ବିଜେପିର ଗଡ଼ ଭାଙ୍ଗୁଛି; ପାଟଣାଗଡ଼ ଓ ଖୋର୍ଦ୍ଧାର ନେତା ଓ କର୍ମୀ ବିଜେଡିରେ ମିଶିଲେ

CSC_1156 ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼
ନିର୍ବାଚନ ମଣ୍ଡଳୀ ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ଼ ବ୍ଲକ, ପାଟଣାଗଡ଼ ଏନ୍‍ଏସିର ୩୦୦ରୁ ଊଦ୍ଧ୍ୱର୍ ବିଜେପି କାର୍ଯ୍ୟକର୍ତ୍ତା କର୍ମୀ ବିଜେପିର ଜନବିରୋଧୀ ଓ
ଦୁର୍ବଳ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ସାଂସଦ ତଥା ଜିଲ୍ଲା ସଭାପତି କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ ସାମିଲ
ହୋଇଛନ୍ତି । ସାମିଲ ହୋଇଥିବା କର୍ମୀ ଓ ନେତାଙ୍କ ମଧ୍ୟରେ ଯୁବ ବିଜେପି ଜିଲ୍ଲା ଉପ-ସଭାପତି ଧ୍ରୁବରାଜ ଖର୍ସେଲ, ବେଲପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ
ଅନୀତା ପାଣିଗ୍ରାହୀ, ବାଗଦର ସରପଞ୍ଚ ସୁରେଶ ମହାନନ୍ଦ, ପୂର୍ବତନ ସରପଞ୍ଚ ମଦନ ଛତ୍ରିଆ, ମଧ୍ୟପୁର ସମିତି ସଭ୍ୟ ନେହରୁ ଷଣ୍ଢ, ବେହେରାମୁଣ୍ଡା ପୂର୍ବତନ
ସରପଞ୍ଚ ତ୍ରିନାଥ ଧରୁଆ, ବାଲିଖମାର ସମିତି ସଭ୍ୟା ଶ୍ରୀମତୀ ପୂର୍ଣ୍ଣିମା ଭୁଏ, ବିଜେପି କୃଷକ ନେତା ଲକ୍ଷ୍ମଣ ବାଗ, ଖପ୍ରାଖୋଲ ବ୍ଲକର ସରପଞ୍ଚ ଖଗେଶ୍ୱର ପ୍ରଧାନ,
ତ୍ରିନାଥ ପ୍ରଧାନ, ଉତ୍ତର କୁମାର ଭୋଇ, ଶ୍ରୀମତୀ କୁନ୍ତଳା ମାଝୀ, ଶ୍ରୀମତୀ ଇନ୍ଦୁ ମାଝୀ, ସମିତି ସଭ୍ୟ ଲକ୍ଷ୍ୟ ପ୍ରଧାନ, କଳାକାହ୍ନୁ ବାରିକ, ମୋହନ ସୁନା, ଶ୍ରୀମତୀ
ଖୁଲଣା ଧଉରା, ଶ୍ରୀମତୀ ଜୟନ୍ତୀ ଭୋଇ, ସୁଭାମୟ ମିଶ୍ର, ପାଟଣାଗଡ଼ ଏନ୍‍ଏସି ପୂର୍ବତନ ନଗର ବିଜେପି ସଭାପତି ସନ୍ତୋଷ କୁମାର ମେହେର, କଂଗ୍ରେସର
ନୀଳକଣ୍ଠ ବାଘ, ୱାର୍ଡ ନଂ ୫ର ସଂଜୀବ ରାଓ, ପାଟଣାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁ, ସରପଞ୍ଚ ମିତା ମେହେର, ସମିତି ସଭ୍ୟ ମଣି ନାଗ,
ଆଦିବାସୀ ସଂଘ ଉପ-ସଭାପତି ଧୁଲେଶ୍ୱର ଭୋଇ, ସମାଜସେବୀ ନାରାୟଣ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ ୧୯୯୫ ମସିହାରୁ ଲଗାତାର ଭାବେ
ବିଜେପି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରୁ ଜିତିଆସୁଥିବା ବେଳେ ଆଜିର ବିଜେପି କର୍ମୀ ଓ ନେତାଙ୍କ ବିଜେଡିରେ ଯୋଗଦାନ ପାଟଣାଗଡ଼ ବିଜେପିକୁ ଶକ୍ତ ଧକ୍କା
ଲାଗିଛି । ଏହି ମିଶ୍ରଣ ସମୟରେ ସାଂସଦ କଳିକେଶ ନାରାୟଣ ସିଂହଦେଓ, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ବଲାଙ୍ଗୀର ଜିଲ୍ଲା ବିଜେଡି
ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
ସେହିପରି ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାର ୧୦୦ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗଦାନ କରିଛନ୍ତି ।
ସେମାନଙ୍କ ମଧ୍ୟରେ କାଇପଦର ବିଜେପି ସମିତି ସଭ୍ୟ ବିଭୁପ୍ରସାଦ ବଳିଆରସିଂହ, ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସର ଉପ-ସଭାପତି ରାଜକିଶୋର ପାତ୍ର,
ସୁନ୍ଦରପୁର ବିଜେପି ସରପଞ୍ଚ ବିଜୟ କୁମାର ପ୍ରଧାନ, ବିଜେପି ସରପଞ୍ଚ ଅଶୋକ ବଳବନ୍ତରାୟ, ପ୍ରସନ୍ନ କୁମାର ସାମନ୍ତରାୟ, ଗୋବିନ୍ଦ ଚନ୍ଦ୍ର ରାଉତରାୟ,
ବିଶ୍ୱଭୂଷଣ ସ୍ୱାଇଁ, ଅଶୋକ କୁମାର ବଳିଆରସିଂହ, ରଜନୀରାଣୀ ମହାରଣା, ନାଏବ ସରପଞ୍ଚ ଅନୁସୂୟା ପ୍ରଧାନ, ଛଣଗିରି ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର
ବେହେରା ପ୍ରମୁଖ ଅନ୍ତର୍ଭୁକ୍ତ ।
ନବୀନ ନିବାସ ଠାରେ ଆୟୋଜିତ ଏହି ଦୁଇଟି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ
ହୋଇଥିବା ବିଜେପିର ସମସ୍ତ ନେତୃତ୍ୱଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ
ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ଦଳ ଆହୁରି ଶକ୍ତିଶାଳୀ ହେବା ସହ ଉଭୟ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା
ଦଳରେ ନୂତନ କର୍ମୀମାନଙ୍କ ଯୋଗଦାନ ସହାୟକ ହେବ । ଏହି ମିଶ୍ରଣ ସମୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ରିସ୍ନା
ମାନ୍‍ଧାତା, ସ୍ୱଦେଶ ରାଉତରାୟ, ବରିÂ ନେତା ଗୋବିନ୍ଦ ଚନ୍ଦ୍ର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ବିଷମକଟକକୁ ସବ୍‍ଡିଭିଜନ୍‍ ସଦର ମହକୁମା ଘୋଷଣା କରିବା ଓ ସବ୍‍ଜଜ୍‍ କୋର୍ଟ ପ୍ରତିÂା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ବିଷମ କଟକକୁ ସବ୍‍ଡିଭିଜନ୍‍ ସଦର ମହକୁମା ଓ ସବ୍‍ଜଜ୍‍ କୋର୍ଟ ପ୍ରତିÂା ଦାବିରେ ବିଷମ କଟକ ବାର୍‍ ଆସୋସିଏସନ୍‍ର ଆଇନ୍‍ଜୀବୀମାନେ ଆଜି
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା
ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ରାଜ୍ୟ ସଂପାଦକ ସୁଧୀର ଦାସ, ଆଡଭୋକେଟ୍‍ ପୃଥ୍ୱୀରାଜ ସାହୁ,
ଆଇନ୍‍ଜୀବୀ ଏସ୍‍.ବାବୁରାଓ, ସନ୍ତୋଷ ପଣ୍ଡା, ଜି. ତିରୁମୂଳା, ପ୍ରଶାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!