ଓଡ଼ିଶା ହେବ ଦେଶର ଅନ୍ୟତମ ପର୍ଯ୍ୟଟନ ଆକର୍ଷଣ

DSC_9408ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବହୁବିଧ ବିକାଶ ହୋଇଥ#ବାବେଳେ ଭିତିଭୂମି ଉନ୍ନୟନ ସାଙ୍ଗକୁ ନୂତନ ପର୍ଯ୍ୟଟନ ନୀତି ପ୍ରଣୟନ ହୋଇଛିା ବିମାନସେବା, ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ପରିଚର୍ଯ୍ୟା ବ୍ୟବସ୍ଥାକୁ ଉନ୍ନତ କରାଯାଇଛିା ତେଣୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଅଧ#କ ସଂଖ୍ୟାରେ ପୁଞ୍ଜିଲଗାଣ ନିମନ୍ତେ ଉଦ୍ୟୋଗ ତଥା ହୋଟେଲ୍ କର୍ତ୍ତୃପକ୍ଷ ଆଗ୍ରହୀ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତିା ଭୁବନେଶ୍ୱରଠାରେ ଚାଲିଥ#ବା ଭାରତୀୟ ଟୁର ଅପରେଟର୍ସ ମହାସଂଘର ୩୩ତମ ଅଧ#ବେଶନରେ ଆୟୋଜିତ ଓଡ଼ିଶା ସଂପର୍କିତ କର୍ମଶାଳାରେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ମର୍ମରେ ରାଜ୍ୟରେ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ସଂପୃକ୍ତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତିା
ଏହି କର୍ମଶାଳାରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମା କହିଛନ୍ତି ଯେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକ ଆଗମନ ସଂଖ୍ୟା ୯ ପ୍ରତିଶତ ଥ#ବାବେଳେ ଏହାକୁ ଅଧ#କ ଆକର୍ଷଣୀୟ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ନୂତନ ଯୋଜନାମାନ କରାଯାଉଛିା ବିଶେଷ କରି ଓଡ଼ିଶାରେ ପରିବେଶ, ଆଦିବାସୀ, ଐତିହ୍ୟ ଓ ବେଳାଭୂମି ପର୍ଯ୍ୟଟନରେ ବ୍ୟାପକ ସୁଯୋଗ ରହିଛିା ଗୋଆ, ତାମିଲନାଡୁ ଓ କେରଳ ସହିତ ସମତାଳ ଦେଇ ଓଡ଼ିଶା ଭାରତର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ଲକ୍ଷ୍ୟ ହୋଇପାରିବ ବୋଲି ଡା. ଶର୍ମା ଆଶା ପ୍ରକଟ କରିଛନ୍ତିା
ବିଭାଗୀୟ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜଓ୍ୱାଲେ ଓଡ଼ିଶା ପର୍ଯ୍ୟଟନ ଉପରେ ଦୃଶ୍ୟ-ଶ୍ରାବ୍ୟ ଉପସ୍ଥାପନ କରିବା ସହିତ ଓଡ଼ିଶାର ବୌଦ୍ଧ ପର୍ଯ୍ୟଟନସ୍ଥଳିଗୁଡିକ ଉପରେ ବକ୍ତବ୍ୟ ରଖ#ଥ#ଲେ ଏବଂ ଆଦିବାସୀ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ସରକାର କଟକଣା କୋହଳ କରିଥ#ବା ଦର୍ଶାଇଥ#ଲୋ
ଆଜିର ଆଇଏଟିଓ ଅଧ#ବେଶନରେ ବିଭିନ୍ନ ଆଲୋଚନାମାନ ଆୟୋଜିତ ହୋଇଥ#ଲାା “ପରବର୍ତ୍ତୀ ପିଢିଙ୍କ ପାଇଁ ଆହ୍ୱାନ ଓ ସୁଯୋଗ’, “ସଂସ୍କୃତି ଓ ଐତିହ୍ୟ ପର୍ଯ୍ୟଟନ’, “ବିମାନସେବାରେ ନୂଆ ନୀତି ଓ ସୁଯୋଗ’ ଓ “ବିପଣନ: ପୁରୁଣା ବୋତଲରେ ନୂଆ ମଦ ଆଉ ନୁହେଁଁ’ ଇତ୍ୟାଦି ଶୀର୍ଷକ ଉପରେ ହୋଇଥ#ବା କର୍ମଶାଳାଗୁଡିକରେ ବିଶେଷଜ୍ଞ, ପର୍ଯ୍ୟଟନ ଲେଖକ, ହୋଟେଲ୍ ତଥା ପରିଚର୍ଯ୍ୟା ସଂଗଠନର କର୍ମକର୍ତ୍ତା, ଆଇଏଟିଓର କର୍ମକର୍ତ୍ତା, ଟ୍ରାଭେଲ ମାଗାଜିନ୍ ସଂପାଦକ ପ୍ରମୁଖ ଆଲୋଚକ ଭାବରେ ଯୋଗଦେଇଥ#ଲୋ ଓଡ଼ିଶା ସଂପର୍କିତ ଆଲୋଚନା ଚକ୍ରରେ ପ୍ରସିଦ୍ଧ ପର୍ଯ୍ୟଟନ ପତି୍ରକା “ଏକ୍ସପ୍ରେସ୍ ଟ୍ରାଭେଲସ୍ ଓ୍ୱର୍ଲଡ୍’ର ସଂପାଦିକା ରିମା ଲୋକେଶ୍ ସଂଯୋଜନା କରିଥ#ଲୋ
ସକାଳର ଆକର୍ଷଣୀୟ କାର୍ଯ୍ୟକ୍ରମ ଥ#ଲା “ପର୍ଯ୍ୟଟନ ପାଇଁ ପ୍ରତିବଦ୍ଧ ଦୌଡ’ା ଏଥ#ରେ ପ୍ରାୟ ୨୦୦ରୁ ଅଧ#କ ପ୍ରତିନିଧ#, ଅତିଥ# ଓ ବରିଷ୍ଠ ନାଗରିକ ସାମିଲ ହୋଇ ୫ କିମିରୁ ଊ–ର୍ ଦୂରତ୍ୱ ଅତିକ୍ରମ କରିଥ#ଲୋ

Share in top social networks!