ଓ.ଏମ୍.ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟାରେ ସଙ୍ଗୀତର ସମ୍ମିଶ୍ରଣ “ଶିଭାଗ୍ନୀ’

ସୃଜନ ଅନୁÂାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟା ଥିଲା ସଂଙ୍ଗୀତ ସଂଧ୍ୟା । ପ୍ରଖ୍ୟାତ ବାଦକ ଓ ସଂଙ୍ଗୀତଜ୍ଞମାନଙ୍କୁ ନେଇ ଏକ ନୂତନ ପ୍ରସ୍ତୁତି “ଶିଭାଗ୍ନୀ’ ଯେଉଁଥିରେ କଳାକାରମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ନୂତନ ଭାବରେ ସଂସ୍ଥାପିତ ପୁରାତନ ସଙ୍ଗୀତ କାର୍ଯ୍ୟକ୍ରମ । ପ୍ରସ୍ତୁତିରେ ଥିଲେ ସଚିଦାନନ୍ଦ ଦାସ, କୁଳମଣୀ ସାହୁ, ଶ୍ରୀନିବାସ ଶତପଥୀ, ଅଗ୍ନିମିତ୍ର ବେହେରା, ଖୀତିପ୍ରକାଶ ମହାପାତ୍ର, ବିଶ୍ୱରଞ୍ଜନ ନନ୍ଦ, ଦେବ ରଞ୍ଜନ ନାୟକ, ରମେଶ ଚନ୍ଦ୍ର ବେହେରା, ସମୀର ରଞ୍ଜନ ପ୍ରଧାନ ଏବଂ ବିକଶୀତ ସାହୁ । ସେମାନଙ୍କ ଦ୍ୱାରା ଏହି ଅନନ୍ୟ ବାଦନକୁ ସମସ୍ତ ରସିକ ଦର୍ଶକବୃନ୍ଦ ବିମୋହିତ ହୋଇ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

ଉତ୍ସବର ଅତିଥି ଥିଲେ ପ୍ରଖ୍ୟାତ ଗାୟକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡା; ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା; ମାନ୍ୟବର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଏବଂ ସୃଜନର ନିଦେ୍ର୍ଧଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର ।