ତହସିଲସ୍ତରରେ ପ୍ରତି ମାସରେ ହେବ କ୍ୟାମ୍ପ କୋର୍ଟ

ଗ୍ରାମାଞ୍ଚଳର ଲୋକମାନେ ସବ୍ଡିଭିଜନ୍ ସଦର ମହକୁମାକୁ ଯାଇ ରାଜସ୍ୱ ମାମଲା ଶୁଣାଣି ପାଇଁ ଯିବା ଖର୍ଚ୍ଚ ବହୁଳ ଏବଂ ସମୟ ସାପେକ୍ଷ ହୋଇଥ#ବାରୁ ପ୍ରତ୍ୟେକ ତହସିଲରେ ଉପଜିଲ୍ଲାପାଳ ମାସକୁ ଅନ୍ତତଃ ପକ୍ଷେ ଗୋଟିଏ କ୍ୟାମ୍ପ କୋର୍ଟ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛିା
ଜନସାଧାରଣଙ୍କୁ ସୁବିଧାରେ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସରକାରୀ ସେବା ଯୋଗାଇଦେବା ଲକ୍ଷ୍ୟରେ ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଉପଜିଲ୍ଲାପାଳମାନଙ୍କୁ ତହସିଲସ୍ତରରେ କ୍ୟାମ୍ପ କୋର୍ଟର ଆୟୋଜନ କରି ବିଭିନ୍ନ ରାଜସ୍ୱ ମାମଲାଗୁଡିକର ଫଇସଲା କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛିା ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଉପଜିଲ୍ଲାପାଳ ପ୍ରତ୍ୟେକ ତହସିଲକୁ ମାସକୁ ଅନ୍ତତଃ ପକ୍ଷେ ଥରେ ଯାଇ ସେହି ତହସିଲ ଅଧୀନରେ ଥ#ବା ରାଜସ୍ୱ ମାମଲାର ଶୁଣାଣି କରିବୋ ମାସକୁ ଆୟୋଜନ କରାଯାଉଥ#ବା ମୋଟ କ୍ୟାମ୍ପ କୋର୍ଟର ସଂଖ୍ୟା ସଦର ତହସିଲକୁ ଛାଡି ସେହି ସବ୍ଡିଭିଜନ୍ ଅଧୀନରେ ଥ#ବା ମୋଟ ତହସିଲର ସଂଖ୍ୟାଠାରୁ କମ ହୋଇନଥ#ବା
ସୂଚନାଯୋଗ୍ୟ ଯେ ବିଭିନ୍ନ ରାଜସ୍ୱ ଆଇନ ଯଥା ଓଏଲ୍ଆର ଆଇନ-୧୯୬୦, ଓଜିଏଲ୍ଏସ୍ ଆକଫ-୧୯୬୨, ଓପିଏଲ୍ଇ ଆକଫ-୧୯୬୨, ଓଇଏ ଆକଫ-୧୯୫୧ ଏବଂ ଓଡ଼ିଶା ମିସ୍ଲେନିୟସ୍ ସାର୍ଟିଫିକେଟ୍ ରୁଲ୍ସ-୨୦୧୭ ଅନ୍ତର୍ଗତ ଅପିଲ୍ ମକଦ୍ଦମାର ଶୁଣାଣି କରିଥାଆନ୍ତିା ଏଥ# ସହିତ ସେମାନେ ଓଏଲ୍ଆର୍ ଆକଫର ଧାରା ୨୨, ୨୩ ଏବଂ ୨୩(ଏ) ଏବଂ ଓପିଡିଆର୍ ଆଇନ-୧୯୬୨ ଏବଂ ଓଡ଼ିଶା ସିଡୁ୍ୟଲ୍ ଏରିଆଜ୍ ଟ୍ରାନ୍ସଫର ଅଫ୍ ଇମୁଭେବୁଲ୍ ପ୍ରପର୍ଟି(ସିଡୁ୍ୟଲ୍ ଟ୍ରାଇବ୍ସ୍)ରେଗୁଲେସନ୍-୧୯୫୬ ଅଧୀନରେ ଆସୁଥ#ବା ବିଭିନ୍ନ ରାଜସ୍ୱ ମାମଲାର ଶୁଣାଣି କରିଥାଆନ୍ତିା
ତେଣୁ ଉପରୋକ୍ତ ରାଜସ୍ୱ ମାମଲାର ଆଶୁ ଫଇସଲା ଏବଂ ଲୋକଙ୍କୁ ସୁଶାସନ ଯୋଗାଇଦେବା ପାଇଁ କ୍ୟାମ୍ପ କୋର୍ଟ ଆୟୋଜନ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛିା

Share in top social networks!