କଥକର ପାଦଛନ୍ଦ ସାଙ୍ଗକୁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ମନ୍ତ୍ରମୁଗ୍ଧ

AMP_0215
ସୃଜନ ଅନୁÂାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଚତୁର୍ଥ ସଂଧ୍ୟା । ଆଜି ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ସଂଯୁକ୍ତା ସିହ୍ନାଙ୍କ କଥକ ନୃତ୍ୟରୁ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ ବନ୍ଦିଶରେ ତିନ୍ ତାଲ । ପରେ ଅତି ଚମକ୍ରାର ପାଦଭେଦ ଓ ଲୟକାରୀରେ ପରିବେଷଣ କରିଥିଲେ ଥାଟ୍‍ । ତାଙ୍କର ଶେଷ ପ୍ରସ୍ତୁତି ଥିଲା ଅଭିନୟ ଆଜ ଜାନେକି ଯିଦ୍ ନା କରୋ । ପାଦଛନ୍ଦ ସହ ଘୁଙ୍ଗୁରର ନିକ୍ୱଣକୁ ନିଜର ଗାୟନ ଓ ତବଲା ବାଦନରେ ଅତି ଚମକ୍ରାର ଭାବେ ପରିବେଷଣ କରି ସେ ସମସ୍ତଙ୍କୁ ଚକିତ ଓ ବିମୋହିତ କରିଥିଲେ । କଥକ ନୃତ୍ୟରେ ଏଭଳି ସଙ୍ଗୀତ, ବାଦ୍ୟ ଓ ଅଭୀନୟକୁ ଏକାସାଙ୍ଗରେ ଅତି ନିଖୁଣ ଏବଂ ସୁନ୍ଦର ଭାବରେ ପରିବେଷଣ କରିବା ବୋଧ ହୁଏ ଦର୍ଶକମାନଙ୍କ ପାଇଁ ଏକ ପ୍ରଥମ ସୁଯୋଗ ଏବଂ ଅଭୁଲା ଅନୁଭୁତି ହୋଇ ରହିଯିବ । ତାଙ୍କ ସହିତ ସଙ୍ଗତ କରିଥିଲେ ତବଲାରେ ମହିତ ଗଙ୍ଗାନୀ, ପଖଜରେ ଆଶୀଶ ଗଙ୍ଗାନୀ, ସୀତାରରେ କମଳ ଖାନ୍ ଏବଂ କଣ୍ଠ ସାମିଉଲ୍ଲା ଖାନ୍ ।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ରଞ୍ଜନୀ ବାଲସୁବ୍ରମନ୍ୟାନ୍ ଓ ଗାୟତ୍ରୀ ବାଲସୁବ୍ରମନ୍ୟାନ୍ଙ୍କ ଦ୍ୱାରା କର୍ଣ୍ଣାଟକୀ କଣ୍ଠ ସଙ୍ଗୀତ ପରିବେଷଣ । ଶ୍ରୋତାମାନେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ସତେ ଯେମିତି ବାନ୍ଧି ହୋଇଯାଇଥିଲେ ସେମାନଙ୍କର କଣ୍ଠ ସଙ୍ଗୀତ ପରିବେଷଣରେ । ତାଙ୍କ ସହିତ ବେହେଲାରେ ସହଯୋଗିତା କରିଥିଲେ ଏଚ୍.ଏମ୍ ସ୍ମିଥା ଏବଂ ମୃଦଙ୍ଗମ୍‍ରେ କେ ସାଇଗିରିଧର ।

ଉତ୍ସବର ଅତିଥି ଥିଲେ ମାନ୍ୟବର କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ଼. ଦାମୋଦର ରାଉତ; ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁବାଶ ପାଣି; ସଂସ୍କୃତି ବିଭାଗର ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସୃଜନର ନିଦେ୍ର୍ଧଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର ।

Share in top social networks!
Powered By Indic IME