

Share in top social networks!