ବୁଦ୍ଧିଜୀବିଙ୍କୁ ଅମିତ୍ ଶାହାଙ୍କ ଉଦ୍ବୋଧନ; ୧୨୦ ସଂଖ୍ୟା ସିଟ୍ ହାସଲ କରିବାର ଅଙ୍କ ବୁଝାଇଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା

 ଶ୍ରୀ ମୋଦି ଓ ବିଜେପିର ସରକାରଙ୍କ ସଫଳତା ଗଣାଇଁ ଓଡ଼ିଶାର ବୁଦ୍ଧିଜୀବି ମାନେ ରାଜ୍ୟରେ ବିଜେପିର ମିଶନ ୧୨୦କୁ ସଫଳ କରିବା ପାଇଁ ଅମିତ୍ ଶାହାଙ୍କ ଆହ୍ୱାନ
 ଅଣ ବିଜେପି ରାଜନୈତିକ ଦଳ ମାନେ ପରିବାର, ଜାତି, ତୁଷ୍ଟିକରଣ ଓ ଦୁର୍ନୀତି ଭିତରେ ବୁଡ଼ି ରହୁଥିବା ବେଳେ ଭାରତୀୟ ଜନତା ପାର୍ଟି ପଲିଟିକ୍ସ ଅଫ୍ ପରଫରମାନ୍ସରେ ବିଶ୍ୱାସ କରେ ।
 ୧୭ ବର୍ଷ ନବୀନ ଶାସନରେ ଓଡ଼ିଶାର ବିକାଶ ଶୂନ୍
 ଦୀର୍ଘ ୧୭ ବର୍ଷ ଶାସନ କାଳରେ ଓଡିଆ ଭାଷା ଶିଖିବାରେ ମଧ୍ୟ ବିଫଳ ହୋଇଛନ୍ତି ନବୀନ ପଟ୍ଟନାୟକ
 ଓଡ଼ିଶା ପାଖରେ ଗୁଜୁରାଟଠାରୁ ଶହେ ଗୁଣ ଅଧିକ ସମ୍ଭାବନା ଅଛି
 ୫ ବର୍ଷ ପାଇଁ ଭୋଟ୍ ମାଗିବୁ, ମାତ୍ର ଏହାର ୫ ବର୍ଷ ପରେ ଓଡ଼ିଆ ଲୋକମାନେ ବିଜେପିକୁ ସେମାନଙ୍କ ଭୋଟର ହକ୍ ସ୍ୱତର୍ସ୍ଫୂତ ଭାବରେ ଦେବେ

DSC_0080
ଦେଶର ଅଣ ବିଜେପି ରାଜନୈତିକ ଦଳ ମାନେ ପରିବାର, ଜାତି, ତୁଷ୍ଟିକରଣ ଓ ଦୁର୍ନୀତି ଭିତରେ ବୁଡ଼ି ରହୁଥିବା ବେଳେ ଭାରତୀୟ ଜନତା ପାର୍ଟି ପଲିଟିକ୍ସ ଅଫ୍ ପରଫରମାନ୍ସରେ ବିଶ୍ୱାସ କରେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏକ ବୁଦ୍ଧିଜୀବି ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି ।
ଭୁବନେଶ୍ୱରରେ ବୁଦ୍ଧିଜୀବିମାନଙ୍କୁ ଉଦ୍ବୋଧନ ଦେଇ କଂଗ୍ରେସ ଓ ବିଜେଡ଼ି ପରି ଦଳର କଟୁ ସମାଲୋଚନା କରିବା ସହ ବାମପନ୍ଥୀଙ୍କଠାରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଥିଲେ ମଧ୍ୟ ଏହି ଦଳ ଶକ୍ତିହୀନ ହୋଇ କେତୋଟି ରାଜ୍ୟରେ ସୀମିତ ହୋଇ ଯାଇଥିବା କାରଣରୁ ସମଗ୍ର ଦେଶବାସୀଙ୍କ ସାମ୍ନାରେ ବିଜେପି ସବୁଠାରୁ ଅଧିକ ଗ୍ରହଣୀୟ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି ।
ଶ୍ରୀ ଶାହା କହିଛନ୍ତି ଯେ, ଗୁଜୁରାଟ ପାଖରେ ଯେତିକି ସମ୍ଭାବନା ଅଛି ଓଡ଼ିଶା ପାଖରେ ତାଠାରୁ ଶହେଗୁଣ ସମ୍ଭାବନା ଅଛି । ମାତ୍ର ୧୩ ବର୍ଷର ମୁଖ୍ୟମନ୍ତ୍ରୀତ୍ୱରେ ମୋଦି ଗୁଜୁରାଟକୁ ଦ୍ରୁତି ବିକାଶର ରାସ୍ତାରେ ନେଇଥିଲା ବେଳେ ୧୭ ବର୍ଷର ନବୀନ ଶାସନ ପରେ ସବୁ ଘରେ ୨୪ ଘଂଟିଆ ବିଜୁଳି, ସବୁ ଯୁବକଙ୍କ ହାତରେ ରୋଜଗାରର ବ୍ୟବସ୍ଥା, ସବୁ ଗାଁକୁ ରାସ୍ତା, ସବୁ ଘରେ ସ୍ୱଚ୍ଛ ପାନୀୟ ଜଳ କାହିଁକି ପହଂଚି ନାହିଁ ବୋଲି ଶ୍ରୀ ଶାହା ପ୍ରଶ୍ନ କରିଛନ୍ତି ।
ଶ୍ରୀ ଶାହା କହିଛନ୍ତି ଯେ, ଏତେ ବଡ଼ ସମୁଦ୍ର ବେଳାଭୂମି ଥିଲା ବେଳେ ବନ୍ଦର, ମାଟିତଳେ ପ୍ରଚୁର ପ୍ରାକୃତିକ ସମ୍ପଦ ଥିଲା ବେଳେ ଏହାର ସଠିକ୍ ବିନିଯୋଗରେ ରାଜ୍ୟର ବିକାଶ କରିବା ପରିବର୍ତେ ଓଡ଼ିଶା ସରକାର ଦୁର୍ନୀତି ଓ ଦୁର୍ନୀତିରେ ହିଁ ବୁଡ଼ି ରହିଛି ।

ଶ୍ରୀ ଶାହା କହିଛନ୍ତି ଯେଉଁ ରାଜ୍ୟ ମାନଙ୍କରେ ବିଜେପିର ଶାସନ ଆସିଛି ସେ ସବୁ ରାଜ୍ୟରେ ବିକାଶର ନୂଆ ଆଶା ଆସିଛି । ଅର୍ଥଶାସ୍ତ୍ରୀୟମାନେ ୮୦ ଦଶକର ମଧ୍ୟଭାଗରେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତର ପ୍ରଦେଶକୁ ବିମାରୁ ରାଜ୍ୟର ନାଁ ଦେଇଥିଲେ । ବିଜେପି ଶାସିତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିକାଶର ରାସ୍ତାରେ ଯାଇଛନ୍ତି । ବିହାର ଲାଲୁ ଶାସନ
ପରେ ଦ୍ରୁତ ବିକାଶର ରାସ୍ତାରେ ବିଜେପିର ଭାଗୀଦାରୀ କାରଣରୁ ବଢ଼ିଥିଲା । ପୁଣି ଅଳ୍ପକିଛି ବର୍ଷର ବ୍ୟବଧାନ ପରେ ବିହାର ବିକାଶର ରାସ୍ତାକୁ ଫେରି ଆସିଛି । ଉତରପ୍ରଦେଶ ୫ ବର୍ଷ ପାଇଁ ବିଜେପିକୁ ଭୋଟ ଦେଇଛି । ଏହି ୫ ବର୍ଷ ଉତର ପ୍ରଦେଶର ଦ୍ରୁତ ବିକାଶ ହେବ ବୋଲି କହିଛନ୍ତି ଅମିତ୍ ଶାହା ।
ବିକାଶ ଅଗଣତାନ୍ତ୍ରିକ ଓ ପରିବାର ଆଧାରିତ ଦଳ ଦ୍ୱାରା ସମ୍ଭବ ନୁହେଁ ବୋଲି ଶ୍ରୀ ଶାହା କହିଛନ୍ତି । ସେ କହିଛନ୍ତି ସୋନିଆ ଗାନ୍ଧୀ କଂଗ୍ରେସର ସଭାପତି ନ ହେଲେ କିଏ ହେବ ସମସ୍ତଙ୍କୁ ଜଣା ଅଛି । ବିଜେଡ଼ିର ନେତୃତ୍ୱ କରିବାକୁ ହେଲେ ବିଜୁ ପରିବାରରୁ ହେବାକୁ ପଡ଼ିବ । ବୁଦ୍ଧିମାନ ଓ କାର୍ଯ୍ୟଦକ୍ଷ ଲୋକ ଲାଲୁ, ମୁଲାୟମ, ମାୟାବତୀ ଓ ନବୀନ ପଟ୍ଟନାୟକଙ୍କ ଦଳରେ ଥିବା ନ ଥିବା ସହିତ କିଛି ସମ୍ପର୍କ ନାହିଁ କାରଣ ଏ ସବୁ ବ୍ୟକ୍ତି ଆଧାରିତ ଦଳ ।
ବୁଥ୍ ସ୍ତରରୁ କାମ କରି ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲା ବେଳେ ଚା ବିକାଳୀର ପୁଅ ମୋଦି ନିଜର କାର୍ଯ୍ୟଦକ୍ଷତା ଓ କଠୋର ପରିଶ୍ରମ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହିପରି କଥା ଭାରତର କମୁ୍ୟନିଷ୍ଟ ମାନଙ୍କ ଛଡ଼ା ଅନ୍ୟ କୌଣସି ଦଳରେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ମୋଦି ଗରୀବ ଘରୁ ପରିଶ୍ରମ କରି ଉପରକୁ ଉଠିଥିବା କାରଣରୁ ସେ ବିକାଶକୁ ନୂଆ ରୂପ ଦେଇଛନ୍ତି । ଭାରତ ବିଶ୍ୱର ସବୁଠୁ ଦ୍ରୁତ ଗତିରେ ବିକାଶ କରୁଥିବା ଦେଶ ହୋଇଛି ।
ସ୍ୱାଧୀନତାରୁ ଆଜି ପର୍ଯ୍ୟନ୍ତ ଷାଠିଏ କୋଟି ପରିବାରର ବ୍ୟାଙ୍କ ଖାତା ନ ଥିଲା । ଆଜି ବ୍ୟାଙ୍କ ଖାତା ବିନା ପରିବାର ନାହିଁ । ୧୨.୫ କୋଟି ପରିବାରରେ ପାଇଖାନା ନ ଥିଲା । ୩ ବର୍ଷରେ ସାଢେ଼ ଚାରି କୋଟି ପାଇଖାନା ତିଆରି ହୋଇଛି । ଦେଶରେ ମୋଟ ସାଢେ଼ ବାର ଲକ୍ଷ ଏଲପିଜି ସଂଯୋଗ ଥିଲା ବେଳେ ଏଥିରୁ ୧୧.୮୦ ସହରାଂଚଳର ପରିବାରରେ ଥିଲା । ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ୩ ବର୍ଷରେ ୩ କୋଟି ଗରିବ ମହିଳାଙ୍କୁ ନୂଆ ଏଲପିଜି ସଂଯୋଗ ଯୋଗାଇ ଦେଇଛନ୍ତି । ମୁଦ୍ରା ଯୋଜନାରେ ୭.୫ କୋଟି ଗରୀବ ଯୁବକଙ୍କୁ ରୋଜଗାର ସୁଯୋଗ ଦିଆଯାଇ ପାରିଛି ।
ବିଜେପି ପାଖରେ ବିକାଶ କରିବା ପାଇଁ ପ୍ରତିବଦ୍ଧତା ଅଛି । ଅନ୍ୟ ଦଳ ପରିବାର ଓ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି କହିବା ସହ ଆଗାମୀ ଦିନରେ ବିଜେପି ୧୨୦ରୁ ଅଧିକ ଆସନ ଜିତି ସରକାର ଗଢ଼ିବା ପାଇଁ ସଂକଳ୍ପ କରିଛି ବୋଲି ଶ୍ରୀ ଶାହା କହିଛନ୍ତି । ଶ୍ରୀ ଶାହା କହିଛନ୍ତି ଗଣତନ୍ତ୍ରରେ କିଏ ସରକାର କରିବ ତାର ନିର୍ଣ୍ଣୟ ସାଧାରଣ ଲୋକମାନେ କରିବେ । ନବୀନ ପଟ୍ଟନାୟକ ୧୭ ବର୍ଷ ଶାସନରେ ଓଡିଆ ଭାଷା ଶିଖିବାରେ ମଧ୍ୟ ବିଫଳ ହୋଇଛନ୍ତି । ଏପରିକି ଓଡ଼ିଶାର କିଛି ବି ବିକାଶ କରିବାର ବିଫଳ ହୋଇଥିôବା କାରଣରୁ ୫ ବର୍ଷ ପାଇଁ ଓଡ଼ିଆ ଲୋକମାନେ ବିଜେପିକୁ ସୁଯୋଗ ଦେବା ପାଇଁ ସମାଜର ବୁଦ୍ଧିଜୀବୀମାନେ ସାହାଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Share in top social networks!
Powered By Indic IME